Matric Exam 2023: ସରିଲା ପରୀକ୍ଷା, ଜାଣନ୍ତୁ କେବେ ଆରମ୍ଭ ହେବ ମାଟ୍ରିକ ଖାତାଦେଖା?
Advertisement

Matric Exam 2023: ସରିଲା ପରୀକ୍ଷା, ଜାଣନ୍ତୁ କେବେ ଆରମ୍ଭ ହେବ ମାଟ୍ରିକ ଖାତାଦେଖା?

Matric Exam 2023: ଆଜି ସରିଛି ମାଟ୍ରିକ ପରୀକ୍ଷା(Matric Exam 2023)। ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଆଜି ମାଟ୍ରିକ ପରୀକ୍ଷା ଶେଷ ହୋଇ ଥିବାରୁ ଛାତ୍ରୀଛାତ୍ରୀ ମାନେ ଖୁସିରେ ସେଣ୍ଟରରୁ ପରୀକ୍ଷା ଦେଇ ଫେରିଥିବା ଦେଖିବାକୁ ମିଳିଥିଲା । ଶେଷ ଦିନରେ ଗଣିତ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୧୫ ମିନିଟ୍ ଦିଆଯାଇଥିଲା । କେତେକ ସ୍ଥାନରେ ପରୀକ୍ଷା ସେଣ୍ଟରରେ ଅନିୟମତିତା ଦେଖିବାକୁ ମିଳଥିଲା ।

ସୌଜନ୍ୟ- ସୋସିଆଲ ମିଡ଼ିଆ

(ସୂର୍ଯ୍ୟ ନାରାୟଣ ମହାନ୍ତି, ଖୋର୍ଦ୍ଧା) Matric Exam 2023: ଏପ୍ରିଲ ୩ରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା (Matric Exam Answer Evaluation) । ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ । ପରୀକ୍ଷା କେନ୍ଦ୍ରରୁ ମୂଲ୍ୟାୟନ କେନ୍ଦ୍ରକୁ ଖାତାଗୁଡିକ ସୁରକ୍ଷାରେ ଯିବ । ତେବେ ୪୫ଦିନ ଭିତରେ ଖାତା ଦେଖା ସମ୍ପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି ।  ଏନେଇ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ସେପଟେ, ଆଜି(ସୋମବାର) ମାଟ୍ରିକ୍ ପରୀକ୍ଷା ଶେଷ ହୋଇଛି । ଶେଷ ଦିନରେ ଗଣିତ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୧୫ ମିନିଟ୍ ଦିଆଯାଇଥିଲା । କେତେକ ସ୍ଥାନରେ ପରୀକ୍ଷା ସେଣ୍ଟରରେ ଅନିୟମତିତା ଦେଖିବାକୁ ମିଳଥିଲା । ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଆଜି ମାଟ୍ରିକ ପରୀକ୍ଷା ଶେଷ ହୋଇ ଥିବାରୁ ଛାତ୍ରୀଛାତ୍ରୀ ମାନେ ଖୁସିରେ ସେଣ୍ଟରରୁ ପରୀକ୍ଷା ଦେଇ ଫେରିଥିବା ଦେଖିବାକୁ ମିଳିଥିଲା । 

ଚଳିତ ମାସ ୧୦ ତାରିଖରୁ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିଲା ।  ପ୍ରଥମ ଦିନରେ ପରୀକ୍ଷାର୍ଥୀମାନେ ମାତୃଭାଷାରେ ପରୀକ୍ଷା ଦେଇଥିଲେ । ରାଜ୍ୟର ମୋଟ ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା କରାଯାଉଥିଲା।  ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା(ମାଟ୍ରିକ୍), ମଧ୍ୟମା (ସଂସ୍କୃତ ଟୋଲ୍) ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍(ଓପନ୍ ସ୍କୁଲ)ର ଦ୍ବିତୀୟ ସମ୍ମେଟିଭ୍ ଆସେସ୍‌ମେଣ୍ଟ (ଏସ୍ଏ–୨) ପରୀକ୍ଷା  ସକାଳ ୮ଟାରୁ ଆରମ୍ଭ ହୋଇ  ସକାଳ ୧୦ଟା ଯାଏଁ ଚାଲିଥିଲା । କେବଳ ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଆଜି ଅଧିକ ୧୫ ମିନିଟ୍ ସମୟ ଅଧିକ ଦିଆଯାଇଥିଲା । ଚଳିତ ବର୍ଷ ମାଟ୍ରିକ୍‌‌ ପରୀକ୍ଷା ଶାନ୍ତିଶୃଙ୍ଖଳାରେ ସମାପନ କରିବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ପଦକ୍ଷେପ ନେଇଥିବା ସର୍ତ୍ତ୍ବ କିଛି ସେଣ୍ଟରେ ପ୍ରଶ୍ନପତ୍ର ହୋଇଥିବା ଖବର ସାମ୍ନାକୁ ଆସିଥିଲା। 

ଏହାବି ପଢନ୍ତୁ :  Salman Khan : ସଲମାନଙ୍କ ସହ ଛାୟି ଭଳି ରହୁଥିବା ବଡ଼ିଗାର୍ଡ ଶେରାର ମାସିକ ଦରମା କେତେ? ଜାଣନ୍ତୁ

ଏହାବି ପଢନ୍ତୁ :  Chaitra Navratri 2023: ଚୈତ୍ର ନବରାତ୍ରୀରେ କରନ୍ତୁ ନାହିଁ ଏହି ଭୁଲ୍‍, ନଚେତ ହୋଇଯିବେ କାଙ୍ଗାଳ!

ମାଟ୍ରିକ ପରୀକ୍ଷା(Matric exam 2023)ସୋସିଆଲ ସାଇନ୍ସ ପ୍ରଶ୍ନପତ୍ରରେ ତ୍ରୁଟି ରହିଥିବା ଅଭିଯୋଗ ମଧ୍ୟ ଆସିଥିଲା । ରାଜ୍ୟର ବିଭିନ୍ନ ସ୍କୁଲ୍‌ରୁ ଆସିଛି ଏଭଳି ଅଭିଯୋଗ ଆସିଥିଲା।  ଜଗତସିଂହପୁର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ‘ବି’ ସେଟ୍ ପ୍ରଶ୍ନପତ୍ରରେ ‘ଏ’ ସେଟ୍‌ର ପ୍ରଶ୍ନ ରହିଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏପରିକି ୧୯ ନମ୍ବର ପ୍ରଶ୍ନ ନଥିବା ମଧ୍ୟ ଛାତ୍ରଛାତ୍ରୀମାନେ କହିଛନ୍ତି । ଏଥିଯୋଗୁ ଛାତ୍ରଛାତ୍ରୀମାନେ ୫୦ ବଦଳରେ ୪୯ଟି ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେହିପରି ଢେଙ୍କାନାଳରେ ମଧ୍ୟ ପ୍ରଶ୍ନପତ୍ରରେ ତ୍ରୁଟି ହୋଇଥିବା ଖବର ଆସିଛି । ଅନ୍ୟପଟେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ହୋଇଥିବା ତ୍ରୁଟିକୁ ସ୍ୱୀକାର କରିଛି ବୋର୍ଡ। ମୁଦ୍ରଣ ଜନିତ ତ୍ରୁଟି ହୋଇଥିବା କହିଛନ୍ତି ବୋର୍ଡ ସଭାପତି।