ଚର୍ଚ୍ଚାରେ ପଶୁ ଚିକିତ୍ସା ବିଭାଗ; ୩ ଗାଈ ସେବାରେ ୭ ଡାକ୍ତର
Advertisement
Article Detail0/zeeodisha/odisha1217661

ଚର୍ଚ୍ଚାରେ ପଶୁ ଚିକିତ୍ସା ବିଭାଗ; ୩ ଗାଈ ସେବାରେ ୭ ଡାକ୍ତର

 ତିନୋଟି ଗାଈଙ୍କ ସେବାରେ ଲାଗିଛନ୍ତି ୭ ସରକାରୀ ପଶୁ ଡାକ୍ତର। 

ଚର୍ଚ୍ଚାରେ ପଶୁ ଚିକିତ୍ସା ବିଭାଗ; ୩ ଗାଈ ସେବାରେ ୭ ଡାକ୍ତର

ଲକ୍ଷ୍ନୌ: ୩ ଗାଈର ସେବା କରିବେ ୭ ଡାକ୍ତର। ଏପରି କିରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ। ଉତ୍ତର ପ୍ରଦେଶ ଫତେହପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି। ଫତେହପୁର ଜିଲ୍ଲାପାଳଙ୍କ ତିନୋଟି ଗାଈଙ୍କ ସେବାରେ ଲାଗିଛନ୍ତି ୭ ସରକାରୀ ପଶୁ ଡାକ୍ତର। କେଉଁ ବାରରେ କେଉଁ ଡାକ୍ତର କରିବେ ଚିକିତ୍ସା ତାହାର ଏକ ତାଲିକା ପ୍ରସ୍ତୁତ କରିଛନ୍ତି ଫତେହପୁର ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ।

ଉତ୍ତର ପ୍ରଦେଶର ଫତେହପୁର ଜିଲ୍ଲପାଳଙ୍କ ସରକାରୀ ବାସଭବନରେ ରହିଥିବା ଗାଈଙ୍କ ଚିକିତ୍ସା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି  ୭ ଜଣ ସରକାରୀ ପଶୁ ଡାକ୍ତର। ଜିଲ୍ଲାପାଳଙ୍କ ଗାଈର ଚିକିତ୍ସା କରିବା ଫତେହପୁର ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନା ଏବେ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହେଉଛି।

ଫତେହପୁର ଜିଲ୍ଲପାଳ ଅପୂର୍ବା ଦୁବେଙ୍କ ବାସଭବନରେ ଥିବା  ତିନୋଟି ଗାଈ ଅସୁସ୍ଥ ହୋଇ ପଡିଥିବାରୁ ଜିଲ୍ଲା ପଶୁ ଚିକିତ୍ସା ବିଭାଗ ପକ୍ଷରୁ ୭ ଜଣ ସରକାରୀ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ଦୈନିକ ଜଣେ ଡାକ୍ତର ଜିଲ୍ଲାପାଳଙ୍କ ବାସଭବନକୁ ଯାଇ ଗାଈ ଚିକିତ୍ସା କରୁଛନ୍ତି। ଏନେଇ ଜାରି ହୋଇଥିବା ସରକାରୀ ନିର୍ଦ୍ଦେଶନାମ ଅନୁସାରେ ଜିଲ୍ଲାପାଳଙ୍କ ଗାଈ ଅସୁସ୍ଥ ଥିବାରୁ ପ୍ରତ୍ୟେକ ସକାଳେ ଏବଂ ସନ୍ଧ୍ୟା ବେଳେ ଏହି ୭ ଜଣ ଡାକ୍ତର ଚିକିତ୍ସା କରିବେ।  ଏହା ସହିତ ଅସୁସ୍ଥ ଗାଈଙ୍କ ଚିକିତ୍ସା ବାବଦରେ ଦୈନିକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇବେ।