Road Accident: ଟ୍ରକକୁ ଧକ୍କା ଦେଲା ପିକଅପ୍ ଭ୍ୟାନ, ଚାଲିଗଲା ୩ ଜୀବନ
Advertisement
Article Detail0/zeeodisha/odisha1643662

Road Accident: ଟ୍ରକକୁ ଧକ୍କା ଦେଲା ପିକଅପ୍ ଭ୍ୟାନ, ଚାଲିଗଲା ୩ ଜୀବନ

Road Accident: ଚଣ୍ତିଖୋଲ-ପାରାଦ୍ବୀପ ୫୩ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଥିବା ସୂଚନା ମିଳିଛି । 

ସୌ(ସୋସିଆଲ ମିଡିଆ)

Road Accident: ଚଣ୍ତିଖୋଲ-ପାରାଦ୍ବୀପ(Chandikhol Paradeep) ୫୩ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା(Accident) । ଟ୍ରକକୁ ଧକ୍କା ଦେଲା ପିକଅପ୍ ଭ୍ୟାନ । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଥିବା ସୂଚନା ମିଳିଛି । ସମସ୍ତ ଗୁରୁତରଙ୍କୁ(severely critical) ହସ୍ପିଟାଲରେ ଭର୍ଭି କରାଯାଇଛି । ସୂଚନା ଅନୁଯାୟୀ, ଏକ ପିକଅପ୍ ଭ୍ୟାନଟି ଶୁଖୁଆ ନେଇ ଚଣ୍ତିଖୋଲରୁ ପାରାଦ୍ବୀପ ଆଡକୁ ଯାଉଥିଲା । ଏହି ସମୟରେ ଚାରନଙ୍ଗଳ ନିକଟରେ ଏକ ଟ୍ରକ ସହ ଧକ୍କା ହୋଇଥିଲା । ଫଳରେ ପିକଅପ୍ ଭ୍ୟାନରେ(pick up van)  ଥିବା ୯ ଜଣଙ୍କ ମଧ୍ୟରୁ ଜଣକଙ୍କର ଘଟଣାସ୍ଥଳରେ ହିଁ ମୃତ୍ଯୁ ହୋଇଥିବା ବେଳେ ୮ ଜଣ ଗୁରୁତର(severely critical) ହୋଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ଭି କରିଥିଲେ । ସେଠାରେ ଗୁରୁତରଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ(cuttack bada hospital)  ସ୍ଥାନାନ୍ତର କରାଯାଇଛି । ପରେ ସେଠାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ(Police) ପହଁଞ୍ଚି ତଦନ୍ତ ଜାରି ରଖି୍ଛି ।  ତେବେ ଏଯାବତ୍ ମୃତକଙ୍କ କୌଣସି ପରିଚୟ ମିଳିପାରିନାହିଁ । ପ୍ରବଳ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ସୂଚନା ଅନୁଯାୟୀ, ଗତ ବୁଧବାର ଦିନ ବିଳମ୍ବିତ ରାତିରେ ଝାରସୁଗୁଡ଼ା ସଦର ଥାନା ସମ୍ମୁଖରେ ଦୁଇଟି ଟ୍ରେଲର ମୁହାଁମୁହିଁ ଧକ୍କା(Accident) ହେବା ପରେ ହଠାତ୍ ଜଳିବାକୁ ଲାଗିଥିଲା । ଏହି ଦୁଇଟି ଟ୍ରେଲର ଜଳୁଥିବା ବେଳେ ପଛପଟୁ ଆସି ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ସେହି ଟ୍ରକରେ ମଧ୍ଯ ନିଆଁ ଲାଗିଯାଇଥିଲା । ଗାଡ଼ି ଭିତରରେ ଥିବା ୩ଟି ଡ୍ରାଇଭର ଜୀଇନ୍ତା ଜଳିଯାଇଥିଲେ । ସେପଟେ ସେହି ଦିନ ସକାଳ ସମୟରେ କୋରାପୁଟ ଭବାନୀନଗର ନିକଟରେ ଟ୍ରକ ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ସଦିହ ଲକ୍ଷ୍ମଣ ନାୟକ ହସ୍ପିଟାଲକୁ(sahid laxman nayak medical college koraput) ସ୍ଥାନାନ୍ତରିତ କରାଯାଇଥିଲା । ମୃତକ ଜଣକ ସେମିଲିଗୁଡ଼ା( semiliguda) ଗାନ୍ଧୀନଗରର ଦୀପକ ଜେନା ହୋଇଥିବା ବେଳେ ଗୁରୁତର ସଞ୍ଜୟ ରାଉତ ବୋଲି ଜଣାପଡ଼ିଥିଲା । ଆନ୍ଧ୍ର ନମ୍ବର ଥିବା ଟ୍ରକ ସେମିଲିଗୁଡ଼ାରୁ କୋରାପୁଟ ଆଡ଼କୁ ଆସୁଥିଲା । ଏହି ସମୟରେ ଦୁଇ ବାଇକ ଆରୋହୀ ସେମିଲିଗୁଡ଼ାରୁ କୋରାପୁଟ ଆଡ଼କୁ ଯାଉଥିଲେ । ତେବେ ଭବାନୀ ନଗର ନିକଟରେ ଥିବା ହମ୍ପସ୍ ନିକଟରେ ଟ୍ରକକୁ ଓଭରଟେକ୍(overtake) କରିବା ସମୟରେ ଦୁର୍ଘଟଣା ଘଟିଥିଲା । ଏହି ସମୟରେ ଦୀପକଙ୍କ ଉପରେ ଟ୍ରକ ଚଢି ଯାଇଥିଲା । ଫଳରେ ଘଟଣାସ୍ଥାଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ (fire brigade) ଓ ପୋଲିସ(Police) ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣା ତଦନ୍ତ ଆରମ୍ଭ କରିଥିଲା । ସେପଟେ ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଓ ହେଲପର ଫେରାର ଥିବା ସୂଚନା ମିଳିଛି । 

ପ୍ରକାଶ ଥାଉ କି, ନିକଟରେ ରାଜ୍ୟରେ ଜିରୋ ଫାଟାଲିଟି ୱିକ୍( zero fatality week) ବା ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ହେଉଥିବା ବେଳେ ସେପଟେ କମିବାର ନାଁ ଧରୁନି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା । ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି ସ୍ସେଶାଲ ଡ୍ରାଇଭରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ରୋକିବାକୁ ପୋଲିସ, ପୂର୍ତ୍ତ, ସ୍ବାସ୍ଥ୍ୟ, ନଗର ଉନ୍ନୟନ ବିଭାଗ ଓ ଏନଏଚଏଆଇ(NHAI) ସହ ହାତ ମିଳାଇଛି ପରିବହନ ବିଭାଗ(Transport department) । ତେବେ ଅନେକ ସଚେତନା ସତ୍ତ୍ବେ ଦୁର୍ଘଟଣାରେ ବ୍ରେକ ଲାଗୁନଥିବା ଏକ ଚିନ୍ତାର କାରଣ ପାଲଟିଛି ।

Also Read-Gold-Silver Price: ପୁଣି ଖସିଲା ସୁନା ଦର, ଜାଣନ୍ତୁ ଜାଣନ୍ତୁ ଆଜିର ନୂଆ ରେଟ୍