ରାଜ୍ୟରେ ଆଜି ବି ପ୍ରବଳ ବର୍ଷିବ! ୧୨ ଜିଲ୍ଲା ପାଇଁ ରେଡ୍ ଓ ୧୮ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି
Advertisement
Article Detail0/zeeodisha/odisha1302804

ରାଜ୍ୟରେ ଆଜି ବି ପ୍ରବଳ ବର୍ଷିବ! ୧୨ ଜିଲ୍ଲା ପାଇଁ ରେଡ୍ ଓ ୧୮ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

 Odisha Weather Update: ସେପଟେ ଦୀର୍ଘ ୯ ଦିନର ବ୍ୟବଧାନ ପରେ ରାଜଧାନୀ ଭୁବନେଶ୍ୱର ଆକାଶରେ ଆଜି ଅର୍ଥାତ ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ସୂର୍ଯ୍ୟ ଦେଖାଯାଇଛି । ଅବପାତ ଛତିଶଗଡ ଆଡ଼କୁ ମୁହାଁଉ ଥିବାରୁ ବର୍ଷାର ପ୍ରଭାବ କମିଛି । 

ରାଜ୍ୟରେ ଆଜି ବି ପ୍ରବଳ ବର୍ଷିବ! ୧୨ ଜିଲ୍ଲା ପାଇଁ ରେଡ୍ ଓ ୧୮ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: Odisha Weather Update: ଉତ୍ତର ଆଭ୍ୟନ୍ତରୀଣ ଓଡିଶା, ପାର୍ଶ୍ଵବର୍ତ୍ତୀ ଉତ୍ତର ଛତିଶଗଡ ଏବଂ ଝାଡ଼ଖଣ୍ଡ ଅଞ୍ଚଳ ଲଘୁଚାପ ସକ୍ରିୟ ରହିଛି । ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ନିଜର ତୀବ୍ରତା ବଜାୟ ରଖିବାର ସମ୍ଭାବନା ରହିଛି । ସକ୍ରିୟ ଅବପାତ ଘଣ୍ଟା ପ୍ରତି ୩୪ କିମି ବେଗରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ବର୍ତ୍ତମାନ ଉତ୍ତର-ଆଭ୍ୟନ୍ତରୀଣ ଓଡିଶା, ପାର୍ଶ୍ଵବର୍ତ୍ତୀ ଉତ୍ତର ଛତିଶଗଡ ଏବଂ ଦକ୍ଷିଣ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି । ଏହା ଝାରସୁଗୁଡା ଠାରୁ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ପାଖା ପାଖି ୩୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର (Bhubaneswar Meteorological Centre) ସୂଚନା ପ୍ରଦାନ କରିଛି । ଅବପାତ ପ୍ରଭାବରେ ଆଜି ସକାଳ ୮.୩୦ ଯାଏଁ  ୧୨ ଜିଲ୍ଲାକୁ ରେଡ ଓ ୧୮ ଜିଲ୍ଲାକୁ ଅରେଞ୍ଜ ଚେତାବନୀ ଜାରି କରିଛି କେନ୍ଦ୍ର । ଯାହାର ପ୍ରଭାବ ରାଜ୍ୟର ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା (Odisha Heavy Rain) ର ସମ୍ଭାବନା ରହିଛି ।

ଆଜି ସକାଳ ୮.୩୦ ପର୍ଯ୍ୟନ୍ତ ପାଣିପାଗ କେନ୍ଦ୍ର ଯେଉଁସବୁ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି, ସେଗୁଡ଼ିକ ହେଲା କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ, ସମ୍ୱଲପୁର, ବରଗଡ଼, ସମ୍ୱଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର ଏବଂ ସୁବର୍ଣ୍ଣପୁର । ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ପ୍ରଦାନ କରିଛି । 

ସେହିପରି ଯେଉଁସବୁ ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି, ସେଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ଢେଙ୍କାନାଲ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜ । ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି ।

ସେପଟେ ଦୀର୍ଘ ୯ ଦିନର ବ୍ୟବଧାନ ପରେ ରାଜଧାନୀ ଭୁବନେଶ୍ୱର ଆକାଶରେ ଆଜି ଅର୍ଥାତ ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ସୂର୍ଯ୍ୟ ଦେଖାଯାଇଛି । ଅବପାତ ଛତିଶଗଡ ଆଡ଼କୁ ମୁହାଁଉ ଥିବାରୁ ବର୍ଷାର ପ୍ରଭାବ କମିଛି । ରାଜଧାନୀ ଭୁବନେଶ୍ୱରରେ ବର୍ଷାର ପ୍ରଭାବ କମିଥିବା ବେଳେ ବାୟୁମଣ୍ଡଳୀୟ ଚାପର ତାରତମ୍ୟ ଯୋଗୁ ପବନର ବେଗ ବୃଦ୍ଧି ପାଇଛି ଓ ଘଣ୍ଟା ପ୍ରତି ବେଗ ୨୫ରୁ ୩୦ କିମି ପର୍ଯ୍ୟନ୍ତ ରହୁଛି । 

ଏହା ବି ପଢ଼ନ୍ତୁ:-ଭାରତ ବ୍ୟତୀତ ଏହି ୫ଟି ଦେଶ ମଧ୍ୟ ଅଗଷ୍ଟ ୧୫ରେ ପାଳନ କରନ୍ତି ସ୍ୱାଧୀନତା ଦିବସ

ଏହା ବି ପଢ଼ନ୍ତୁ:-୧୫ ତାରିଖରେ ସ୍ୱାଧୀନତା ଦିବସ କାହିଁକି? ଜାଣନ୍ତୁ ଏହି ଦିନର କିଛି ରୋଚକ ତଥ୍ୟ

ଏହା ବି ପଢ଼ନ୍ତୁ:-କାହିଁକି ଅଗଷ୍ଟ ୧୪ରେ ସ୍ୱାଧୀନତା ଦିବସ ପାଳନ କରେ ପାକିସ୍ତାନ? ଜାଣନ୍ତୁ ଏହା ପଛର କାରଣ

 

ଚଳିତ ବର୍ଷ ୧ଜୁନରୁ ଅଗଷ୍ଟ ୧୪ ମଧ୍ୟରେ ମୌସୁମୀ ଜନିତ ସାମାନ୍ୟ ବୃଷ୍ଟିପାତ ୭୨୪.୮ ମିମି ତୁଳନାରେ ୭୭୧.୧ ମିମି ରହିଛି । ଏହି ଅବଧି ମଧ୍ୟରେ 7ଟି ଜିଲ୍ଲାରେ ଅଧିକ ବୃଷ୍ଟିପାତ, ୧ଟି ଜିଲ୍ଲାରେ ବର୍ଷା ଅଭାବ ଏବଂ ୨୨ଟି ଜିଲ୍ଲାରେ ସାମାନ୍ୟ ବୃଷ୍ଟିପାତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ମୌସୁମୀ ଅତ୍ୟଧିକ ସକ୍ରିୟ ଯୋଗୁଁ ରାଜ୍ୟରେ ସ୍ୱାଭାବିକ ବର୍ଷା ୧୧.୫ ମିମି ତୁଳନାରେ ୫୪.୯ ମିମି ସହ ୩୭୭% ଅଧିକ ରେକର୍ଡ ହୋଇଛି । ସେହିପରି ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ହାରାହାରି ବର୍ଷା ୧୧୮.୫ ମିମି ଯାହା ସ୍ୱାଭାବିକ ବର୍ଷା ୬.୯ ମିମି ତୁଳନାରେ୧୬୧୮ ପ୍ରତିଶତ ଅଧିକ ରହିଛି ।