Odisha: ଚାକିରିରୁ ବିଦା ହେଲେ ୧୦ କନିଷ୍ଠ ଶିକ୍ଷକ, ଜାଣନ୍ତୁ କାରଣ...
Advertisement
Article Detail0/zeeodisha/odisha1511818

Odisha: ଚାକିରିରୁ ବିଦା ହେଲେ ୧୦ କନିଷ୍ଠ ଶିକ୍ଷକ, ଜାଣନ୍ତୁ କାରଣ...

Junior Teacher Terminated From Service:  ବିଭିନ୍ନ ସ୍ଥାନରେ ନିଯୁକ୍ତ ହୋଇଥିବା ଏହି ଶିକ୍ଷକ କିଛି ଦିନ ସେବା କରିବା ପରେ ସମ୍ପୃକ୍ତ ବିଦ୍ୟାଳୟକୁ ଯିବା ବନ୍ଦ କରି ଦେଇଥିଲେ। ଗତ ଚାରିରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସେମାନେ ସେମାନଙ୍କୁ ନିଯୁକ୍ତ ଦିଆଯାଇଥିବା ବିଦ୍ୟାଳୟରେ ଅନୁପସ୍ଥିତ ରହିଥିଲେ।

ପ୍ରତୀକାତ୍ମକ ଫଟୋ

Junior Teacher fired from Service: କର୍ତ୍ତବ୍ୟ ସମ୍ପାଦନ କରିବା ବେଳେ ଅନୁପସ୍ଥିତ ରହିବା ୧୦ ଜଣ କନିଷ୍ଠ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି। ରବିବାର ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜିଲ୍ଲା ପ୍ରଶାସନ ସେହି ଶିକ୍ଷକଙ୍କୁ ସେମାନଙ୍କ ଚାକିରିରୁ ବରଖାସ୍ତ କରିଛି। ରାଜ୍ୟରେ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। 

ଚାକିରୀରୁ ବରଖାସ୍ତ ହୋଇଥିବା ଶିକ୍ଷକ ହେଉଛନ୍ତି ମାଲକାନଗିରି ଜିଲ୍ଲାର ଏମଭି-ପ୍ରାଥମିକ ବିଦ୍ୟାଳୟର ନୀଳିମା ଜେନା, ଭୀମାରଙ୍ଗିନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରମେଶ ନାୟକ, ବିଜାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅରୁଣା ରାଣୀ ବେଉରିଆ, ରାଉଲିଗୁଡା ପିୟୁପିଏସ ବିଦ୍ୟାଳୟର ସନ୍ତୋଷ କୁମାର ସ୍ୱାଇଁ, ବିଜାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜସ୍ମିନ ଦାସ, ଏମ.ଭି-୮୪ ପ୍ରାଥମିକ ବିଦ୍ୟାଳୟର ଦେବଶ୍ରୀ ବେହୁରା, କାଲିମେଲାସ୍ଥିତ ଏମ.ଭି-୯୦ ପ୍ରାଥମିକ ବିଦ୍ୟାଳୟର ସାବିତ୍ରୀ ପାତ୍ର, ନାଲାଗୁଣ୍ଠୁ ପିୟୁପିଏସ ବିଦ୍ୟାଳୟର ଜ୍ୟୋତିର୍ମୟୀ ସୂତାର, ଜନ୍ତୁରାଇ ପ୍ରାଥମିକ ବିଦ୍ୟାଳୟର ରଞ୍ଜନ ବେହେରା ଏବଂ ମାଥିଲିସ୍ଥିତ ମେଣ୍ଡକୁଲି ପ୍ରାଥମିକ ବିଦ୍ୟାଳୟର ସସ୍ମିତା ସାହୁ।

ସୂତ୍ରରୁ ପ୍ରକାଶ ଯେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ନିଯୁକ୍ତ ହୋଇଥିବା ଏହି ଶିକ୍ଷକ କିଛି ଦିନ ସେବା କରିବା ପରେ ସମ୍ପୃକ୍ତ ବିଦ୍ୟାଳୟକୁ ଯିବା ବନ୍ଦ କରି ଦେଇଥିଲେ। ଗତ ଚାରିରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସେମାନେ ସେମାନଙ୍କୁ ନିଯୁକ୍ତ ଦିଆଯାଇଥିବା ବିଦ୍ୟାଳୟରେ ଅନୁପସ୍ଥିତ ରହିଥିଲେ। ଏନେଇ ସେମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅନୁମତି ମାଗି ନଥିଲେ କିମ୍ବା ସରକାରୀ ଚାକିରୀ ଅନୁଯାୟୀ କୌଣସି ସେବା ପ୍ରୋଟୋକଲ୍ ଅନୁସରଣ କରିନଥିଲେ। 

ଏହି ପ୍ରସଙ୍ଗ ସମ୍ପକ୍ତ ଅଧିକାରୀଙ୍କ ନଜରକୁ ଆସିବା ପରେ ଶିକ୍ଷକଙ୍କୁ ଶିକ୍ଷା ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ପରବର୍ତ୍ତୀ ସମୟରେ ଖବରକାଗଜ ବିଜ୍ଞାପନ ସହିତ ଏପରି ଆହୁରି ଅନେକ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା। ହେଲେ କୌଣସି ଶିକ୍ଷକ ସେମାନଙ୍କ ବିଦ୍ୟାଳୟରେ  ଦେଖା ଯାଇନଥିଲେ। ଏହା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ସେମାନଙ୍କୁ ସେମାନଙ୍କ ଚାକିରିରୁ ବରଖାସ୍ତ କରିଥିଲେ।