Sundergarh District: ପର୍ଯ୍ୟଟକଙ୍କ ଅପେକ୍ଷାରେ ପର୍ଯ୍ୟଟନରେ ଭରପୁର ସୁନ୍ଦରଗଡ଼ ଜିଲ୍ଲା
Advertisement

Sundergarh District: ପର୍ଯ୍ୟଟକଙ୍କ ଅପେକ୍ଷାରେ ପର୍ଯ୍ୟଟନରେ ଭରପୁର ସୁନ୍ଦରଗଡ଼ ଜିଲ୍ଲା

ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା। ଜିଲ୍ଲାର ଭୌଗଳିକ ସ୍ଥିତି ସମେତ, ପ୍ରାକୃତିକ ସୋନ୍ଧର୍ଯ୍ୟ ବେଶ୍ ମନୋଲୋଭା। ପାହାଡ ପର୍ବତ, ଜଙ୍ଗଲ, ଜଳପ୍ରପାତ, ଝରଣା ସମେତ ଅନେକ ପୌରାଣିକ ଏବଂ ଐତିହାସିକ ସ୍ଥଳ ଜିଲ୍ଲାର ସ୍ଥିତିକୁ କରିଛି ଅନେକ ସୁନ୍ଦର। 

Sundergarh District: ପର୍ଯ୍ୟଟକଙ୍କ ଅପେକ୍ଷାରେ ପର୍ଯ୍ୟଟନରେ ଭରପୁର ସୁନ୍ଦରଗଡ଼ ଜିଲ୍ଲା

Sundergarh District: ରାଉରକେଲା(ସୁଶାନ୍ତ ଦାଶ): ଆଜି ବିଶ୍ୱ ପର୍ଯ୍ୟଟନ ଦିବସ। ଯାହାର ରହିଛି ବେଶ୍ ଗୁରୁତ୍ଵ। ବିଶ୍ବର ଅନେକ ଦେଶ ଏହି ପର୍ଯ୍ୟଟନକୁ ଏକ ଶିଳ୍ପ ରୂପେ ଗ୍ରହଣ କରି ହୋଇପାରିଛନ୍ତି ବେଶ୍ ସ୍ବାବଲମ୍ବୀ। ଆମ ଦେଶ ତଥା ରାଜ୍ୟରେ ଭରି ରହିଥିବା ପର୍ଯ୍ୟଟନ ର ସୁଯୋଗ ପ୍ରତି ମଧ୍ୟ ସରକାର ଧୀରେଧିରେ ହେଉଛନ୍ତି ସଜାଗ। ତେବେ ପ୍ରକୃତିର ଗନ୍ତାଘର ତଥା ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଭରି ରହିଛି ଅନେକ ପର୍ଯ୍ୟଟନ ସ୍ଥଳୀର ସୁଯୋଗ। 

ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା। ଜିଲ୍ଲାର ଭୌଗଳିକ ସ୍ଥିତି ସମେତ, ପ୍ରାକୃତିକ ସୋନ୍ଧର୍ଯ୍ୟ ବେଶ୍ ମନୋଲୋଭା। ପାହାଡ ପର୍ବତ, ଜଙ୍ଗଲ, ଜଳପ୍ରପାତ, ଝରଣା ସମେତ ଅନେକ ପୌରାଣିକ ଏବଂ ଐତିହାସିକ ସ୍ଥଳ ଜିଲ୍ଲାର ସ୍ଥିତିକୁ କରିଛି ଅନେକ ସୁନ୍ଦର। ଯାହା ମଧ୍ୟରୁ ପର୍ଯ୍ୟଟକଙ୍କ ପାଇଁ ସବୁଠାରୁ ଅଧିକ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ବଣାଇ ଅନ୍ତର୍ଗତ ଖଣ୍ଡାଧାର ଜଳ ପ୍ରପାତ। ଯାହାକୁ ଏକ ଉନ୍ନତ ପର୍ଯ୍ୟଟନ ସ୍ଥଳୀ ରୂପେ ଗଢି ତୋଳିବା ପାଇଁ ବେଶ୍ କିଛି କାର୍ଯ୍ୟ କରିଛନ୍ତି ସରକାର ଓ ପର୍ଯ୍ୟଟନ ବିଭାଗ। ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ମଜା ଉଠାଇବା ପାଇଁ ନେଚର୍ କ୍ୟାମ୍ପ, କ୍ୟାଫେ, ପିଲାଙ୍କ ମନୋରଞ୍ଜନ ପାଇଁ ପାର୍କ ଆଦି ସ୍ଥାନୀୟ ଆଦିବାସୀଙ୍କ ସହଯୋଗରେ ପରିଚାଳନା କରାଯାଉଛି। ଯାହାପାଇଁ ଖଣ୍ଡାଧାର ଜଳପ୍ରପାତରେ ସବୁ ସମୟରେ ଲାଗି ରହୁଛି ପର୍ଯ୍ୟଟକଙ୍କ ଗହଳି।

ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଖଣ୍ଡାଧାର ଜଳ ପ୍ରପାତ କିମ୍ବା ବେଦବ୍ୟାସ ଭଳି ପୁରାଣ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ହେଉ ଅଥବା ଅବା ଅନ୍ୟ କିଛି ଘୋଷିତ ପର୍ଯ୍ୟଟନ ସ୍ଥଳ ଗୁଡିକରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସରକାର ବେଶ୍ ତତ୍ପର। ଯାହାକୁ ନେଇ ବେଶ୍ କିଛି ରୋଜଗାରକ୍ଷମ ମଧ୍ୟ ହୋଇପାରିଛନ୍ତି ସ୍ଥାନୀୟ ଆଦିବାସୀ। ଅନ୍ୟପଟେ ଜିଲ୍ଲାରେ ଅନେକ ପର୍ଯ୍ୟଟନ ସ୍ଥଳୀ ଏବେବି ବେଶ୍ ଅବହେଳିତ ହୋଇ ପଡ଼ି ରହିଥିବା ଏବଂ ଅନେକ ପ୍ରାକୃତିକ ସୋନ୍ଧର୍ଯ୍ୟ ଭରା ଜଳପ୍ରପାତ ଓ ଐତିହାସିକ ସ୍ଥାନ ପର୍ଯ୍ୟଟନ ବିଭାଗ ର ନଜର ଆଢ଼ୁଆଳରେ ରହିଯାଉଥିବା କହିଛନ୍ତି ବିଭିନ୍ନ ପ୍ରକୃତି ପ୍ରେମୀ। ତେବେ ଏହାକୁ ନେଇ ଏକ ପର୍ଯ୍ୟଟନ କରିଡାର କରାଗଲେ ଜିଲ୍ଲାର ପ୍ରାକୃତିକ ସୋଉନ୍ଦର୍ଯ୍ୟ ର ଉପୋଭୋଗ ପର୍ଯ୍ୟଟକ କରିପାରିବେ ବୋଲି ମତ ଆସିଥିବା ବେଳେ , ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ଅଧିକାରୀ।

ଜିଲ୍ଲାରେ ଖଣ୍ଡାଧାର ହେଉ ଅଥବା ବେଦବ୍ୟାସ ଭଳି ପ୍ରଖ୍ୟାତ ପର୍ଯ୍ୟଟନ ସ୍ଥଳୀ,ପର୍ଯ୍ୟଟକ ମାନଙ୍କୁ କରୁଛି ବେଶ୍ ଆକୃଷ୍ଟ। ମାତ୍ର ନିକଟରେ ଥିବା ଅନେକ ସୁନ୍ଦର ପ୍ରାକୃତିକ ସ୍ଥାନ ଏବେବି ପର୍ଯ୍ୟଟନ ବିଭାଗ ର ଆଖି ଆଢ଼ୁଆଳରେ। ଯାହାକୁ ଲୋକ ଲୋଚନକୁ ଆଣିଲେ ଜିଲ୍ଲାରେ ପର୍ଯ୍ୟଟକଙ୍କ ଆଗମନ ବଢିବା ସହିତ ବେଶ୍ ରୋଜଗାରକ୍ଷମ ହୋଇପାରିବେ ଅଞ୍ଚଳର ଆଦିବାସୀ।

ଅଧିକ ପଢନ୍ତୁ: ଧର୍ମେନ୍ଦ୍ର ମୃତ୍ୟୁ ମାମଲା: ସମସ୍ତେ ଚୁପ, ବାଟବଣା ହେଉଛି କି ତଦନ୍ତ !

ଅଧିକ ପଢନ୍ତୁ: Congress Crisis: କଂଗ୍ରେସ ହାତରୁ କେମିତି ଖସିଲା ସାତ ରାଜ୍ୟ? ବିଜେପିଠୁ କିଛି ଶିଖିପାରିଲାନି ହାଇକମାଣ୍ଡ