Weather Update: ଆଜିଠାରୁ କମିବ ପଶ୍ଚିମା ଝଡ଼ ପ୍ରଭାବ, ଅସହ୍ୟ ତାତିରେ ସିଝିବ ସାରା ରାଜ୍ୟ
Advertisement

Weather Update: ଆଜିଠାରୁ କମିବ ପଶ୍ଚିମା ଝଡ଼ ପ୍ରଭାବ, ଅସହ୍ୟ ତାତିରେ ସିଝିବ ସାରା ରାଜ୍ୟ

Weather Update: ଆଜିଠାରୁ ରାଜ୍ୟରେ ବର୍ଷା କମିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।  ଏଣିକି ଆଉ ମୁକ୍ତି ନାହିଁ । ବର୍ଷା କମିବା ସହ ବଢିବ ଦିନ ତାପମାତ୍ରା ।

ସୌ(ସୋସିଆଲ ମିଡିଆ)

Weather Update: ପଶ୍ଚିମା ଝଡ଼ ପ୍ରଭାବରେ ଗତ କିଛି ଦିନ ହେବ ରାଜ୍ୟରେ ବର୍ଷା ଲାଗି ରହିଛି । ଫଳରେ ଗରମ ଓ ଗୁଳୁମୁଳିରୁ ମୁକ୍ତି ପାଇଛନ୍ତି ଲୋକେ । ତେବେ ଆଜିଠାରୁ ରାଜ୍ୟରେ ବର୍ଷା କମିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ(Bhubaneswar Metrology Department)  ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଗତକାଲି ପଶ୍ଚିମା ଝଡ଼ ପ୍ରଭାବ ହେତୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ସେପଟେ ବର୍ଷା ଯୋଗୁଁ ବେହାଲ ହୋଇପଡ଼ିଥିଲା ଟ୍ବସିଟି(Twin City) । ରାଜ ରାସ୍ତାରେ ପାଣି ଜମିବା ସହ ଯାତାୟତରେ ସମସ୍ୟା ଭୋଗିଥିଲେ ଲୋକେ । ଶନିବାର ଦିନ ଉପକୂଳ ଓ ଏହାର ସଂଲଗ୍ନ ଅଞ୍ଚଳରେ ଝଡ଼ ବର୍ଷା ସହ ପବନର ବେଗ ୪୦ରୁ ୫୦ କିମି ଛୁଇଁଥିଲା । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ଗଜପତି, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ ଓ କୋରାପୁଟରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ ବର୍ଷା ହୋଇଥିଲା ।  

ସେପଟେ ପଶ୍ଚିମା ଝଡ଼ ପ୍ରଭାବରେ ମାର୍ଚ୍ଚ ମାସରେ ପାଗ ଥଣ୍ତା ରହିବା ସହ ଅଦିନିଆ ବର୍ଷା ଯୋଗୁଁ ଲୋକଙ୍କୁ ଖରା, ଗୁଳୁଗୁଳିରୁ ଆଶ୍ବସ୍ତି ମିଳିଥିଲା । କିନ୍ତୁ ଏପ୍ରିଲଠାରୁ ଜୁନ ମାସ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ବଢିବା(Heat Waves) ନେଇ ଆକଳନ କରିଛି ପାଣିପାଗ ବିଭାଗ । ରାଜ୍ୟ ସମେତ ଦେଶର ଅଧିକାଶଂ ସ୍ଥାନରେ ମଧ୍ଯ ତାପମାତ୍ରା ବଢିବା ନେଇ ଭାରତୀୟ ପାଣିପାଗ ବିଭାଗ(IMD) ସୂଚନା ଜାରି କରାଯାଇଛି । ଏପ୍ରିଲ ଓ ଜୁନ ମାସ ମଧ୍ଯରେ ରାଜ୍ୟରେ କାଁ ଭାଁ ବର୍ଷା ହେବା ସହ ତାତି(Heat Waves) ବଢିବ । ପଶ୍ଚିମା ଝଡ଼ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ୪ରୁ ୫ ଡ଼ିଗ୍ରୀ କମିଯାଇଥିବା ବେଳେ ଆଜିଠାରୁ ପୁଣି ତାପମାତ୍ରାରେ ବୃଦ୍ଧି ଘଟିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଏଣିକି ଆଉ ତ୍ରାହି ନାହିଁ । ଏପ୍ରିଲଠାରୁ ଆରମ୍ଭ କରି ଜୁନ ମାସ ପର୍ଯ୍ୟନ୍ତ ଅସହ୍ୟ ତାତିରେ ସିଝିବ ସାରା ଦେଶ । ଦିନର ତାପାମାତ୍ରା ବୃଦ୍ଧି ପାଇବା ସହ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେବେ ଲୋକେ । ଦକ୍ଷିଣ ଉପଦ୍ବୀପ ଭାରତ ଓ ଉତ୍ତର- ପଶ୍ଚିମ ଭାରତର କେତେକ ଅଞ୍ଚଳକୁ ବାଦ ଦେଲେ ଦେଶର ପ୍ରାୟ ଅଧିକାଶଂ ସ୍ଥାନରେ ଏହି ୩ ମାସ ଦିନର ସର୍ବୋଚ୍ଚ ତାପମାତ୍ରା ବେଶ ଅଧିକ ରହିବା ସହ ଅସହ୍ୟ ଗରମ ଅନୁଭୂତ ହେବ । ଦେଶର କେତେକ ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ମଧ୍ଯ ଅଧିକ ରହିବ । ବିହାର, ଓଡ଼ଶା, ହରିୟାଣା, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରଭାବ ନେଇ ଆକଳନ କରିଛି ଆଇଏମଡ଼ି(IMD) । ଦକ୍ଷିଣ ଦ୍ୱୀପପୁଞ୍ଜ ଭାରତ ଓ ଉତ୍ତର-ପଶ୍ଚିମ ଭାରତର କିଛି ଅଂଶ ବ୍ୟତୀତ ଦେଶର ଅଧିକାଂଶ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ହେବାର ସମ୍ଭାବନା ଅଛି ।

ଜାତୀୟ ପାଣିପାଗ ନିର୍ଦ୍ଦେଶକ ତଥା ଆଇଏମଡ଼ି ଡ଼ିଜି ମୃତ୍ୟୁଞ୍ଜୟ ମହାପାତ୍ର (IMD DG Mrutyunjay Mohapatra)କହିଛନ୍ତି ଯେ, ଦକ୍ଷିଣ ଉପଦ୍ୱୀପ ଭାରତ ଓ ଉତ୍ତର ପଶ୍ଚିମ ଭାରତର କେତେକ ସ୍ଥାନରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକ କିମ୍ବା ତା ଠାରୁ କମ୍ ରହିବ। ଉତ୍ତର-ପୂର୍ବ ଓ ଉତ୍ତର-ପଶ୍ଚିମ, ଭାରତ ଓ ଉପଦ୍ୱୀପ ଅଞ୍ଚଳ ବ୍ୟତୀତ ଦେଶର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ କିମ୍ବା ଅଧିକ ହେବା ନେଇ ପୂର୍ବାନୁମାନ କରାଯାଇଛି । ଏପ୍ରିଲରେ ଭାରତରେ ସାଧାରଣ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର କିମ୍ବା ପଶ୍ଚିମ, କେନ୍ଦ୍ରୀୟ ଓ ଉପଦ୍ୱୀପ ଅଞ୍ଚଳର ଅଧିକାଂଶ ଅଞ୍ଚଳରେ ସାଧାରଣ କିମ୍ବା ଅଧିକ ବର୍ଷା ହେବାର ସମ୍ଭାବନା ଥିବାବେଳେ ପୂର୍ବ ଓ ଉତ୍ତର ପୂର୍ବ ଭାରତରେ ସାଧାରଣ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି।

ଏହା ବି ପଢନ୍ତୁ-Surya dev Puja Vidhi: ସୂର୍ଯ୍ୟଙ୍କ କୃପା ଲାଭ ପାଇଁ ରବିବାର ଦିନ କରନ୍ତୁ ଏହି ସବୁ ଉପାୟ: ଦୂର ହେବ ସମସ୍ୟା, ଜୀବନରେ ଆସିବ ବଡ଼ ପରିବର୍ତ୍ତନ