Road Accident: ଝିଅକୁ ଶାଶୁଘରେ ଛାଡ଼ି ଫେରିବା ବାଟରେ ଓଲଟିଲା କନ୍ୟାଯାତ୍ରୀ ଗାଡ଼ି: ଜଣେ ମୃତ, ୧୯ ଆହତ
Advertisement
Article Detail0/zeeodisha/odisha1700893

Road Accident: ଝିଅକୁ ଶାଶୁଘରେ ଛାଡ଼ି ଫେରିବା ବାଟରେ ଓଲଟିଲା କନ୍ୟାଯାତ୍ରୀ ଗାଡ଼ି: ଜଣେ ମୃତ, ୧୯ ଆହତ

Road Accident news in Odia: ଗତକାଲ ବିଳମ୍ବିତ ରାତିରେ ବାଣପୁର ଥାନା ଅନ୍ତର୍ଗତ ତାଳବରେଇ ଗ୍ରାମର ଏକ କନ୍ୟାଯାତ୍ରୀ ମାଲବାହୀ ପିକଅପ୍ ଗାଡ଼ିରେ ପ୍ରାୟ ୨୦ ଜଣ ଯାତ୍ରୀ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ପଞ୍ଚାୟତର କାଳିଞ୍ଜିପଲ୍ଲୀ ଗାଁକୁ ଯାଇଥିଲେ । ଭୋଜି ଖାଇ ଫେରିବା ବାଟରେ ବେଗୁନିଆପଡ଼ା ଥାନା କେ. ବରିଡ଼ା ମୁଖ୍ୟ ରାସ୍ତାରେ କୌଣସି କାରଣବଶତଃ ପିକଅପ୍ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । 

ସୌ(ସୋସିଆଲ ମିଡିଆ)

Road Accident news in Odisha: ଜନ୍ମ ପରି ମୃତ୍ୟୁ ମଧ୍ଯ ନିରାଟ ସତ୍ୟ ।  ମୃତ୍ୟୁ ଯେ କାହାକୁ କେତେବେଳେ ଆଉ କେମିତି ଆସେ ତାହା କେହି ଜାଣିପାରନ୍ତି ନାହିଁ । ହସ ଖୁସିରେ ଝିଅକୁ ଶାଶୁ ଘରେ ଛାଡି ଫେରିବା ବାଟରେ ଉଡିଗଲା ପ୍ରାଣ ବାୟୁ । କିଏ ଜାଣିଥିଲା ଫେରିବା ବାଟରେ ଜଗି ରହିଥିଲା ଯମ । ଝିଅକୁ ଶାଶୁଘରେ ଛାଡି ଫେରିବା ବାଟରେ ଏକ ମହିନ୍ଦ୍ରା ପିକଅପ୍ ଭ୍ୟାନ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୯ ଜଣ ଆହତ ହୋଇଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ (ganjam) ଜିଲ୍ଲା ବେଗୁନିଆପଡ଼ା ଥାନା କେ ବରିଡ଼ା ଛକରେ । ସୂଚନା ଅନୁଯାୟୀ, ଗତକାଲ ବିଳମ୍ବିତ ରାତିରେ ବାଣପୁର ଥାନା ଅନ୍ତର୍ଗତ ତାଳବରେଇ ଗ୍ରାମର ଏକ କନ୍ୟାଯାତ୍ରୀ ମାଲବାହୀ ପିକଅପ୍ ଗାଡ଼ିରେ ପ୍ରାୟ ୨୦ ଜଣ ଯାତ୍ରୀ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ପଞ୍ଚାୟତର କାଳିଞ୍ଜିପଲ୍ଲୀ ଗାଁକୁ ଯାଇଥିଲେ । ଭୋଜି ଖାଇ ଫେରିବା ବାଟରେ ବେଗୁନିଆପଡ଼ା ଥାନା କେ. ବରିଡ଼ା ମୁଖ୍ୟ ରାସ୍ତାରେ କୌଣସି କାରଣବଶତଃ ପିକଅପ୍ ଭ୍ୟାନଟି (Pickup accident) ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି । ସମସ୍ତ ମୃତାହତ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡ଼ିଛି । ମୃତକ ଜଣଙ୍କ ହେଉଛନ୍ତି ପ୍ରଭାସ କୁମାର ପ୍ରଧାନ ।

ଖବର ପାଇ ବେଗୁନିଆପଡ଼ା ଥାନା ପୋଲିସ ସମସ୍ତ ଆହତଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଡାକ୍ତରଖାନାରେ ଭର୍ତ୍ତି କରିଛି । ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି । ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ସେପଟେ ଭଦ୍ରକ ଚାନ୍ଦବାଲି (Bhadrak chandbali) ଥାନା ମତୋ ମେଡ଼ିକାଲ ନିକଟରେ ଦୁର୍ଘଟଣାଗ୍ରସ୍ଥ ହେଲା ଚୋରା ପିକଅପ୍ ଭ୍ୟାନ୍। ଦୁର୍ଘଟଣାଗ୍ରସ୍ଥ ଗାଡ଼ିକୁ ଜବତ କରିବାକୁ ଯିବା ସମୟରେ ପୋଲିସକୁ ଉପରକୁ ଆକ୍ରମଣ କରିଥିଲେ ମାଫିଆ । ସୁଚନା ଅନୁଯାୟୀ, ମତୋ ମେଡ଼ିକାଲ ନିକଟରେ ଏକ ଚୋରା ପିକଅପ୍ ଭ୍ୟାନଟି ଓଲଟି ପଡି଼ଥିଲା, ଖବର ପାଇ ଗାଡ଼ି ଜବତ କରିବାକୁ ଯିବା ସମୟରେ ମତୋ ଫାଣ୍ତି ଅଧିକାରୀଙ୍କ ଉପରକୁ ଢେଲା ପଥର ମାଡ଼ କରିଥିଲେ କୋଇଲା ମାଫିଆ । ଫଳକେ ଏଥିରେ ଫାଣ୍ତି ଅଧିକାରୀ ବୁଦ୍ଧିରାମ ମହାନ୍ତି ଆହତ ହୋଇଛନ୍ତି । ସେପଟେ ପିକଅପ୍ ଡ୍ରାଇଭରକୁ ଗିରଫ କରିଛି ପୋଲିସ ।

ପ୍ରକାଶ ଥାଉ, ବୁଧବାର ଦିନ କେନ୍ଦୁଝର (keonjhar) ଜିଲ୍ଲା ଚମ୍ପୁଆ ଥାନା ରାମଚନ୍ଦ୍ରପୁର ନିକଟରେ ଘଟିଥିଲା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Road Accident) । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର (severely injured) ହୋଇଛି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ୪ ଜଣ ବ୍ୟକ୍ତି ଝାଡ଼ଖଣ୍ତକୁ ଏକ ବିବାହ ଭୋଜିରେ ଯୋଗ ଦେବା ଲାଗି ଏକ କାର ଯୋଗେ ଯାଇଥିଲେ । ଭୋଜି ଖାଇ ମଙ୍ଗଳବାର ବିଳମ୍ବିତ ରାତିରେ ଘରକୁ ଫେରିବା ସମୟରେ ରାମଚନ୍ଦ୍ରପୁର ନିକଟରେ ବୋଲେରୋଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଫଳରେ ଗାଡ଼ିରେ ଥିବା ୨ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁ୍ଇ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା । ପ୍ରଥମେ ୨ ଗୁରୁତରଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ ଚମ୍ପୁଆ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ମୃତକ କୋଇଡ଼ା ଥାନା କମଣ୍ତୋ ଅଞ୍ଚଳର ବିନୋଦ ବାରିକ ଓ ନିଳାଦ୍ରୀ ଘଣା ବୋଲି ଜଣାପଡ଼ିଛି ।

Also Read-Weather Report: ଖରାରେ ଆହୁରି ସନ୍ତୁଳି ହେବ ଓଡ଼ିଶା! ଏହି ଦିନ ଯାଏଁ ମିଳିବନି ନିସ୍ତାର

ସେପଟେ ବୌଦ୍ଧ (Boudh) ଜିଲ୍ଲା ଜାତୀୟ ରାଜପଥ ୫୭ ଚାରି ଛକ ତହସିଲ ଅଫିସ ନିକଟରେ ଘଟିଥିଲା ଆଉ ଏକ ଦୁର୍ଘଟଣା । ଏଥିରେ ୧୦ରୁ ଅଧିକ ଆହତ ହୋଇଥିଲେ । ଆହତ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁଯାୟୀ, ବଡ଼ପଣ୍ତା ନାମକ ଏକ ଯାତ୍ରାବାହୀ ବସଟି ୪୦ ଜଣ ଯାତ୍ରୀଙ୍କୁ ନେଉ ବ୍ରହ୍ମପୁରରୁ ବଲାଙ୍ଗୀର ଅଭିମୁଖେ ଯାତ୍ରା କରୁଥିଲା । ତେବେ ହରଭଙ୍ଗା ବ୍ଲକ୍ ଚାରି ଛକ ତହସିଲ କାର୍ଯ୍ୟାଳୟ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ପିକଅପ୍ ଗାଡ଼ି ସହ ବସଟି ଧକ୍କା ହୋଇଥିଲା । ଫଳରେ ବସରେ ଥିବା ୧୦ ଜଣ ଯାତ୍ରୀ ଆହତ ହୋଇଥିଲେ ।