Puri: ହେତୁବାଦୀଙ୍କର ପାଗଳ ପ୍ରଳାପ: ଶଙ୍କରାଚାର୍ଯ୍ୟଙ୍କ କଟାକ୍ଷ, ଥାନାରେ ଅଭିଯୋଗ
Advertisement
Article Detail0/zeeodisha/odisha1413630

Puri: ହେତୁବାଦୀଙ୍କର ପାଗଳ ପ୍ରଳାପ: ଶଙ୍କରାଚାର୍ଯ୍ୟଙ୍କ କଟାକ୍ଷ, ଥାନାରେ ଅଭିଯୋଗ

Target on Atheist: ଧୀରେଧୀରେ ହେତୁବାଦୀଙ୍କ ବିପକ୍ଷରେ ବଢୁଛି ବିରୋଧର ସ୍ୱର। ଗତକାଲି ସିଂହଦ୍ୱାର ଥାନାରେ ଓଡିଶା ବ୍ରାହ୍ମଣ ସମାଜ ପକ୍ଷରୁ ହେତୁବାଦୀଙ୍କ ବିରୋଧରେ ଏତଲା ଦିଆଯାଇଛି। ହେତୁବାଦୀଙ୍କ ଏଭଳି କାର୍ଯ୍ଯକୁ କଡାଭାଷାରେ ନିନ୍ଦା କରିଛନ୍ତି ଜଗଦଗୁରୁ ଶଙ୍ଗରାଚାର୍ଯ୍ଯ। 

Puri: ହେତୁବାଦୀଙ୍କର ପାଗଳ ପ୍ରଳାପ: ଶଙ୍କରାଚାର୍ଯ୍ୟଙ୍କ କଟାକ୍ଷ, ଥାନାରେ ଅଭିଯୋଗ

Puri Shankaracharya: ସୂର୍ଯ୍ଯ ପରାଗରେ ଚିକେନ ବିରିଆନି ଖାଇବା ପ୍ରସଙ୍ଗକୁ ନେଇ ହେତୁବାଦୀଙ୍କୁ ସବୁଠି ବିରୋଧର ସ୍ୱର ଶୁଣିବାକୁ ମିଳିଲାଣି। ପୁଣି ଜଗଦଗୁରୁ ଶଙ୍କରାଚାର୍ଯ୍ଯ ହେତୁବାଦୀଙ୍କୁ କଡା ଶବ୍ଦରେ ନିନ୍ଦା କରିଛନ୍ତି। ସେମାନଙ୍କର ଧର୍ମଜ୍ଞାନ ନାହିଁ ଓ ସେମାନଙ୍କୁ ଅକାଳ ପଡିଛି। ଖାଦ୍ୟ ସେମାନେ ଖାଇନାହାନ୍ତି ବରଂ ଖାଦ୍ୟ ସେମାନଙ୍କୁ ଗ୍ରାସ କରିବ। ସେମାନେ ପେଚା ଠାରୁ ବି ହୀନ। ଏଭଳି ହେତୁବାଦୀଙ୍କର ଏହା ପାଗଳର ପ୍ରଳାପ। କେତେ ଜଣ ହାତ ଗଣତି ନିଜକୁ ହେତୁବାଦୀ ପରିଚୟ ଦେଇ ଧର୍ମ ବିରୋଧୀ ଷଡଯନ୍ତ୍ର କରୁଛନ୍ତି ବୋଲି କହିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ଯ। 

ଧୀରେଧୀରେ ହେତୁବାଦୀଙ୍କ (Atheist) ବିପକ୍ଷରେ ବଢୁଛି ବିରୋଧର ସ୍ୱର। ଗତକାଲି ସିଂହଦ୍ୱାର ଥାନାରେ (Puri Singhadwar Police Station) ଓଡିଶା ବ୍ରାହ୍ମଣ ସମାଜ (Odisha Brahmin Samaj) ପକ୍ଷରୁ ହେତୁବାଦୀଙ୍କ ବିରୋଧରେ ଏତଲା ଦିଆଯାଇଥିବା ବେଳେ ହେତୁବାଦୀଙ୍କ ଏଭଳି କାର୍ଯ୍ଯକୁ କଡାଭାଷାରେ ନିନ୍ଦା କରିଛନ୍ତି ଜଗଦଗୁରୁ ଶଙ୍ଗରାଚାର୍ଯ୍ଯ (Puri Shankaracharya)। ସୂର୍ଯ୍ୟ ପରାଗ (Solar Eclipse) ଦିନ ପାକତ୍ଯାଗ ସମୟରେ ଚିକେନ ବିରିୟାନୀ (Chicken Biryani) ଭକ୍ଷଣ କରିବା ଧର୍ମ ବିରୋଧୀ। ଏମାନଙ୍କୁ ଅକାଳ ଧରିଛି। ଟିକେ ବି ଧର୍ମଜ୍ଞାନ ନାହିଁ। ଖାଦ୍ଯ ସେମାନେ ଖାଇନାହାଁନ୍ତି ଖାଦ୍ୟ ସେମାନଙ୍କୁ ଖାଇଦେବ। ଆଉ ପେଚା ରାତିରେ ଦେଖିପାରେ ଏମାନେ ତାଠାରୁ ବି ହିନ। ତେଣୁ ଏମାନଙ୍କୁ ଗୁରୁତ୍ୱ ଦେବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ଯ।

ହେତୁବାଦ ନାମରେ ହିନ୍ଦୁ ଧର୍ମ ପରମ୍ପରାକୁ (Hindu Religious Tradition) ନଷ୍ଟ କରିବା ପାଇଁ ଚାଲିଛି ଷଡଯନ୍ତ୍ର। ସୂର୍ଯ୍ଯ ପରାଗ ପାକତ୍ଯାଗ ସମୟରେ ଚିକେନ ବିରିଆନି ନିଜେ ଖାଇବା ଏବଂ ଅନ୍ଯକୁ ଖୁଆଇବା ମୁର୍ଖାମିର ପରିଚୟ। ଏମାନଙ୍କର ହିତାହତ ଜ୍ଞାନ ନଥିବାରୁ ପାଗଳର ପ୍ରଳାପ ଭଳି କାର୍ଯ୍ୟ କରିଛନ୍ତି। ତେଣୁ ଏମାନଙ୍କୁ ଗୁରୁତ୍ୱ ଦେବା ଅନାବଶ୍ୟକ। 

ଶାସ୍ତ୍ରୀୟ ପରମ୍ପରା ଓ ଜ୍ଯୋତିର୍ବିଦ୍ଯା ଆଧାରରେ ତିଥି ବାର ପର୍ବପର୍ବାଣି ଓ ଗ୍ରହଣ ଗଣନା କରାଯାଇଛି। ଆଉ ଏହାକୁ ପୂର୍ବକାଳରୁ ପୂର୍ବଜ ମାନେ ପାଳନ କରିଆସୁଛନ୍ତି। ତେଣୁ ଏଭଳି ହେତୁବାଦୀଙ୍କୁ ଆଗାମୀ ଦିନରେ କଡା ବିରୋଧ କରାଯିବ ବୋଲି କହିଛନ୍ତି ଗବେଷକ ଓ ବିଭିନ୍ନ ସଙ୍ଗଠନ। ହିନ୍ଦୁ ଧର୍ମ ପରମ୍ପରା ପ୍ରତି ଏଭଳି ହେତୁବାଦୀଙ୍କ ଅଙ୍ଗୁଳି ନିର୍ଦ୍ଦେଶ ଜ୍ଯୋତିର୍ବିଦଙ୍କ ବିଦ୍ଯା ଉପରେ ପ୍ରଶ୍ନ ସୃଷ୍ଟି କରିଛି। 

ସେପଟେ ହେତୁବାଦୀଙ୍କ ପରମ୍ପରା ବିରୋଧୀ କାର୍ଯ୍ୟଧାରକୁ ନେଇ ଅଖିଳ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ଟାଉନ ଥାନାରେ ଦିଆଗଲା ଏତଲା। ମହାସଭାର ଆବାହକ ସୂର୍ଯ୍ୟ ନାରାୟଣ ରଥ  ଏବଂ ଅନ୍ୟ ସଦସ୍ୟ ଦେଇଛନ୍ତି ଏତଲା।