ସମସ୍ତେ ଜାଣିଥିବେ ଯେ ସ୍ଵାମୀଙ୍କ ପାଇଁ ସାବିତ୍ରୀ ପାଳନ କରାଯାଏ ହେଲେ କେତେ ଜଣ ଜାଣିଛନ୍ତି ଯେ ଗୁରୁଙ୍କ ଦୀର୍ଘଜୀବନ ପାଇଁ କିନ୍ନର ମଧ୍ୟ ପାଳିଥାନ୍ତି ସାବିତ୍ରୀ।
Trending Photos
ସମ୍ବଲପୁର: ନିଜ ଗୁରୁଙ୍କ ଦୀର୍ଘଜୀବନ କାମନା କରି ସାବିତ୍ରୀ ପାଳନ କରିଛନ୍ତି କିନ୍ନର। ଷୋହଳ ଶୃଙ୍ଗାର ବେଶରେ ସଜ୍ଜିତ ହୋଇ କିନ୍ନର ପାଳିଛନ୍ତି ସାବିତ୍ରୀ ବ୍ରତ। ସମସ୍ତେ ଜାଣିଛନ୍ତି ଯେ ସଧବା ମହିଳା ନିଜ ସ୍ଵାମୀଙ୍କ ଦୀର୍ଘ ଜୀବନ କାମନା କରି ସାବିତ୍ରୀ ପାଳନ କରିଥାନ୍ତି। ହେଲେ କିନ୍ନର ନିଜ ଗୁରୁଙ୍କର ଦୀର୍ଘ ଜୀବନ କାମନା କରି ଏହି ପର୍ବ ପାଳନ କରିଥାନ୍ତି। ସମ୍ବଲପୁରରେ ଦେଖିବାକୁ ମିଳିଛି ଏଭଳି ଏକ ନିଆରା ସାବିତ୍ରୀ ବ୍ରତ।
ସୋମବାର ପାଳିତ ହୋଇଛି ପବିତ୍ର ସାବିତ୍ରୀ ଓଷା। ସଧବା ମହିଳା ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ପାଳନ କରିଥାନ୍ତି ସାବିତ୍ରୀ ବ୍ରତ। ସମ୍ବଲପୁରରେ କିନ୍ନର ପାଳନ କରିଛନ୍ତି ଭିନ୍ନ ଏକ ସାବିତ୍ରୀ ବ୍ରତ। ସେବାକାରୀ କିନ୍ନର ଟ୍ରଷ୍ଟ ସମ୍ବଲପୁର ପକ୍ଷରୁ କରାଯାଇଥିଲା ଏଭଳି ନିଆରା ସାବିତ୍ରୀ ବ୍ରତ ପାଳନ କାର୍ଯ୍ୟକ୍ରମ। ସାଧାରଣତଃ ସଧବା ମହିଳା ସାବିତ୍ରୀ ବ୍ରତ କରୁଥିବା ବେଳେ ସମ୍ବଲପୁରର ଏହି ସାବିତ୍ରୀ ଵ୍ରତରେ କିନ୍ନର ନିଜ ଗୁରୁଙ୍କ ଦୀର୍ଘ ଜୀବନ କାମନା କରି ପାଳିଥିଲେ ସାବିତ୍ରୀ ବ୍ରତ ଏବଂ କରିଥିଲେ ନିଷ୍ଠାରେ ସହ ପୂଜାର୍ଚ୍ଚନା।
ସୋମବାର ସକାଳୁ ନିଷ୍ଠାର ସହ ଟ୍ରଷ୍ଟ ସହ ଜଡ଼ିତ ପ୍ରତ୍ୟେକ କିନ୍ନର ନିର୍ଜଳା ଉପବାସ ରହିବା ସହ ପୂଜାର୍ଚ୍ଚନା କରିଥିଲେ। ପ୍ରାଙ୍ଗଣରେ ଲିପା ପୋଛା କରି ଝୋଟି ଦେଇ ବର-ଓସ୍ତ ଗଛକୁ ରଖି ପୂଜାର୍ଚ୍ଚନା କରିଥିଲେ। ସେବାକାରୀ କିନ୍ନର ଟ୍ରଷ୍ଟ କିନ୍ନର ମିଳିତ ଭାବରେ ଦୀପ, ଚନ୍ଦନ ସହ ପୀଜାରେ ଲାଗୁଥିବା ସବୁ ଫଳମୂଳକୁ ବରଗଛ ମୂଳରେ ରଖି ପୂଜାର୍ଚ୍ଚନା କରିଥିଲେ। ଏହାସହ ନିଜର ଗୁରୁଙ୍କ ଦୀର୍ଘାୟୁ କାମନା କରି ପ୍ରଭୁଙ୍କ ଠାରେ ପ୍ରାର୍ଥନା କରିଥିଲେ। ସମସ୍ତେ ଜାଣିଥିବେ ଯେ ସ୍ଵାମୀଙ୍କ ପାଇଁ ସାବିତ୍ରୀ ପାଳନ କରାଯାଏ ହେଲେ କେତେ ଜଣ ଜାଣିଛନ୍ତି ଯେ ଗୁରୁଙ୍କ ଦୀର୍ଘଜୀବନ ପାଇଁ କିନ୍ନର ମଧ୍ୟ ପାଳିଥାନ୍ତି ସାବିତ୍ରୀ।