Odisha Election 2024: ପାରାଦୀପରେ ବିଜେଡି ପ୍ରାର୍ଥିନୀ ଗୀତାଞ୍ଜଳିଙ୍କ ପ୍ରଚାର ଜୋରଦାର
Advertisement
Article Detail0/zeeodisha/odisha2256377

Odisha Election 2024: ପାରାଦୀପରେ ବିଜେଡି ପ୍ରାର୍ଥିନୀ ଗୀତାଞ୍ଜଳିଙ୍କ ପ୍ରଚାର ଜୋରଦାର

Odisha Election 2024: ଗୋଟିଏ ମଞ୍ଚରେ ଏକାଠି ହେଲେ ସବୁ ନେତା । ପାରାଦୀପ ନିର୍ବାଚନ ମଣ୍ଡଳୀ ବିଜେଡି ପ୍ରାର୍ଥୀନୀ ଗୀତାଞ୍ଜଳି ରାଉତରାୟ ଙ୍କ ପାଇଁ କଲେ ପ୍ରଚାର । ପଢନ୍ତୁ ପୂରା ଖବର...


...........

Odisha Election 2024: ପାରାଦୀପରେ ବିଜେଡି ପ୍ରାର୍ଥିନୀ ଗୀତାଞ୍ଜଳିଙ୍କ ପ୍ରଚାର ଜୋରଦାର

Odisha Election 2024: ଗୋଟିଏ ମଞ୍ଚରେ ଏକାଠି ହେଲେ ସବୁ ନେତା । ପାରାଦୀପ ନିର୍ବାଚନ ମଣ୍ଡଳୀ ବିଜେଡି ପ୍ରାର୍ଥୀନୀ ଗୀତାଞ୍ଜଳି ରାଉତରାୟ ଙ୍କ ପାଇଁ କଲେ ପ୍ରଚାର । ସବୁ ମାନ ଅଭିମାନ କୁ ଭାଙ୍ଗି କୁଜଙ୍ଗ ବ୍ଲକ ପଡିଆ ରେ ଆୟୋଜିତ ନିର୍ବାଚନୀ ସଭାରେ ସମସ୍ତେ ଏକତ୍ରିତ ହୋଇଥିବା ବେଳେ ଏକ ବିଶାଳ ରାଲି ସହ ପାରାଦୀପ ନିର୍ବାଚନମଣ୍ଡଳୀ ବିଜେଡି ପ୍ରାର୍ଥୀ ଗୀତାଞ୍ଜଳି ଙ୍କ ପାଇଁ ଶ୍ରମିକ ନେତା ସନ୍ତୋଷ ପଟ୍ଟନାୟକ , ଗୋଲଖ ନାୟକ , ଇଞ୍ଜିନିୟର ପ୍ରମୋଦ ଜେନା , ଚିରଞ୍ଜୀବ ବିଶ୍ଵାଳ , ଶ୍ରମିକନେତା ବାପି ସର୍ଖେଲ୍, ପୂର୍ବତନ ସାଂସଦ ଡଃ କୁଳମଣୀ ସାମଲ, ପ୍ରମୂଖ ଯୋଗ ଦେଇ ଗୀତାଞ୍ଜଳି ଓ ସାଂସଦ ପ୍ରାର୍ଥୀନୀ ଡଃ ରାଜଶ୍ରୀ ମଲ୍ଲିକ ଙ୍କ ପାଇଁ ପ୍ରଚାର କରିଥିବା ଦେଖିବାକୁ ମିଳିଛି । 

ଆଜି ରାଜ୍ୟରେ ଦ୍ବୀତିୟ ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ ଆଉ ୨ଟି ପର୍ଯ୍ୟାୟ ବାକି ରହିଛି। ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ହୋଇଛି। ବରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସ୍କା ଏବଂ ସୁନ୍ଦରଗଡ଼ରେ ହେଉଛି ମତଦାନ। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। ମୋଟ୍‍ ୫ଟି ଲୋକସଭା ଏବଂ ୩୫ ବିଧାନସଭା ପାଇଁ ହେଉଛି ଭୋଟ ଗ୍ରହଣ ହୋଇଛି। ଏଥିରେ ୩୦୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ପ୍ରାର୍ଥୀ। ଅପରାହ୍ନ ୫ଟା ସୁଦ୍ଧା ଓଡ଼ିଶାରେ ୬୦.୫୫ ପ୍ରତିଶତ ମତଦାନ ହୋଇଛି । ଆସିକା ୫୫.୬୫ ପ୍ରତିଶତ ,ବରଗଡ଼ ୬୬.୧୪ ପ୍ରତିଶତ, ବଲାଙ୍ଗୀର ୬୧.୩୫ ପ୍ରତିଶତ, କନ୍ଧମାଳ ୫୭.୪୬ ପ୍ରତିଶତ ଓ ସୁନ୍ଦରଗଡ଼ ୬୧.୫୩ ପ୍ରତିଶତ ଭୋଟ୍ ଗ୍ରହଣ ହୋଇଛି।