SI Death Case: ଘୁ.ଉଦୟଗିରି ମହିଳା ପୋଲିସ୍ ଏସ୍ଆଇ ମୃତ୍ୟୁ ଘଟଣା: ଥାନା ଆଗରେ ପରିବାରର ଧାରଣା
Advertisement
Article Detail0/zeeodisha/odisha1324003

SI Death Case: ଘୁ.ଉଦୟଗିରି ମହିଳା ପୋଲିସ୍ ଏସ୍ଆଇ ମୃତ୍ୟୁ ଘଟଣା: ଥାନା ଆଗରେ ପରିବାରର ଧାରଣା

 ମୃତ ଏସ୍ଆଇଙ୍କ ପରିବାର ଲୋକେ ଘ.ଉଦୟଗିରିରେ (G Udayagiri) ପହଁଚିବା ପରେ ଏସ୍ଆଇ ସ୍ବାଗତିକାଙ୍କ ମୃତ୍ୟୁ ଘଟଣାରେ ଥାନା ଅଧିକାରୀ ରେବତୀ ଶବରଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି ମୃତ ଏସ୍ଆଇ ଙ୍କ ମାଁ,ଭାଇ ଓ ପରିବାର ସଦସ୍ୟ। 

SI Death Case: ଘୁ.ଉଦୟଗିରି ମହିଳା ପୋଲିସ୍ ଏସ୍ଆଇ ମୃତ୍ୟୁ ଘଟଣା: ଥାନା ଆଗରେ ପରିବାରର ଧାରଣା

SI Death Case: ଘୁ ଉଦୟଗିରି: ଗତକାଲି କନ୍ଧମାଳ (Kandhamala) ଜିଲ୍ଲା ଘୁ.ଉଦୟଗିରି (G Udayagiri) ଆଦର୍ଶ ଥାନାରେ କାର୍ଯ୍ୟରତ ମହିଳା ପୋଲିସ୍ ଏସ୍ଆଇ ସ୍ୱାଗତିକା ବେହେରାଙ୍କ (Swagatika Behera) ଆତ୍ମହତ୍ୟା ଘଟଣାକୁ ନେଇ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି । ମୃତ ଏସ୍ଆଇଙ୍କ ପରିବାର ଲୋକେ ଘ.ଉଦୟଗିରିରେ (G Udayagiri) ପହଁଚିବା ପରେ ଏସ୍ଆଇ ସ୍ବାଗତିକାଙ୍କ ମୃତ୍ୟୁ ଘଟଣାରେ ଥାନା ଅଧିକାରୀ ରେବତୀ ଶବରଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି ମୃତ ଏସ୍ଆଇ ଙ୍କ ମାଁ,ଭାଇ ଓ ପରିବାର ସଦସ୍ୟ। 

ଗତକାଲି ବିଳମ୍ବିତ ରାତିରେ ଥାନା ଅଧିକାରୀ ରେବତୀ ଶବରଙ୍କ ନାମରେ ଏତଲା ଦେଇଥିଲେ। ମୃତ ଏସଆଇଙ୍କ ମାଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ଯେ ଏହି ଥାନାରେ ମୋ ଝିଅ ଆଠ ମାସ ହେବ କାର୍ଯ୍ୟରେ ଯୋଗ ଦେଇଥିଲା । କାର୍ଯ୍ୟରେ ଯୋଗଦେବା ଦିନଠାରୁ ରିତିମତ ଥାନା ଅଧିକାରୀ ରେବତୀ ଶବର ସ୍ୱାଗତିକାଙ୍କୁ ମାନସିକ ଚାପ ପକାଇବା ସହ ଦୁର୍ବ୍ୟବହାର କରି ଆସୁଥିଲେ। ଏନେଇ ସ୍ଥାନୀୟ ଏସଡିପିଓଙ୍କୁ ସ୍ୱାଗତିକା ମୌଖିକ ଭାବେ ଜଣାଇଥିଲେ । 

ଏହାପରେ ଏସଡିପିଓ ଆମକୁ ଫୋନ୍ କରି ଏବିଷୟରେ ଜଣାଇବା ସହ ଆସି ଝିଅକୁ ତୁମେ ବୁଝାସୁଝା କର ବୋଲି କହିଥିଲେ। ଆମେ ଆସି ଘୁ.ଉଦୟଗିରିରେ ପହଁଚିବା ବେଳକୁ ଥାନା ଅଧିକାରୀ ରେବତୀ ଶବର ଛୁଟିରେ ଚାଲି ଯାଇଥିଲେ । ପାଖାପାଖି ୨୦ ଦିନ ଅପେକ୍ଷା କରିବା ପରେ ଆମେ ବାଧ୍ୟ ହୋଇ ଝିଅକୁ ବୁଝାସୁଝା କରି ଫେରିଯାଇଥିଲୁ । ଏଣୁ ମୋ ଝିଅର ମୃତ୍ୟୁ ପାଇଁ ଥାନା ଅଧିକାରୀ ରେବତୀ ଶବର ହିଁ ସମ୍ପୃର୍ଣ ଦାୟୀ । ରେବତୀ ଶବରଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଆମେ ଶବ ବ୍ୟବଚ୍ଛେଦ କରିବାକୁ ଦେବୁନାହିଁ କିମ୍ବା ଏଠାରୁ ଶବ ନେବୁ ନାହିଁ । ଆମକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଥାନା ଆଗରେ ଧାରଣାରେ ବସିରହିବୁ ବୋଲି କହିଛନ୍ତି ମୃତ ଏସ୍ଆଇଙ୍କ ମା ଉଷାରାଣୀ ବେହେରା । 

ସେପଟେ ମୋତେ ଏ ବିଷୟରେ ସ୍ୱାଗତିକା କେବେ ଅଭିଯୋଗ କରିନଥିବା କହିଛନ୍ତି ପୋଲିସ ସବଡିଭିଜନାଲ ଅଧିକାରୀ । ଗତକାଲି ରାତିରେ ସ୍ୱାଗତିକାଙ୍କ ମା ଥାନା ଅଧିକାରୀ ରେବତୀ ଶବରଙ୍କ ନାମରେ ଏତଲା ଦେଇଥିବା ବେଳେ ପରିବାର ବର୍ଗ ଥାନା ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଘୁ ଉଦୟଗିରି ତହସିଲଦାର ସୁଭ୍ରାଞ୍ଜଳି ପ୍ରଧାନ, ଡିଏସପି ବିଏମ ହରପାଲ୍, ସ୍ଥାନୀୟ ଏସଡିପିଓ ଡି.ତିରୁପତି ରାଓ ପଟ୍ଟନାୟକ, ଉପସ୍ଥିତ ରହି ମୃତକଙ୍କ ପରିବାରକୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି ।

ପରିବାର ଆଇଆଇସି ରେବତୀ ଶବରଙ୍କ ବହିଷ୍କାର କରିବା ସହ ଗିରଫ ଦାବିରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।ତାଙ୍କୁ ଯଦି ବହିଷ୍କାର ନ କରାଯାଏ ତେବେ ଧାରଣାରୁ ଉଠିବୁ ନାହିଁ ବୋଲି ତାଙ୍କ ମା ପ୍ରକାଶ କରିଛନ୍ତି । ସେପଟେ ଆମେ ତଦନ୍ତ ଜାରି ରଖିଛୁ ବୋଲି କହିଛନ୍ତି ତହସିଲଦାର ଶୁଶ୍ରୀ ସୁଭ୍ରାଞ୍ଜଳି ପ୍ରଧାନ, ଡିଏସପି ଘୁ.ଉଦୟଗିରି ଏସଡିପିଓ ଡି.ତିରୁପତି ରାଓ ପଟ୍ଟନାୟକ ।

ଅଧିକ ପଢନ୍ତୁ: ଚୀନ ଓ ପାକିସ୍ତାନର ସ୍ୱପ୍ନ ଚୁରମାର, ଭାରତକୁ ଏହି ଅମୁଲ୍ୟ ସମ୍ପଦ ମାଗିଲା ଆର୍ଜେଣ୍ଟିନା