ରଥଯାତ୍ରା-ସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତ ପୁରୀ ଜିଲ୍ଲା ପ୍ରଶାସନ ଏବଂ ପୋଲିସ
Advertisement
Article Detail0/zeeodisha/odisha1203794

ରଥଯାତ୍ରା-ସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତ ପୁରୀ ଜିଲ୍ଲା ପ୍ରଶାସନ ଏବଂ ପୋଲିସ

ଜୁନ୍ ୧୪ ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଏବଂ ଜୁଲାଇ ୧ ତାରିଖରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଦୀର୍ଘ ୨ ବର୍ଷ ପରେ ଭକ୍ତମୟ ପରିବେଶରେ ହେବ ଏହି ବିଶ୍ୱ ପ୍ରସିଦ୍ଧ ଯାତ୍ରା।

ରଥଯାତ୍ରା-ସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତ ପୁରୀ ଜିଲ୍ଲା ପ୍ରଶାସନ ଏବଂ ପୋଲିସ

ପୁରୀ: ଆସନ୍ତା ଜୁନ ୧୪ ତାରିଖରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଚଳିତବର୍ଷ ଭକ୍ତମୟ ପରିବେଶରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା। ଏନେଇ ମଙ୍ଗଳବାର ଉଭୟ ଜିଲ୍ଲା-ପୁଲିସ ପ୍ରଶାସନ ପକ୍ଷରୁ ସ୍ଥିତିର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଏବଂ ଏସପି ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱ ଅନୁଧ୍ୟାନ କରିବା ସହ ସ୍ନାନ ବେଦୀ ତଦାରଖ କରିଛନ୍ତି। ପୁଲିସ ଡିଜିଙ୍କ ସମୀକ୍ଷା ବୈଠକ ଆଧାରରେ ପ୍ରସ୍ତୁତି କରାଯାଉଛି। 

ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱ ଉଚ୍ଛେଦ ପରେ ପ୍ରଶସ୍ତ ସ୍ଥାନ ମିଳିପାରିଛି। ଏସବୁ ସ୍ଥାନରେ କିଭଳି ଚଳପ୍ରଚଳ ହେବ, ଦର୍ଶନ ବ୍ଯବସ୍ଥା ଶୃଙ୍ଖଳିତ, ସେବାୟତଙ୍କ ପାଇଁ ପାର୍କିଂ ବ୍ଯବସ୍ଥା ଆଦିକୁ ନେଇ ପ୍ରଶାସନ ପକ୍ଷରୁ ଅନୁଧ୍ୟାନ କରାଯାଇଛି। ସେପଟେ ଆସନ୍ତାକାଲି ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ଯକ୍ଷତାରେ ବସିବ ରଥଯାତ୍ରା ଦ୍ୱିତୀୟ ସମନ୍ୱୟ ବୈଠକ। ଏହି ବୈଠକ ପୂର୍ବରୁ ସ୍ନାନ ପୂର୍ଣ୍ଣିମାକୁ ନେଇ କିଭଳି ବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ଏସପି। ସେପଟେ ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ସ୍ନାନବେଦୀର ମରାମତି ହେବ। ଏଥିପାଇଁ ଏଏସଆଇ ସହ ଆଲୋଚନା ହୋଇଛି। 

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆସନ୍ତାକାଲି ଅନୁଷ୍ଠିତ ହେବ ଦ୍ବିତୀୟ ରଥଯାତ୍ରା ସମନ୍ୱୟ ବୈଠକ।‌ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଟାଉନ ହଲ୍ ଠାରେ ହେବ ବୈଠକ। ବିଭିନ୍ନ ବିଭାଗର କାର୍ଯ୍ୟ ଉପରେ ତଦାରଖ କରାଯିବ। ବୈଠକରେ ଅନ୍ୟାନ୍ୟ ମନ୍ତ୍ରୀ ତଥା ବିଭାଗୀୟ ଅଧିକାରୀ ଉପସ୍ଥିତ ରହିବେ। ଏ ସମ୍ପର୍କରେ ଜଣାଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା। 

ସ୍ନାନପୂର୍ଣ୍ଣିମା ଏବଂ ରଥଯାତ୍ରା ନେଇ ମେ ୩୦ ତାରିଖ ସୋମବାର ହୋଟେଲ ମାଲିକଙ୍କ ସହ ସମନ୍ୱୟ ବୈଠକ କରିଛି ପୁରୀ ପୁଲିସ। ଭକ୍ତ ତଥା ପର୍ଯ୍ଯଟକଙ୍କ ସୁରକ୍ଷା ଏବଂ ସେମାନଙ୍କ ରହଣିକୁ ଦୃଷ୍ଟିରେ ରଖି ହୋଟେଲିଅର ଙ୍କ ଲାଗି ଜାରି ହୋଇଛି ଗାଇଡ ଲାଇନ। ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଆଶଙ୍କା ରହିଥିବାରୁ ଭକ୍ତଙ୍କ ପାଇଁ ୨୪ ଘଣ୍ଟିଆ ହେଲପ ଲାଇନ ନମ୍ବର ଜାରୀ କରାଯାଇଛି। ହୋଟେଲ ପରିସରରେ ପର୍ଯ୍ଯାପ୍ତ ସିସିଟିଭି ଲଗାଇବା, ପର୍ଯ୍ଯଟକଙ୍କ ସୁରକ୍ଷିତ ସମୁଦ୍ର ସ୍ନାନ ଆଦି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ପୁରୀ ଏସପି।

ଜୁନ୍ ୧୪ ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଏବଂ ଜୁଲାଇ ୧ ତାରିଖରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଦୀର୍ଘ ୨ ବର୍ଷ ପରେ ଭକ୍ତମୟ ପରିବେଶରେ ହେବ ଏହି ବିଶ୍ୱ ପ୍ରସିଦ୍ଧ ଯାତ୍ରା। ଆଉ ଭକ୍ତଙ୍କ ଶୃଙ୍ଖଳିତ ରହଣି ସହ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ପକ୍ଷରୁ ହୋଟେଲ ମାଲିକ ସଂଘ ସହ ଅନୁଷ୍ଠିତ ହୋଇଯାଇଛି ପ୍ରଥମ ସମନ୍ୱୟ ବୈଠକ। ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ରଥଯାତ୍ରା ପାଇଁ ହୋଟେଲିଅର ଙ୍କ ଲାଗି ଜାରି ହୋଇଛି ସ୍ୱତନ୍ତ୍ର ଗାଇଡ ଲାଇନ। ପ୍ରତ୍ୟେକ ହୋଟେଲ ମଧ୍ୟରେ ପର୍ଯ୍ଯାପ୍ତ ପରିମାଣର ସିସିଟିଭି, ୭ ଦିନର ସିସିଟିଭି ରେକର୍ଡ, ଦୈନନ୍ଦିନ ହୋଟେଲ ଠାରେ ରହୁଥିବା ପର୍ଯ୍ଯଟକଙ୍କ ତଥ୍ଯ ପୁଲିସ ପାଖରେ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ପୁରୀ ଏସପିଙ୍କ ଅଧ୍ଯକ୍ଷତାରେ ହୋଇଥିବା ବୈଠକରେ ପ୍ରଶାସନକୁ ସହଯୋଗ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି।

ସେପଟେ ଚଳିତ ବର୍ଷ ଦ୍ବିଗୁଣା ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଯାତ୍ରୀଙ୍କ ସୁବିଧା ଏବଂ ସୁରକ୍ଷା ଉପରେ ଗୁରୁତ୍ବ ଦେଇଛି ପୋଲିସ। ସମସ୍ତ ହୋଟେଲ ନିଜର ସିସିଟିଭି ସକ୍ରିୟ କରିବାକୁ କୁହାଯାଇଛି। ହୋଟେଲ ରେ ରହୁଥିବା ପର୍ଯ୍ୟଟକଙ୍କ କୈାଣସି ଅସୁବିଧା ହେଲେ ନେଇପାରିବେ ପୋଲିସ ସହାୟତା। ଏଥିପାଇଁ ଜାରି ହେଲା ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ୱର (୬୩୭୦୯୬୭୧୦୦)। ଟୋଲଫ୍ରି ନମ୍ବର କେବଳ ରଥଯାତ୍ରା ନୁହେଁ ବର୍ଷ ତମାମ ପର୍ଯ୍ୟଟକଙ୍କୁ ସହାୟତା ଯୋଗାଇଦେବ। ପ୍ରତ୍ୟେକ ହୋଟେଲିଅର ଏହି ନିଶୁଳ୍କ ନମ୍ବରକୁ ହୋଟେଲ କାଉଣ୍ଟର ଠାରେ ଯାତ୍ରୀ ତଥା ପର୍ଯ୍ୟଟକଙ୍କ ଲାଗି ପ୍ରଦର୍ଶିତ କରିବେ। ବେଳାଭୂମିରେ ପର୍ଯ୍ଯଟକଙ୍କ ସୁରକ୍ଷା ଏବଂ ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଥିବା କହିଛନ୍ତି ପୁରୀ ଏସପି ଡକ୍ଟର କନୱର ବିଶାଲ ସିଂହ।

ଜୁନ ୧ ତାରିଖରେ ଆଇନ ମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ହେବ ଦ୍ୱିତୀୟ ରଥ ସମନ୍ୱୟ ବୈଠକ। ପ୍ରଶାସନିକ ସ୍ତରରେ ସମନ୍ୱୟ ନେଇ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ପୁରୀ ପୁଲିସ ପକ୍ଷରୁ ହୋଟେଲିଅର ଙ୍କ ସହ ପ୍ରଥମ ଥର କରି ସମନ୍ୱୟ ବୈଠକ କରାଯାଇଥିବାରୁ ହୋଟେଲିଅର ଏହାକୁ ସ୍ୱାଗତ କରିଛନ୍ତି।