Bhitarkanika National Park: ମେ ୧ ରୁ ଜୁଲାଇ ୩୧ ଯାଏଁ ବନ୍ଦ ରହିବ ଭିତରକନିକା
Advertisement
Article Detail0/zeeodisha/odisha1674780

Bhitarkanika National Park: ମେ ୧ ରୁ ଜୁଲାଇ ୩୧ ଯାଏଁ ବନ୍ଦ ରହିବ ଭିତରକନିକା

Bhitarkanika National Park News In Odia: ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ(Bhitarkanika National Park) ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀର ମାନଙ୍କର ପ୍ରଜନନ ଋତୁ ଆରମ୍ଭ ହୋଇଛି । ଏହାକୁ ଆଖି ଆଗରେ ରଖି ରାଜନଗର ବନବିଭାଗ ପକ୍ଷରୁ ମେ ୧ ତାରିଖ(May 1) ଠାରୁ ଜୁଲାଇ ୩୧ ଯାଏଁ (July 31), ଦୀର୍ଘ ୩ ମାସ ଧରି ଭିତରକନିକା ଜାତୀୟ ଉଦ୍ୟାନ (Bhitarkanika National Park) ବନ୍ଦ(Close) ରହିବ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Bhitarkanika National Park News In Odia: ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ(Bhitarkanika National Park) ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀର ମାନଙ୍କର ପ୍ରଜନନ ଋତୁ ଆରମ୍ଭ ହୋଇଛି  । ଏହାକୁ ଆଖି ଆଗରେ ରଖି ରାଜନଗର ବନବିଭାଗ ପକ୍ଷରୁ ମେ ୧ ତାରିଖ(May 1) ଠାରୁ ଜୁଲାଇ ୩୧ ଯାଏଁ (July 31), ଦୀର୍ଘ ୩ ମାସ ଧରି ଭିତରକନିକା ଜାତୀୟ ଉଦ୍ୟାନ (Bhitarkanika National Park) ବନ୍ଦ(Close) ରହିବ । ଏହି ସମୟ ଭିତରେ ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଭିତରକନିକା ପରିଭ୍ରମଣ ଓ ପ୍ରବେଶକୁ ନିଷେଧ କରାଯାଇଛି। ଏହି ସମୟ ଭିତରେ ମାଆ କୁମ୍ଭୀର ଅଣ୍ଡା ଦାନ ପକ୍ରିୟା ଶେଷ କରିଥାନ୍ତି । ଉଭୟ ମାଆ ଏବଂ ପୁରୁଷ କୁମ୍ଭୀର ହେନ୍ତାଳ ଓ ଖରଖରି ପତ୍ରରେ ଅଢେଇ ରୁ ୩ ଫୁଟ ଉଚ୍ଚର ବସା ବାନ୍ଧିଥାନ୍ତି । 

ନଦୀ କୂଳ ଠାରୁ ଜୁଆର ଛୁଇଁ ପାରୁନଥିବା ନିରାପଦ ସ୍ଥାନରେ ବସା ବାନ୍ଧିଥାନ୍ତି । ଏହି ବସାରେ ମାଆ କୁମ୍ଭୀର ଅଣ୍ଡାଦାନ କରିଥାନ୍ତି । ଏହି ସମୟରେ ସେମାନଙ୍କର ପ୍ରଜନନ ପକ୍ରିୟା ଠୁଁ ଆରମ୍ଭ କରି ଅଣ୍ଡାଦାନ ପର୍ଯ୍ୟନ୍ତ କୁମ୍ଭୀର ହିଂସ୍ର ହୋଇଥାନ୍ତି । ସେମାନଙ୍କ ପକ୍ରିୟାରେ ବାଧା ଦେଖାଦେଲେ ସେମାନେ ଆକ୍ରମଣ କରିବାକୁ ପଛାଇ ନଥାନ୍ତି । ଏହାକୁ ଦୃଷ୍ଟିରେ ରଖି ୩ମାସ ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନରେ ପ୍ରବେଶ ଓ ପରିଭ୍ରମଣ ପାଇଁ ପର୍ଯ୍ୟଟକଙ୍କୁ ବନ୍ଦ କରାଯାଇଛି । ସୂଚନାଯୋଗ୍ୟ ଯେ, ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ନଦୀ, ନାଳ ସମେତ ଏହା ସ˚ଲଗ୍ନ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀନାଳଗୁଡିକରେ ୧୭୪୨ଟି କୁମ୍ଭୀର ଅଛନ୍ତି।

Also Read: Samantha Prabhu Net Worth: ସମ୍ପତ୍ତିରେ ପଛରେ ପଡିଯିବେ ବଲିଉଡ଼ର ମେଗାଷ୍ଟାର, ଏତିକି କୋଟିର ମାଲିକାଣୀ ଅଟନ୍ତି ସାମନ୍ଥା?

Also Read: Silver Health Benefits: ରୂପା ବାସନରେ ଖାଇଲେ ଶରୀରକୁ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା!

Also Read: Mo Bus: ମୋ’ ବସ୍ ଦୁର୍ଘଟଣାଗ୍ରସ୍ତ, ଏକାଧିକ ଯାତ୍ରୀ ଆହତ

ଭିତରକନିକା ଜାତୀୟ ଉଦ୍ୟାନ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଗୋଟିଏ ଜାତୀୟ ଉଦ୍ୟାନ । ୧୯୭୫ ମସିହାରେ ବନ୍ୟ ଜୀବ ଅଭୟାରଣ୍ୟ (୬୭୨ବର୍ଗ କି,ମି ) ଓ ୧୯୯୮ରେ ଜାତୀୟ ଉଦ୍ୟାନ (୧୪୫ ବର୍ଗ କି.ମି) ଘୋଷିତ ହେଲା । ୨୦୦୨ ମସିହାରେରେ ଏହାକୁ ଆନ୍ତର୍ଜାତିକ ଆଦ୍ରର୍ଭୁମି ଘୋଷଣା କରାଯାଇଥିଲା। ଏହି ଜାତୀୟ ଉଦ୍ୟାନ ଭିତରକନିକା ହେନ୍ତାଳ ବଣ, ଯାହା ବ୍ରାହ୍ମଣୀ, ବୈତରଣୀ ଓ ଧାମରା ନଦୀମାନଙ୍କ ତ୍ରିକୋଣ ଭୂମିରେ ଅଛି । ଏହି ଜାତୀୟ ଉଦ୍ୟାନଟି ଭିତରକନିକା ପଶୁ ଅଭୟାରଣ୍ୟଦ୍ୱାରା ପରିବେଷ୍ଟିତ । ଏହାର ପୂର୍ବରେ ଗହୀରମଥା ବେଳାଭୂମି ଅଛି ଯାହା ବଙ୍ଗୋପସାଗରରୁ ହେନ୍ତାଳ ବଣକୁ ଅଲଗା କରିଥାଏ ।

Also Read: World's Most Expensive Water: ବିଶ୍ବର ସବୁଠୁ ମହଙ୍ଗା ପାଣିର ଲିଟର ପିଛା ଦର କେତେ? ଜାଣନ୍ତୁ

Also Read: Sunil Grover: ସୁନିଲ ଗ୍ରୋଭରଙ୍କୁ ମିଳୁନି କାମ! ରାସ୍ତାରେ ବିକ୍ରି କରୁଛନ୍ତି କୋଲା'

Also Read: Ludhiana Gas Leak : ଗ୍ୟାସ୍ ଲିକ୍ ଯୋଗୁଁ ଅକାଳରେ ଚାଲିଗଲା ୯ ଶ୍ରମିକଙ୍କ ଜୀବନ, ଏକାଧିକ ଗୁରୁତର

Also Read: Sambalpur News: ସମ୍ବଲପୁର ହିଂସା ପୂର୍ବରୁ ସତର୍କ କରାଇଥିଲେ ଗୁଇନ୍ଦା ବିଭାଗ, ସାମ୍ନାକୁ ଆସିଲା ଏସପିଙ୍କୁ ଲେଖାଯାଥିବା ଚିଠି

Also Read: Gabriella Demetriade: ପୁଣି ଥରେ ଗୁଡ଼ ନ୍ୟୁଜ୍ ଦେଲେ ଅର୍ଜୁନ୍ ରାମପାଲଙ୍କ ପ୍ରେମିକା