ସାବଧାନ, ଆଣ୍ଠୁଆ ଗୋପାଳଙ୍କ କ୍ରେଜ ସକ୍ରିୟ
Advertisement
Article Detail0/zeeodisha/odisha1395245

ସାବଧାନ, ଆଣ୍ଠୁଆ ଗୋପାଳଙ୍କ କ୍ରେଜ ସକ୍ରିୟ

ପୁଣି ଉପାନ୍ତ ଅଞ୍ଚଳରେ ସାରଥୀ ବାବାଙ୍କ ଭକ୍ତ ହେଲେ ସକ୍ରିୟ। ସତସଙ୍ଗ ମାଧ୍ୟମରେ ଭଜନ କିର୍ତ୍ତନ କରି ବାବାଙ୍କ ମହିମାର ପ୍ରଚାର କରିଥିବା ଜଣାପଡ଼ିଛି। ଜଣେ କି ଦୁଇ ଜଣ ନୁହେଁ, ଜିଲ୍ଲାର ଶହ ଶହ ଭକ୍ତ ମାଲକାନଗିରି ସଦର ମହକୁମାର ତଳସାହିରେ ପୁଣିଥରେ ଏଭଳି କାର୍ଯ୍ୟ ଜାରି ରଖିଥିବା ଦେଖିବାକୁ ମିଳିଛି। କେନ୍ଦ୍ରାପଡା ଜିଲ୍ଲା ବାରିମୂଳର ବହୁ ଚର୍ଚ୍ଚି

ସାବଧାନ, ଆଣ୍ଠୁଆ ଗୋପାଳଙ୍କ କ୍ରେଜ ସକ୍ରିୟ

ମାଲକାନଗିରି: ପୁଣି ଉପାନ୍ତ ଅଞ୍ଚଳରେ ସାରଥୀ ବାବାଙ୍କ ଭକ୍ତ ହେଲେ ସକ୍ରିୟ। ସତସଙ୍ଗ ମାଧ୍ୟମରେ ଭଜନ କିର୍ତ୍ତନ କରି ବାବାଙ୍କ ମହିମାର ପ୍ରଚାର କରିଥିବା ଜଣାପଡ଼ିଛି। ଜଣେ କି ଦୁଇ ଜଣ ନୁହେଁ, ଜିଲ୍ଲାର ଶହ ଶହ ଭକ୍ତ ମାଲକାନଗିରି ସଦର ମହକୁମାର ତଳସାହିରେ ପୁଣିଥରେ ଏଭଳି କାର୍ଯ୍ୟ ଜାରି ରଖିଥିବା ଦେଖିବାକୁ ମିଳିଛି। କେନ୍ଦ୍ରାପଡା ଜିଲ୍ଲା ବାରିମୂଳର ବହୁ ଚର୍ଚ୍ଚିତ ଓ ଜେଲ ଯାଇଥିବା ବାବା ସାରଥିଙ୍କ ନାମରେ ଏଠାରେ ଆଜି ଭଜନ କୀର୍ତ୍ତନ କରାଯାଇଛି। ଯେଉଁଠି ଲୋକେ ପୁଣି ଥରେ ବାବାଙ୍କ ମହିମା ଶୁଣିବାକୁ ଆସିଛନ୍ତି ଆଉ ଏଇ ସତସଙ୍ଗ ମଣ୍ଡପ ପାଖରେ ବାବାଙ୍କ ଫୋଟ ଚିତ୍ର ସହ ବିଭୁତି, ବସ୍ତ୍ର, ଧୂପ ଦୀପ ମାନ ଓ ସାରଥି ମାଳି ଭଳି ସାମଗ୍ରୀ ମଧ୍ୟ ବିକ୍ରି ନିମନ୍ତେ ସ୍ୱତନ୍ତ୍ର ଦୋକାନ ଖୋଲା ଯାଇଛି।

ତେବେ ଆପଣଙ୍କର ମନେ ଥିବ ଏଇ ଅଳ୍ପ କିଛି ଦିନ ତଳେ ମାଲକାନଗିରି ଜିଲ୍ଲାରେ ସାରଥୀ ବାବାଙ୍କ ଏଭଳି ସତସଙ୍ଗରେ ବାବାଙ୍କ ଫୋଟ ଚିତ୍ରରୁ ମହୁ ଝରୁଥିବାର ଏକ ଭିଡ଼ିଓ ଭାଇରାଲ  ନେଇ ଏକ  ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ବେଳେ ଆଜିର ସତସଙ୍ଗ ରେ କିଛି ବ୍ୟକ୍ତିଙ୍କୁ କାଳସି ଲାଗିଲା ଭଳି ଆଚରଣ କରୁଥିବା ଦେଖିବାକୁ ମିଳିଛି। ତେବେ ଏଇ ଚିତ୍ରକୁ ଗଣ ମାଧ୍ୟମ ପ୍ରତିନିଧି ମାନେ ନିଜ କ୍ୟାମେରାରେ କଏଦ କରୁଥିବା ବେଳେ କିଛି ଉପସ୍ଥିତ ଥିବା କଥା କଥିତ ବାବା ସାରଥୀଙ୍କ ଭକ୍ତମାନେ ବାରଣ କରିବା ସହ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ସେଠାରୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହା ସହ ଆମେ ଉତ୍ତୋଳନ କରିଥିବା ଭିଡିଓ ଗୁଡିକୁ ମଧ୍ୟ ଡିଲିଟ କରିବା ଲାଗି ଅନୁରୋଧ କରିଥିଲେ। ତେବେ ଏଇଠି ପ୍ରଶ୍ନ ଉଠୁଛି ଯଦି ସାରଥୀ ବାବା ସତ୍ୟ ତେବେ କାହିଁକି ତାଙ୍କର ଭକ୍ତମାନେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ଡରିଯିବା ସହ ବାରଣ କରିଥିଲେ। ଏଥିରେ ସ୍ୱତଃପୃତ ଭାବେ ପ୍ରଶ୍ନ ସୃଷ୍ଟି ହେଉଛି ଯେ ବାବା ସାରଥିଙ୍କର ଏହି ସତସଙ୍ଗ କାର୍ଯ୍ୟକ୍ରମରେ ନିଶ୍ଚିତ ରୂପେ କିଛି କଳା କାରନାମା ରହିଛି ନଚେତ ଏହା ଲୋକ ଲୋଚନ କୁ ଆସିଲେ ପରିହାସ ର ସାମ୍ନା କରିବାକୁ ପଡିବ ବୋଲି ଉପସ୍ଥିତ ଭକ୍ତ ମାନେ ଭୟ କରୁଛନ୍ତି ।