Boudh: ଗଞ୍ଜେଇ ଭର୍ତ୍ତି କାର ଦୁର୍ଘଟଣାରେ ଜଣେ ମୃତ
Advertisement
Article Detail0/zeeodisha/odisha1320750

Boudh: ଗଞ୍ଜେଇ ଭର୍ତ୍ତି କାର ଦୁର୍ଘଟଣାରେ ଜଣେ ମୃତ

Marijuana Loaded Car Accident: ଅଗଷ୍ଟ ୨୬ ତାରିଖ ଶୁକ୍ରବାର ଅପରାହ୍ନ ଚାରିଟା ସମୟରେ ମନମୁଣ୍ଡା ଦେଇ ବୌଦ୍ଧ ଅଭିମୁଖେ ଯାଉଥିବା ବେଳେ ଗଞ୍ଜେଇ ଭର୍ତ୍ତି କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। 

ପ୍ରତୀକାତ୍ମକ ଫଟୋ

Accident in Boudh: ଗଞ୍ଜେଇ ଭର୍ତ୍ତି କାର ଦୁର୍ଘଟଣାରେ ଜଣେ ମୃତ। ବୌଦ୍ଧ ଜିଲ୍ଲା ୫୭ନଂ ଜାତୀୟ ରାଜପଥ ମସିଣାପଡା ସ୍ଥିତ ମେହେରୁଣୀ ନାଳ ନିକଟରେ ଗଞ୍ଜେଇ ଭର୍ତ୍ତି କାର ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ଏହି ଘଟଣାର ତଦନ୍ତ କରୁଛି।

ଅଗଷ୍ଟ ୨୬ ତାରିଖ ଶୁକ୍ରବାର ଅପରାହ୍ନ ଚାରିଟା ସମୟରେ ମନମୁଣ୍ଡା (Manamunda) ଦେଇ ବୌଦ୍ଧ (Boudh) ଅଭିମୁଖେ ଯାଉଥିବା ବେଳେ ଗଞ୍ଜେଇ ଭର୍ତ୍ତି କାର (Marijuana Loaded Car) ଭାରସାମ୍ୟ ହରାଇ ଦୁର୍ଘଟଣା ହେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଫେରାର ହୋଇଯାଇଥିଲେ। ଖବର ପାଇ ବାଉଁଶୁଣି ଦମକଳ ବାହିନୀ (Baunsuni Fire Station) ଘଟଣାସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରି ମନମୁଣ୍ଡା ମେଡ଼ିକାଲ (Manamunda Medical) ନେଇଥିଲେ। ଦୁର୍ଘଟଣାଗ୍ରସ୍ତ କାର ଭିତରୁ ମୋବାଇଲ ଫୋନ ସହ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଥିଲା। ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ (Manamunda Police Station) ପହଞ୍ଚି ତଦନ୍ତ ଜାରି ରଖିଥିବାବେଳେ ତଦନ୍ତ ପରେ ଯାଇ ସମସ୍ତ ତଥ୍ୟ ଜଣା ଡିବ ବୋଲି ମନମୁଣ୍ଡା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ କହିଛନ୍ତି।