Judo Player Laxmi Burmun: ସାହାରା ଖୋଜୁଛି ଲକ୍ଷ୍ନୀ, ଅନାଟନର ଚାଦର ତଳେ ଉଙ୍କି ମାରୁଛି ପ୍ରତିଭା
Advertisement
Article Detail0/zeeodisha/odisha1350186

Judo Player Laxmi Burmun: ସାହାରା ଖୋଜୁଛି ଲକ୍ଷ୍ନୀ, ଅନାଟନର ଚାଦର ତଳେ ଉଙ୍କି ମାରୁଛି ପ୍ରତିଭା

ଜୁଡୋ ମେଡାଲିଷ୍ଟ ଲକ୍ଷ୍ମୀ ପିଲା ଦିନୁ ନିଜ ମାଆଙ୍କୁ ହରାଇବା ପରେ ସେ ଓ ତାର ସାନ ଭଉଣୀ ଓ ବାପା ଜରିପାଲ ତଳେ ଦିନ କାଟୁଛନ୍ତି। ଗରୀବିର ଶେଷ ସ୍ତରରେ ବଞ୍ଚୁଥିବା ଏହି ପ୍ରତିଭାବାନ ଖେଳାଳିଙ୍କୁ ଦିନକୁ ଦୁଇବେଳା ଭଲରେ ଖାଇବାକୁ ମିଳିବା ମଧ୍ୟ କଷ୍ଟକର ହୋଇ ପଡ଼େ।

Judo Player Laxmi Burmun: ସାହାରା ଖୋଜୁଛି ଲକ୍ଷ୍ନୀ, ଅନାଟନର ଚାଦର ତଳେ ଉଙ୍କି ମାରୁଛି ପ୍ରତିଭା

Judo Player Laxmi Burmun: ପାରାଦୀପ (ନାରାୟଣ ବେହେରା) : ପାରାଦୀପର ଲକ୍ଷ୍ମୀ ବର୍ମନ, ଜଣେ ଦିନ ମଜୁରିଆଙ୍କ ଝିଅ।  ବସ୍ତି ଅଞ୍ଚଳର ଜଣେ ଦିନ ମଜୁରିଆଙ୍କ ଝିଅ ଲକ୍ଷ୍ମୀ ବର୍ମନ୍ ଜାତୀୟ ସ୍ତରର ଖେଲୋ ଇଣ୍ଡିଆ ଜୁଡୋ ପ୍ରତିଯୋଗିତାରେ ସିଲଭର୍ ମେଡାଲିଷ୍ଟ। ଯେଉଁ ପରିବାର ଓ ବସ୍ତିବାସିନ୍ଦାମାନେ ଦିନେ ଏହି ଜୁଡୋ ଖେଳକୁ ନେଇ ବିରୋଧ କରୁଥିଲେ ଆଜି ସେମାନେ ତାଙ୍କୁ ଶୁଭେତ୍ସା ଜଣାଇବା ସହ ଆଗକୁ ଯିବା ପାଇଁ ପ୍ରେରଣା ଦେଉଛନ୍ତି। ଜରିପାଲ ତଳେ ରହୁଥିବା ଜୁଡୋ ମେଡାଲିଷ୍ଟ ଲକ୍ଷ୍ମୀ ବର୍ମନ୍ ସରକାରଙ୍କୁ ଘରଟିଏ ଓ ଖେଳ ପାଇଁ ପ୍ରୋତ୍ସାହନ ଦେବା ପାଇଁ ଅନୁରୋଧ କରିଛନ୍ତି।

ବସ୍ତି ଅଞ୍ଚଳରୁ ଜାତୀୟ ସ୍ତରର ଖେଲୋ ଇଣ୍ଡିଆ ଜୁଡ଼ୋ ପ୍ରତି ଯୋଗିତାରେ ଜଣେ ଝିଅ ସିଲଭର୍ ମେଡାଲିଷ୍ଟ। ଜଗତସିଂହପୁର ଜିଲ୍ଲା ପାରାଦୀପ ବାଲିଝରା ବସ୍ତି ଘୋଲାପଡାର ନବମ ଶ୍ରେଣୀରେ ପାଠ ପଢୁଥିବା ଲକ୍ଷ୍ମୀ ବର୍ମନ୍ ଗତ ସେପ୍ଟେମ୍ବର ୨୭ରୁ ୩୧ତାରିଖ ମଧ୍ୟରେ ଜାତୀୟ ସ୍ତରର ଗୋହାଟୀରେ ହୋଇଥିବା ଜୁଡୋ ପ୍ରତିଯୋଗିତାରେ ଆସାମ, ତ୍ରିପୁରା ଓ ମଣିପୁର ରାଜ୍ୟର ଜୁଡୋ ପ୍ରତିଯୋଗୀଙ୍କୁ ହରାଇ ସିଲଭର୍ ମେଡାଲ୍ ଅର୍ଜନ କରି ପାରିଛନ୍ତି। ତେବେ ପ୍ରତିଯୋଗିତାରେ ହାତ ମାଡ ହୋଇ ଯିବାରୁ ଅଳ୍ପକେ ଗୋଲ୍ଡରୁ ବର୍ତ୍ତି ଯାଇଥିଲେ। 

ବସ୍ତି ଅଞ୍ଚଳରେ ରହୁଥିବା ଲକ୍ଷ୍ମୀ ପିଲା ଦିନରୁ ନିଜ ମାଆକୁ ହରାଇଥିବା ବେଳେ ବାପା ଜଣେ ଦିନ ମଜୁରିଆ ହୋଇଥିବାରୁ ଦୁଃଖ କଷ୍ଟରେ ଦିନ ବିତାଉଛନ୍ତି। ଜରି ପାଲରେ ଘର ତିଆରି ହୋଇଥିବା ବେଳେ ଝାଟିମାଟିର ଘରଟିଏ କରିବାକୁ ସକ୍ଷମ ନାହାଁନ୍ତି। ଏମିତିକି ଘର ଚଳିବା ପାଇଁ ପରିବାର ଲୋକେ ଅନ୍ୟ ଘରେ ବାସନ ମାଜିବାକୁ ବାଧ୍ୟ କରୁଥିଲେ। କିନ୍ତୁ ଲକ୍ଷ୍ମୀ ନିଜ ଗୋଡରେ ଛିଡା ହେବା ପାଇଁ ଜୁଡୋ ପ୍ରତି ଆଗ୍ରହ ପ୍ରକାଶ କରିବା ସହିତ କୋଚ୍ ଲୋପାମୁଦ୍ରା ପତିଙ୍କ ସହାୟତାରେ ଜୁଡୋ ପ୍ରଶିକ୍ଷଣ ନେଇ ଏହି ସୁନାମ ଅର୍ଜନ କରିଛନ୍ତି। ତେବେ ଆଗକୁ ଅଲମ୍ପିକ ଖେଳିବା ପାଇଁ ସେ ତାଙ୍କର ଲକ୍ଷ ରଖିଛନ୍ତି ବୋଲି କହିଛନ୍ତି।

ଜୁଡୋ ମେଡାଲିଷ୍ଟ ଲକ୍ଷ୍ମୀ ପିଲା ଦିନୁ ନିଜ ମାଆଙ୍କୁ ହରାଇବା ପରେ ସେ ଓ ତାର ସାନ ଭଉଣୀ ଓ ବାପା ଜରିପାଲ ତଳେ ଦିନ କାଟୁଛନ୍ତି। ଗରୀବିର ଶେଷ ସ୍ତରରେ ବଞ୍ଚୁଥିବା ଏହି ପ୍ରତିଭାବାନ ଖେଳାଳିଙ୍କୁ ଦିନକୁ ଦୁଇବେଳା ଭଲରେ ଖାଇବାକୁ ମିଳିବା ମଧ୍ୟ କଷ୍ଟକର ହୋଇ ପଡ଼େ। ତଥାପି ଲକ୍ଷ୍ମୀ ହାରି ନାହିଁ। ସେ ଡିବି ଆଲୁଅରେ ପାଠ ପଢିବା ସହ ତାଙ୍କର ଜୁଡୋ ପ୍ରତି ବେଶ୍ ଆଗ୍ରହ ରହିଥିବାରୁ ଫୁରସତ୍ ମିଳିଲା ମାତ୍ରେ ସେହି ଜରିପାଲ ଘରେ ମଧ୍ୟ ତାଙ୍କର ଖେଳ ଅଭ୍ୟାସ ଜାରୀ ରଖିଛନ୍ତି। 

ସେ ଆଗକୁ କିପରି ଜୁଡୋ ଭଲ ପ୍ରଦର୍ଶନ କରିବ ସେଥିପାଇଁ ତାଙ୍କ କୋଚ୍ ନିଃଶୁଳ୍କରେ ପ୍ରଶିକ୍ଷଣ ଦେବା ସହ ସଦାସର୍ବଦା ପୃଷ୍ଟିକର ଖାଦ୍ୟ ଯୋଗାଇ ଦେଉଛନ୍ତି। ତେବେ ଲକ୍ଷ୍ମୀ ଆଗକୁ ଆନ୍ତର୍ଜାତିକ ସ୍ତରରେ ଜୁଡୋ ପାଇଁ ପ୍ରୟାସ ଜାରୀ ରଖିଥିବା ବେଳେ ନିଜର ଭଲ ଘରଟିଏ ନଥିବାରୁ ତାଙ୍କୁ ଘରଟିଏ ଯୋଗାଇ ଦେବା ପାଇଁ ସରକାରଙ୍କୁ ସେ ନିବେଦନ କରିଛନ୍ତି।

ନ୍ୟାସନାଲ ଜୁଡୋ ପ୍ରତିଯୋଗିତାରେ ଓଡ଼ିଶାର ୩୦ ଜଣଙ୍କ ମଧ୍ୟରୁ ୮ଟି ପଦକ ଆସିଥିବା ବେଳେ ଜଗତସିଂହପୁର ଜିଲ୍ଲା ପାରାଦୀପର ଜୁଡୋ ପ୍ରତିଯୋଗୀ ୪ଟି ପଦକ ହାସଲ କରିଛି। ତେବେ ଅଳ୍ପକେ ଗୋଲ୍ଡ ଦଦକ ପାଇବାରୁ ବଞ୍ଚିତ ହୋଇଥିବା ବସ୍ତି ଅଞ୍ଚଳର ଲକ୍ଷ୍ମୀ ବର୍ମନ୍ ଏବେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।