ପୁରୀରେ ବ୍ରହ୍ମପୁର ଘଟଣାର ପୁନରାବୃତ୍ତି: ନ୍ୟାୟ ପାଇଁ ଥାନାରେ ପୀଡ଼ିତା
Advertisement
Article Detail0/zeeodisha/odisha1377383

ପୁରୀରେ ବ୍ରହ୍ମପୁର ଘଟଣାର ପୁନରାବୃତ୍ତି: ନ୍ୟାୟ ପାଇଁ ଥାନାରେ ପୀଡ଼ିତା

ବ୍ରହ୍ମପୁର ଭଳି ଏକ ଘଟଣା ପୁରୀରେ ଦେଖିବାକୁ ମିଳିଛି। ନ୍ୟାୟ ଦାବି କରି ପୀଡ଼ିତା ଜଣକ ଥାନାରେ ଅଭିଯୋଗ କରିଥିଲେ। 

ପୁରୀରେ ବ୍ରହ୍ମପୁର ଘଟଣାର ପୁନରାବୃତ୍ତି: ନ୍ୟାୟ ପାଇଁ ଥାନାରେ ପୀଡ଼ିତା

Odisha News: ପୁରୀ: ଲଭ ଓ ଧୋକାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି। ପୁରୀ ସହରରୁ ଏଭଳି ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ବ୍ରହ୍ମପୁର ସହର ପରେ ଏବେ ପୁରୀ ଏହି ଘଟଣା ସାମ୍ନାକୁ ଆସିବା ପରେ ସହରରେ ଆଲୋଡ଼ନ ସୃଷ୍ଟି ହୋଇଛି। 

ମିଳିଥିବା ସୂଚନା ମୁତାବକ ପୀଡିତା ଜଣକ ଗଣମାଧ୍ୟମ ସମ୍ମୁଖରେ ସମସ୍ତ ତଥ୍ୟ ଓଗାଳିଛନ୍ତି। ତାଙ୍କ ମୁତାବକ ହାତଧରି ବେଦିରେ ବାହା ହୋଇ ସାତଜନ୍ମ ପାଈଁ ପ୍ରତିଶୃତି ଦେଲା। ଶାରୀରିକ ସମ୍ପର୍କ ମଧ୍ୟ ରଖିଲା l କିନ୍ତୁ ଲୋଭ ଅନ୍ୟ ଝିଅ ମାନଙ୍କ ପାଖରେ ଥିଲା l ମୋ ଛୁଆକୁ ନଷ୍ଟ କରି ପର ଝିଅ ସହ ଅନୈତିକ ସମ୍ପର୍କ ରଖି ମୋତେ ପ୍ରତାରଣା କରିଥିବା ନେଇ ପୀଡ଼ିତା ଜଣକ କହିଛନ୍ତି। 

୨0୧୮ ମସିହା ଫେବୁଆରୀ ୨ ତାରିକରେ ବୈଦିକ ରୀତିନୀତି ଅନୁଯାୟୀ ବାସେଳୀ ସାହିର କିରଣବାଳା ମିଶ୍ର ସହ ଲାବଣ୍ୟ ବିହାରର ସୌରଭ କୁମାର ସେନାପତିଙ୍କ ବିବାହ ଅନୁଷ୍ଠିତ ହୋଇଥିଲା l କିନ୍ତୁ ବାହାଘର ମାସେ ନ ବିତୁଣୁ ସୌରଭ ଅନେକ ଝିଅ ସହ ଅନୈତିକ ସମ୍ପର୍କ ରଖି କିରଣବାଳା ଛୁଆକୁ ନଷ୍ଟ କରି ଚାଲିଥିଲେ l ପରବର୍ତ୍ତୀ ଅବସ୍ଥାରେ କିରଣ ତାଙ୍କ ସ୍ୱାମୀକୁ ଏ କଥା ପଚାରିବାରୁ କିରଣକୁ ନିର୍ଯାତନା ଦେଉଥିବା ସହ ଜୀବନରୁ ମାରିଦେବେ ବୋଲି ଧମକ ଦେଉଛନ୍ତି l 

ଯୌତୁକ ନେଇ ଆସିଲେ ମୁଁ ତତେ ରଖିବି ଓ ଅନ୍ୟ ଝିଅ ମାନଙ୍କୁ ଭି ରଖିବି ନଚେତ ତତେ ଜୀବନରୁ ମାରିଦେବି ବୋଲି ଧମକ ଦେଉଛନ୍ତି l ଏ ନେଇ କିରଣ ବାସେଳୀ ସାହି ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି l ସେପଟେ ଏହି ଘଟଣା ପରେ କିରଣବାଳା ସମ୍ପୂର୍ଣ୍ଣ ଭାବେ ଏକ ହୋଇ ନ୍ୟାୟ ପାଇଁ ଲଢେଇ ଜାରି ରଖିଛନ୍ତି। 

ସୂଚନାଯୋଗ୍ୟ ବ୍ରହ୍ମପୁର ସହରରୁ କ୍ରମାଗତ ଭାବେ ତିନି ତିନିଟି ମାମଲା ସାମ୍ନାକୁ ଆସିଛି। ପ୍ରଥମେ ତପସ୍ୱିନୀ ଓ ପରେ ଦିପିକା ନିଜର ନ୍ୟାୟ ଦାବି କରି ଘର ଆଗରେ ଧାରଣାରେ ବସି ରହିଥିଲେ। ଏବେ ବଡ଼ ବଜାର ଦେଶୀବେହେରା ସାହିସ୍ଥିତ ତାଙ୍କ ପ୍ରେମିକଙ୍କ ଘର ସାମ୍ମୁଖରେ ଦୀପିକା ଧାରଣା ଜାରି ରଖିଛନ୍ତି । ଏହାରି ଭିତରେ ସହରରେ ପୁଣି ଏକ ପାରିବାରିକ ବିବାଦ ସାମନାକୁ ଆସିଛି । ଦୀର୍ଘ ୩ ବର୍ଷ ହେବ ସ୍ୱାମୀ ଓ ସ୍ତ୍ରୀଙ୍କ କୌଣସି କାରଣଙ୍କୁ ନେଇ ବିବାଦ ଚାଲିଥିବା ବେଳେ ସ୍ତ୍ରୀ ସ୍ୱପ୍ନା ନାୟକ ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ଥିବା ତାଙ୍କ ସ୍ୱାମୀଙ୍କ କ୍ୱାର୍ଟର ସାମ୍ନାରେ ଧାରଣା ଦେଇଥିଲେ। ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହ ସ୍ୱପ୍ନାଙ୍କ ସ୍ୱାମୀ କାହ୍ନୁ ଚରଣ ନାୟକ ରହୁଥିବା କ୍ୱାର୍ଟର ତାଲା ଭାଙ୍ଗି କ୍ୱାର୍ଟର ଭିତରକୁ ପ୍ରବେଶ କରି ଧାରଣାରେ ବସି ରହିଥିବା ଦେଖିବାକୁ ମିଳିଥିଲା। 

ଅଧିକ ପଢନ୍ତୁ: Rajasthan Congress Crisis: 'ସମସ୍ତେ ଜାଣନ୍ତି, ଅମିତ ଶାହଙ୍କ ଘରେ ହୋଇଥିଲା ବିଧାୟକଙ୍କ ବୈଠକ'; ଜାଣନ୍ତୁ କାହିଁକି ଏହା କହିଲେ ଅଶୋକ ଗେହଲୋତ