Puri: ଜଗନ୍ନାଥ ମନ୍ଦିର ଭକ୍ତ ନିବାସ ଠକେଇ ମାମଲା; ୨ ଜଣଙ୍କୁ ବାନ୍ଧିଲା ପୁରୀ ପୋଲିସ
Advertisement
Article Detail0/zeeodisha/odisha1561824

Puri: ଜଗନ୍ନାଥ ମନ୍ଦିର ଭକ୍ତ ନିବାସ ଠକେଇ ମାମଲା; ୨ ଜଣଙ୍କୁ ବାନ୍ଧିଲା ପୁରୀ ପୋଲିସ

Puri Bhakt Nibas Fraud Case:  ପୁରୀ ନୀଳାଚଳ ଭକ୍ତ ନିବାସ ନାମରେ ଏକ ଫେକ ୱେବସାଇଟ ଖୋଲି ସାଇବର ଠକେଇରେ ଜଡ଼ିତ ରହିଥିବା ଗୋଷ୍ଠୀର ପର୍ଦ୍ଦଫାଶ କରିଛି। ଏହି ଘଟଣାରେ ପୁରୀ ପୋଲିସ 

Puri: ଜଗନ୍ନାଥ ମନ୍ଦିର ଭକ୍ତ ନିବାସ ଠକେଇ ମାମଲା; ୨ ଜଣଙ୍କୁ ବାନ୍ଧିଲା ପୁରୀ ପୋଲିସ

Sri Jagannath Temple Bhakt Nibas Cyber Fraud Case: ଶ୍ରୀଜଗନ୍ନାଥ ମନ୍ଦିର ଉନ୍ନୟନ ପ୍ରଶାସକ ଏକେ ଜେନାଙ୍କ ଅଭିଯୋଗ କ୍ରମେ ପୁରୀ ପୋଲିସ ସାଇବର ଠକେଇରେ ଜଡ଼ିତ ରହିଥିବା ଏକ ଗୋଷ୍ଠୀର ପର୍ଦ୍ଦାଫାଶ କରିଛି। ଏନେଇ ଘଟଣାରେ ହୋଇଥିବା ଅନୁସନ୍ଧାନ ସମୟରେ ଜଣାପଡ଼ିଛି ଏହି ପର୍ଯ୍ୟଟକଙ୍କୁ ଠକିବା କାର୍ଯ୍ୟରେ ଜଡ଼ିତ ରହିଥିଲା। ମୋବାଇଲ ନମ୍ବର ୭୭୩୫୨୨୭୬୯୨ ବ୍ୟବହାର କରି ନୀଳାଚଳ ଭକ୍ତ ନିବାସ ନାମରେ ଏକ ଫେକ ୱେବସାଇଟ ଖୋଲି ସାଇବର ଠକେଇରେ ଜଡ଼ିତ ରହିଥିଲା ଏହି ଗୋଷ୍ଠୀ। 

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଉତ୍ତର ପ୍ରଦେଶ ମଥୁରା ଜିଲ୍ଲାର ଗୋବର୍ଦ୍ଧନ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ଅନୁସନ୍ଧାନ ବେଳେ ଜଣାପଡ଼ିଛି ଯେ ଅଏହି ଅପରାଧରେ ବ୍ୟବହୃତ ସିମ୍ କାର୍ଡ କେନ୍ଦୁଝର ଜିଲ୍ଲା  ଅଗରାପଡା ଚନ୍ଦନ ସିଂହ ଦ୍ୱାରା ଜାରି କରାଯାଇଥିଲା। ପରେ ଏହାକୁ ଭଦ୍ରକ ଚରମ୍ପା ଅଞ୍ଚଳର ମଧ୍ୟସ୍ଥି ଗୌତମ ସାହୁ ଏବଂ ରାଜସ୍ଥାନ ଅଲୱର ଜିଲ୍ଲାର ବାହାଟୁଟାଲା ଅଞ୍ଚଳର ଅନ୍ୟ ଜଣେ ଠକଙ୍କୁ ବିକ୍ରି କରାଯାଇଥିଲା। ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ସାଇବର ଠକେଇ ପାଇଁ ଚନ୍ଦନ ସିଂହ ସାଇବର ଠକଙ୍କୁ ଶହେରୁ ଅଧିକ ପ୍ରି-ଆକ୍ଟିଭେଟ ସିମ କାର୍ଡ ବିକ୍ରି କରିଛି। ଏହି ସମସ୍ତ ସିମ୍ କାର୍ଡ ବାବଦରେ ସବିଶେଷ ତଥ୍ୟ ପାଇବା ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚାଲିଛି। 

ଭଦ୍ରକ ଜିଓ ଡିଜିଟାଲ ଅଧିନରେ ଚନ୍ଦନ ସିଂହ ଜେପିଏମ୍ ଏବଂ ଗୌତମ ସାହୁ ଡିଏସଏସ ଭାବେ କାର୍ଯ୍ୟ କରୁଥିଲେ। ଗତ ବର୍ଷ ଅକ୍ଟୋବରରେ ଏପରି ଏକ ଠକେଇ ମାମଲାରେ ଗୌତମ ସାହୁକୁ ଦିଲ୍ଲୀ ଦ୍ୱାରକା ପୋଲିସ ଗିରଫ କରିଥିଲା। ଗିରଫ ପରେ ଗୌତମ ସାହୁ  ଜାମିନ ପାଇଯାଇଥିଲା। ଗୌତମ ସାହୁର ଜାମିନ ବାତିଲ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ଆରମ୍ଭ ହୋଇଯାଇଛି ଉଦ୍ୟମ।

ଏହି ଘଟଣାରେ ତଦନ୍ତ କରିବାକୁ ଯାଇ ଡିଏସପି ସିଟି ଡିଏସପି କେ.ହରିପ୍ରସାଦ ଏବଂ ପୁରୀ ସାଇବର ଥାନା ଆଇଆଇସି ଜ୍ଞାନେନ୍ଦ୍ର ସାହୁ ଉତ୍ତର ପ୍ରଦେଶର ମଥୁରା ଏବଂ ରାଜସ୍ଥାନର ଅଲୱାର ଜିଲ୍ଲାରେ ପହଞ୍ଚିଥିଲେ। ଏପରିକି ଏହି ପୋଲିସ ଟିମ ଭଦ୍ରକ ଏବଂ କେନ୍ଦୁଝର ଜିଲ୍ଲାରେ ପହଞ୍ଚି ଯାଇଥିଲା। ପୋଲିସ ଚନ୍ଦନ ସିଂହ ଏବଂ ଗୌତମ ସାହୁକୁ ଗିରଫ କରିବା ସହ ୫ ମୋବାଇଲ୍ ଫୋନ୍ ଏବ ୩୧ ସିମ୍ କାର୍ଡ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କୁ U / S 419/420/468/120 (B) IPC / 66 (C) / 66 (D) IT ଅଧିନିୟମ ଅନୁଯାୟୀ ମଙ୍ଗଳବାର କୋର୍ଟ ଚାଲାଣ କରାଯିବ।