JNU campus: ପୁଣି ଦେଶର ଗର୍ବ ଓ ଗୌରବର ପ୍ରତୀକରେ ଲାଗିଲା କଳଙ୍କ, ଏଥର ଟାର୍ଗେଟରେ ବ୍ରାହ୍ମଣ
Advertisement

JNU campus: ପୁଣି ଦେଶର ଗର୍ବ ଓ ଗୌରବର ପ୍ରତୀକରେ ଲାଗିଲା କଳଙ୍କ, ଏଥର ଟାର୍ଗେଟରେ ବ୍ରାହ୍ମଣ


Anti Brahmin Slogan In JNU Campus: ୨୦୧୬ ମସିହାରେ JNU କ୍ୟାମ୍ପସରେ ଦେଶ ବିରୋଧି ସ୍ଲୋଗାନ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଅନେକ ସମୟରେ ଏଠାରେ ବାମପନ୍ଥୀ ଓ ଦକ୍ଷିଣପନ୍ଥୀ ବିଚାରଧାରାର ଛାତ୍ରଛାତ୍ରୀମାନେ ମୁହାଁମୁହିଁ ହୋଇଥାନ୍ତି। କିନ୍ତୁ ଏବେ JNU କ୍ୟାମ୍ପସର କାନ୍ଥ ଗୁଡିକରେ ବ୍ରାହ୍ମଣ ବିରୋଧି ସ୍ଲୋଗାନ ଗୁଡିକ ଦେଖିବାକୁ ମିଳିଛି।

JNU campus: ପୁଣି ଦେଶର ଗର୍ବ ଓ ଗୌରବର ପ୍ରତୀକରେ ଲାଗିଲା କଳଙ୍କ, ଏଥର ଟାର୍ଗେଟରେ ବ୍ରାହ୍ମଣ

Anti Brahmin Slogan In JNU Campus, ନୂଆଦିଲ୍ଲୀ: ପୁଣି ଥରେ ବଦନାମ ମୁଣ୍ଡାଇଛି ଦେଶର ଗର୍ବ ଓ ଗୌରବ ବୋଲାଉଥିବା ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (JNU)। କେନ୍ଦ୍ର ସରକାରଙ୍କ ଶେଷ୍ଠ ବିଶ୍ୱ ବିଦ୍ୟାଳୟ ମଧ୍ୟରେ JNU ଅନ୍ୟତମ। ଗତ କିଛି ବର୍ଷ ହେଲା ଏହି ବିଶ୍ୱବିଦ୍ୟାଳୟ ଚର୍ଚ୍ଚାରେ ରହିଆସୁଛି। ୨୦୧୬ ମସିହାରେ JNU କ୍ୟାମ୍ପସରେ ଦେଶ ବିରୋଧି ସ୍ଲୋଗାନ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଅନେକ ସମୟରେ ଏଠାରେ ବାମପନ୍ଥୀ ଓ ଦକ୍ଷିଣପନ୍ଥୀ ବିଚାରଧାରାର ଛାତ୍ରଛାତ୍ରୀମାନେ ମୁହାଁମୁହିଁ ହୋଇଥାନ୍ତି। କିନ୍ତୁ ଏବେ JNU କ୍ୟାମ୍ପସର କାନ୍ଥ ଗୁଡିକରେ ବ୍ରାହ୍ମଣ ବିରୋଧି ସ୍ଲୋଗାନ ଗୁଡିକ ଦେଖିବାକୁ ମିଳିଛି।

ଗୁରୁବାର ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସର ଅନେକ କାନ୍ଥରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନ ଲେଖାହୋଇଥିବା ଦେଖିବାକୁ ମିଳିଛି। ଛାତ୍ରମାନେ ଦାବି କରିଛନ୍ତି ଯେ, ସ୍କୁଲ ଅଫ୍ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍-୨ ବିଲ୍ଡିଂରେ ଥିବା କାନ୍ଥଗୁଡିକ ବ୍ରାହ୍ମଣ ଏବଂ ବାନିଆ ସମ୍ପ୍ରଦାୟ ବିରୁଦ୍ଧରେ ସ୍ଲୋଗାନ ଦିଆଯାଇଛି। ଏହି ଘଟଣାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଗୁରୁତର ଭାବେ ନେଇଛନ୍ତି। ସ୍କୁଲ୍ ଅଫ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜର ଡିନ୍ ଏବଂ ଅଭିଯୋଗ ସମିତିକୁ ଜେଏନୟୁ କୁଳପତି ତଦନ୍ତ କରିବାକୁ ନିର୍ଦ୍ଦେଳ ଦେବାସହ ତୁରନ୍ତ ଏକ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।

Also Read: NDA Dream: ଏନଡିଏ ସ୍ୱପ୍ନ ପୂରଣ ପାଇଁ ଆଇଆଇଟି ସଫଳତାକୁ ଲୁଚାଇ ରଖିଲେ ସ୍ୱର୍ଣ୍ଣ ପଦକ ବିଜେତା

ଏହି ଘଟଣାକୁ ବିଶ୍ୱବିଦ୍ୟାଳୟ ପ୍ରଶାସନ ନିନ୍ଦା କରି କହିଛି ଯେ, ସ୍କୁଲ ଅଫ୍ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍ ଏବଂ ଅଭିଯୋଗ କମିଟିକୁ ଶୀଘ୍ର କୁଳପତି ଶାନ୍ତିଶ୍ରୀ ଡି ପଣ୍ଡିତଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। କାନ୍ଥରେ ଲେଖା ହୋଇଛି, "ବ୍ରାହ୍ମଣମାନେ କ୍ୟାମ୍ପସ ଛାଡନ୍ତୁ", "ସେଠାରେ ରକ୍ତପାତ ହେବ", "ବ୍ରାହ୍ମଣ ଭାରତ ଛାଡ" ଏବଂ "ବ୍ରାହ୍ମଣ-ବନିୟା, ଆମେ ଆପଣଙ୍କ ପାଇଁ ଆସୁଛୁ! ଆମେ ପ୍ରତିଶୋଧ ନେବୁ", ଇତ୍ୟାଦି ଇତ୍ୟାଦି। ଏହା ବ୍ୟତୀତ ଅନେକ ବ୍ରାହ୍ମଣ ପ୍ରଫେସରଙ୍କ ଚାମ୍ବରର କାନ୍ଥରେ 'ଶାଖାକୁ ଫେରିଯାଅ' ବୋଲି ଲେଖାଯାଇଥିଲା।

ଜେଏନୟୁ କାନ୍ଥରେ ବ୍ରାହ୍ମଣ ବିରୋଧି ସ୍ଲୋଗାନ ଲେଖିବା ପାଇଁ ବାମପନ୍ଥୀ ଛାତ୍ର ସଙ୍ଗଠନକୁ ଦାୟୀ କରାଯାଇଛି। ଆରଏସଏସ ସହ ଜଡିତ ଅଖିଳ ଭାରତୀୟ ବିଦ୍ୟା ପରିଷଦ କହିଛି, "କମ୍ୟୁନିଷ୍ଟ ଗୁଣ୍ଡାଙ୍କ ଦ୍ୱାରା ଏକାଡେମିକ୍ ସ୍ଥାନଗୁଡିକର ବ୍ୟାପକ ଭଙ୍ଗାରୁଜାକୁ ଏବିଭିପି ନିନ୍ଦା କରିଛି। କମ୍ୟୁନିଷ୍ଟମାନେ ସ୍କୁଲ୍ ଅଫ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍-ବିଲ୍ଡିଂରେ ଆପତ୍ତିଜନକ ସ୍ଲୋଗାନ ଲେଖିଛନ୍ତି।" ଏବିଭିପି ସଭାପତି, ରୋହିତ କୁମାର କହିଛନ୍ତି, "ଆମେ ବିଶ୍ୱାସ କରୁ ଯେ ଏକାଡେମିକ୍ ସ୍ଥାନଗୁଡିକ ବିତର୍କ ଏବଂ ଆଲୋଚନା ପାଇଁ ବ୍ୟବହୃତ ହେବା ଆବଶ୍ୟକ ଏବଂ ସମାଜ ତଥା ଛାତ୍ର ସମ୍ପ୍ରଦାୟକୁ ବିଷ ଦେବା ପାଇଁ ନୁହେଁ।

Also Read: Jobs: ଗ୍ରାଜୁଏଟ ପାସ୍ କରଥିବା ଯୁବବର୍ଗଙ୍କ ପାଇଁ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ

ଅନ୍ୟପଟେ ଜେଏନୟୁ ଶିକ୍ଷକ ଫୋରମ୍ ଏହି ଘଟଣା ଉପରେ ପ୍ରତିକ୍ରିୟା ଦେଇଛି। ଫୋରମ୍ ଟ୍ୱିଟ କରି କହିଛି ଯେ, ବାମପନ୍ଥୀ-ଲିବରାଲ୍ ଗ୍ୟାଙ୍ଗ ପ୍ରତ୍ୟେକଙ୍କୁ ଭୟଭୀତ କରୁଛନ୍ତି। ତେଣୁ ଏକ ତଦନ୍ତକାରୀ କମିଟିର ପ୍ରତିନିଧୀଙ୍କୁ ଚୟନ କରିବାକୁ ସେମାନେ ନିବେଦନ କରିଛନ୍ତି। ଏହି କମିଟି 'ପାରସ୍ପରିକ ସମ୍ମାନ ଏବଂ ସଭ୍ୟତାର ମୂଲ୍ୟବୋଧକୁ ଦୃଢ କରିପାରିବ। ଭଙ୍ଗାରୁଜା କରିବା ଅତ୍ୟନ୍ତ ଦୁଃଖଦାୟକ କାର୍ଯ୍ୟ ବୋଲି ଜେଏନୟୁ ଶିକ୍ଷକ ଫୋରମ୍ ଟ୍ୱିଟରରେ ଲେଖିଛନ୍ତି।

ଏହି ଘଟଣା ଘଟିବାର ଦିନକୁ ପୂର୍ବରୁ ବିଶ୍ୱବିଦ୍ୟାଳୟର ହଷ୍ଟେଲ ବଣ୍ଟନରେ ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକତା ଦେବାକୁ ଛାତ୍ର ସଙ୍ଗଠନ ଦାବି କରିଥିଲା। ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଦେବା ନେଇ ଛାତ୍ର ଡିନ ସୁଧୀର ପ୍ରତାପ ସିଂହଙ୍କ ନିଟକକୁ ଚିଠି ଲେଖାଯାଇଛି। ନଭେମ୍ବର ୨୧ ଓ ୨୮ରେ ୟୁଜି ଏବଂ ପିଜି ୨୦୨୨ ପାଠପଢା ଆରମ୍ଭ ହୋଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ପିଲାଙ୍କୁ ହଷ୍ଟେଲ ଆବଣ୍ଟନ କରାଯାଇନଥିବା ଛାତ୍ର ସଙ୍ଗଠନ ଅଭିଯୋଗ କରିଛି।