୧୬ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା, ଦୁଇ ମୃତ ଓ ଚାରି ଗୁରୁତର
Advertisement
Article Detail0/zeeodisha/odisha1414051

୧୬ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା, ଦୁଇ ମୃତ ଓ ଚାରି ଗୁରୁତର

Road accident in NH 16: ପୁଣି ଥରେ ୧୬ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଓ ଅନ୍ୟ ଚାରି ଜଣ ଗୁରୁତର ଅଛନ୍ତି। ଟ୍ରକ ଦ୍ରୁତ ଗତିରେ ଥିବାରୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।   

୧୬ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା, ଦୁଇ ମୃତ ଓ ଚାରି ଗୁରୁତର

Road accident in NH 16, ବ୍ରହ୍ମପୁର: ଗଞ୍ଜାମର ସାନଘଟିରେ ପୁଣିଥରେ ଦୁର୍ଘଟଣା ଘଟିଛି। ଶୁକ୍ରବାର ସକାଳେ ବାଇକ ଓ ସ୍କୁଟିକୁ ଟ୍ରକ ପିଟିବା ଦ୍ୱାରା ୨ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଚାରି ଜଣ ଗୁରୁତରଙ୍କୁ ବ୍ରହ୍ମପୁର ବଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି। ଘଟାଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବେପରୁଆ ଟ୍ରକ ଡ୍ରାଇଭର ପାଇଁ ଦୁର୍ଘଟଣା ଘଟିଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି।

ମିଳିଥିବା ସୂଚନାନୁସାରେ, ଶୁକ୍ରବାର ସକାଳେ ସାନଘଟିରେ ଏକ ଦ୍ରୁତଗାମୀ ଟ୍ରକ ଗୋଟିଏ ବାଇକ ଓ ଗୋଟିଏ ସ୍କୁଟିକୁ ଧକା ଦେଇଥିଲା। ଟ୍ରକ ଏତେ ଜୋରରେ ପିଟିଥିଲା ଯେ, ବାଇକ ଆରୋହି ବହୁ ଦୂରକୁ ଛିଟିକି ପଡିଥିଲେ। ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରି ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। 

Also Read: Poisonous Tea: ଚା' ପିଇ ଗୋଟିଏ ପରିବାରର ତିନି ମୃତ, ଭୁଲରେ ମହିଳା ମିଶାଇଥିଲେ କୀଟନାଶକ

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ, ଟ୍ରକଟି ବହୁତ ସ୍ପିଡରେ ଆସି ବାଇକ ଓ ସ୍କୁଟିକୁ ପିଟିଥିଲା। ଏହାପରେ କିଛି ଲୋକ ଟ୍ରକୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଗାଡିଟି ଦ୍ରୁତ ଗତିରେ ଥିବାରୁ ତାହା କିଛି ବାଟ ଗଲା ପରେ ଓଲଟି ପଡିଥିଲା। ଫଳରେ ଡ୍ରାଇଭର ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ପୋଲିସ ଦୁଇ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏହା ସହ ଏକ ମାମଲା ରୁଜୁ କରି ତଦନ୍ତ ମଧ୍ୟ ଚଳାଇଛି।