ବିଶ୍ୱକର୍ମା ପୂଜା ପାଇଁ ଚଳଚଞ୍ଚଳ ପାରାଦୀପ, ସଜେଇ ହେଉଛି ବନ୍ଦର ନଗରୀ
Advertisement
Article Detail0/zeeodisha/odisha1348957

ବିଶ୍ୱକର୍ମା ପୂଜା ପାଇଁ ଚଳଚଞ୍ଚଳ ପାରାଦୀପ, ସଜେଇ ହେଉଛି ବନ୍ଦର ନଗରୀ

ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଆସିଲେ ପୂଜାର ଦେଢମାସ ପୂର୍ବରୁ ଚଳଚଞ୍ଚଳ ହୋଇଉଠେ ବନ୍ଦର ନଗରୀ ପାରାଦୀପ। ଏନେଇ ପାରାଦୀପବାସୀ ନିଜକୁ ଗର୍ବ ଅନୁଭବ କରିବା ସହିତ ପ୍ରତ୍ୟେକ ଘରେ ଉତ୍ସବ ର ମାହୋଲ ସୃଷ୍ଟି ହୋଇଥାଏ l

ସାଂକେତିକ ଫଟୋ

ପାରାଦୀପ (ନାରାୟଣ ବେହେରା): ଦିନ କେତୋଟି ପରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା। ଯାହାକୁ ନେଇ ଓଡିଶାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବନ୍ଦର ନଗରୀ ପାରାଦୀପ ରେ ଚଳିତବର୍ଷ ଦେଖିବାକୁ ମିଳିବନି ସୁଉଚ୍ଚ ତୋରଣ, ବିଭିନ୍ନ କୁଶଳୀ କାରିଗରଙ୍କ କଳାକୃତି । ବିଭିନ୍ନ ଆଲୋକମାଳା ରେ ସଜେଇ ହେବନାହିଁ ବନ୍ଦର ନଗରୀ ପାରାଦ୍ଵୀପ। ଚଳିତବର୍ଷ ଦେବଶିଳ୍ପୀ ଙ୍କ ପୂଜା ଦେଖିବାକୁ ପାଇବେନାହିଁ ପାରାଦୀପ ସମେତ ଆଖପାଖ ଅଞ୍ଚଳର ଲୋକେ। ଦୀର୍ଘ ଚାରି ଦଶନ୍ଧି ଧରି ଚାଲିଥିବା ଦେବଶିଳ୍ପୀଙ୍କ ପୂଜା ବନ୍ଦ ନିଷ୍ପତ୍ତି କୁ ନେଇ ନିରାଶ ହୋଇଛନ୍ତି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ପୂଜା ଆୟୋଜକ କମିଟି l

ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଆସିଲେ ପୂଜାର ଦେଢମାସ ପୂର୍ବରୁ ଚଳଚଞ୍ଚଳ ହୋଇଉଠେ ବନ୍ଦର ନଗରୀ ପାରାଦୀପ। ଏନେଇ ପାରାଦୀପବାସୀ ନିଜକୁ ଗର୍ବ ଅନୁଭବ କରିବା ସହିତ ପ୍ରତ୍ୟେକ ଘରେ ଉତ୍ସବ ର ମାହୋଲ ସୃଷ୍ଟି ହୋଇଥାଏ l ସୁଉଚ୍ଚ ତୋରଣ, ବିଭିନ୍ନ ପ୍ରକାର ର କାରିଗରୀ ର ଆଖି ଝଲସିଗଲା ଭଳି ଦେବଶିଳ୍ପୀଙ୍କ ମୃଣ୍ମୟ ପ୍ରତିମା ସାଙ୍ଗକୁ ଆଲୋକମାଳା ରେ ରଙ୍ଗୀନ ହୋଇଥାଏ ବନ୍ଦର ନଗରୀ । ଦୁଇବର୍ଷ ଧରି କରୋନା ମହାମାରୀ କାରଣରୁ ଦେବଶିଳ୍ପୀ ଙ୍କ ପୂଜା ବନ୍ଦ ରହିଥିବା ବେଳେ ଚଳିତବର୍ଷ ର ବିଶ୍ୱକର୍ମା ପୂଜାକୁ ଲକ୍ଷ ରଖି ବିଭିନ୍ନ ଟେଣ୍ଡ ମାଲିକ, ଛୋଟବଡ ବ୍ୟବସାୟୀ ଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସାୟିକ ସଂସ୍ଥାମାନେ ଖୁବ ଉତ୍ସାହିତ ହୋଇ ପୂଜାକୁ ଚାତକ ଭଳି ଅନାଇ ବସିଥାନ୍ତି। ହେଲେ ବନ୍ଦର ପ୍ରଶାସନର ଉଦାସୀନତା ହେଉ କିମ୍ବା ପୂଜା ଆୟୋଜକ ମାନଙ୍କ ବିଗତ ଦିନର କ୍ଷତି କାରଣରୁ ନିରୁତ୍ସାହ ମନୋଭାବ କାରଣରୁ ଚଳିତବର୍ଷ ର ଓଡିଶା ପ୍ରସିଦ୍ଧ ପାରାଦୀପ ବିଶ୍ୱକର୍ମା ପୂଜା ଆଉ ଦେଖିବାକୁ ମିଳିବ ନାହିଁ l ଯାହାକୁ ନେଇ ଅନେକ ବ୍ୟବସାୟୀ ମାନେ ନିରାଶ ହୋଇପଡ଼ିବା ସହିତ ସେମାନଙ୍କର ଜୀବନ ଜୀବିକା ଉପରେ ପ୍ରଭାବ ପଡିଛି। ଚଳିତ ବର୍ଷର ପୂଜା ବନ୍ଦ ହେବାକୁ ନେଇ ପ୍ରଶାସନ କୁ ଦାୟୀ କରିବାକୁ ପଛାଇ ନାହାନ୍ତି l ସାରା ଓଡିଶା ରେ ବିଭିନ୍ନ ସ୍ଥାନରେ ପୂଜା ଆୟୋଜନ ପାଇଁ ଅନୁମତି ମିଳୁଥିବା ବେଳେ କ''ଣପାଇଁ ପାରାଦୀପ ର ପ୍ରସିଦ୍ଧ ବିଶ୍ୱକର୍ମା ପୂଜାକୁ ଚଳିତବର୍ଷ ବନ୍ଦ କରାଯାଇଛି ଏହାକୁ ନେଇ ପାରାଦୀପ ବାସୀଙ୍କ ମନରେ ଅନେକ ସନ୍ଦେହ ସୃଷ୍ଟି ହୋଇଛି l

ମହାମାରୀ କରୋନା ଯୋଗୁଁ ଦୁଇବର୍ଷ ଧରି ଅନେକ ଛୋଟବଡ ବ୍ୟବସାୟୀ ମାନେ ନିଜର ପସରା ମେଲିବାକୁ ସୁଯୋଗ ପାଇନଥିବା ବେଳେ ଚଳିତ ବିଶ୍ୱକର୍ମା ପୂଜାରେ ଭଲ ରୋଜଗାର ହେବ ବୋଲି ଆଶା ରଖିଥିବା ବ୍ୟବସାୟୀ ମାନଙ୍କର ଆଶା ଏବେ ମଉଳି ଯାଇଛିl କାରଣ ଓଡିଶା ତଥା ଓଡିଶା ବାହାର ର ତୋରଣ କାରୀଗରୀ ମାନେ ଦେଢମାସ ପୂର୍ବରୁ ସେମାନଙ୍କର ତୋରଣ କାର୍ଯ୍ୟ ରେ ଲାଗି ପଡିଥିବା ବେଳେ ବ୍ୟବସାୟୀ ମାନେ ବିଶ୍ୱକର୍ମା ପୂଜାର ଏକମାସ ପୂର୍ବରୁ ପାରାଦୀପ ରେ ବ୍ୟବସାୟ ପାଇଁ ଡେରା ପକାଇବା ଦେଖିବାକୁ ମିଳିଥାଏ l ଯାହାକୁ ନେଇ ଚଳଚଞ୍ଚଳ ହୋଇ ପଡିଥାଏ ବନ୍ଦର ନଗରୀ ପାରାଦୀପ। କିନ୍ତୁ ଚଳିତବର୍ଷ ପୂଜା ବନ୍ଦ ହେବାକୁ ନେଇ ଆଉ ପାରାଦୀପ ରେ ଭିଡ଼ ଦେଖିବାକୁ ମିଳୁନି l ପୂଜା ର ଏକମାସ ପୂର୍ବରୁ ପାରାଦୀପ ବନ୍ଦର ପ୍ରଶାସନ ତରଫରୁ ବିଭିନ୍ନ ପୂଜା ଆୟୋଜକ ମାନଙ୍କୁ ନେଇ ହେଉଥିବା ପ୍ରସ୍ତୁତି ବୈଠକ ଚଳିତବର୍ଷ ଆୟୋଜିତ ହୋଇନି l ଏ ନେଇ ବନ୍ଦର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସହିତ କିଛି ପୂଜା ଆୟୋଜକ କମିଟି ଯୋଗାଯୋଗ କରିଥିଲେ ମଧ୍ୟ ସେଭଳି କିଛି ସନ୍ତୁଷ୍ଟ ହେବାଭଳି ଉତ୍ତର ପାଇପାରିନାହାନ୍ତି ପୂଜା କମିଟି l ଯାହାକୁ ନେଇ ଦୀର୍ଘ ଚାରି ଦଶନ୍ଧି ରୁ ଊର୍ଧ୍ଵ ହେବ ବିଶ୍ୱକର୍ମା ପୂଜା ରେ ପ୍ରତିଦ୍ବନ୍ଦିତା ପୂର୍ଣ ମେଢ଼ସଜ୍ଜା, ଆଲୋକସଜ୍ଜା ଓ ମୂର୍ତ୍ତି ସଜ୍ଜା କୁ ନେଇ ପୁରସ୍କୃତ ହୋଇଥିବା ପୂଜା କମିଟି ମାନଙ୍କ ମଧ୍ୟରେ ନିରାଶାଭାବ ସୃଷ୍ଟି ହୋଇଛି l ଯାହାକୁ ନେଇ ଆଗାମୀ ବର୍ଷ ମାନଙ୍କରେ ଆଉ ପାରାଦୀପ ରେ ବିଶ୍ୱକର୍ମା ପୂଜା ଆୟୋଜିତ ହେବ କି ନାହିଁ ତାହା ପୂଜା ଆୟୋଜକ ମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ବନ୍ଦର ପ୍ରଶାସନ କୁ ଦାୟୀ କରାଯାଇଛି l ଓଡ଼ିଆ ଐତିହ୍ୟ ଓ ପରମ୍ପରା କୁ ପାରାଦ୍ଵୀପ ବନ୍ଦର ଭୁଲି ଯାଉଥିବା ସେମାନେ ଅଭିଯୋଗ କରିଛନ୍ତି।

ପାରାଦ୍ବୀପ ବନ୍ଦର ପ୍ରଶାସନ ର ଆନ୍ତରିକତା ଅଭାବରୁ ଚଳିତ ବର୍ଷ ବନ୍ଦର ନଗରୀ ପାରାଦ୍ଵୀପ ରେ ବନ୍ଦ ହୋଇଯାଇଛି ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ଯାହାକୁ ନେଇ ବିଭିନ୍ନ ପୂଜା କମିଟି ପକ୍ଷରୁ ଅଭିଯୋଗ ହେଉଥିବା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନିଜ ନିଜ କାର୍ଯ୍ୟାଳୟରେ ଏହି ପୂଜା ର ଆୟୋଜନ ହେଉଛି, ହେଲେ ଚଳିତ ବର୍ଷ ବିଶ୍ବକର୍ମା ପୂଜା ପୂର୍ବରୁ କ୍ଷତିଗ୍ରସ୍ତ ହୋଇଥିବା କ୍ଷୁଦ୍ର ବ୍ୟବସାୟୀ, କଳାକାର, ଟେଣ୍ଡ ଓ ସାଉଣ୍ଡ ବ୍ୟବସାୟୀ ମାନେ ଏକ ସ୍ବତନ୍ତ୍ର ବୈଠକରେ ଏକତ୍ରିତ ହୋଇଥିବା ବେଳେ ଆଗାମୀ ବର୍ଷ କୁ କିପରି ଦେବଶିଳ୍ପୀ ବିଶ୍ବକର୍ମା ପୂଜା ବଡ ଧୁମଧାମରେ ହେବ ଏନେଇ ପ୍ରଶାସନ ଓ ବନ୍ଦର ପ୍ରଶାସନକୁ ଦୃଷ୍ଟି ଦେବା ପାଇଁ ଅନୁରୋଧ କରାଯାଇଛି।