ରାଜନୀତିରେ ପାଦ ଥାପିବେ ପାରଳାଖେମୁଣ୍ଡି ରାଜ ପରିବାରର ଆଉ ଜଣେ ଦାୟଦ!
Advertisement
Article Detail0/zeeodisha/odisha1198920

ରାଜନୀତିରେ ପାଦ ଥାପିବେ ପାରଳାଖେମୁଣ୍ଡି ରାଜ ପରିବାରର ଆଉ ଜଣେ ଦାୟଦ!

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜକୁମାରୀ ନବନୀତା ଗଜପତି କହିଛନ୍ତି ଯେ ଦୀର୍ଘ ବର୍ଷ ପରେ ପାରଳାଖେମୁଣ୍ଡି ଆସି ନିଜ ଲୋକମାନଙ୍କୁ ଦେଖି ବହୁତ ଖୁସି ଅନୁଭବ କରିଛନ୍ତି ଓ ସୁଯୋଗ ମିଳିଲେ ଏଠାରେ ରହି ଲୋକଙ୍କ ସେବା କରିବେ ।

ସାଙ୍କେତିକ ଫଟୋ

ଗଜପତି: ଦୀର୍ଘ ୩୦ ବର୍ଷ ପରେ ନିଜ ପିତୃପୁରୁଷଙ୍କ ମାଟିରେ ଗଜପତି ମହାରାଜାଙ୍କ ପରିବାରର ବର୍ଗ ପାଦ ଥାପିଛନ୍ତି । ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପରେ ଗୋପୀନାଥ ଗଜପତି ରାଜ ସିଂହାସନ ଆରୋହଣ କରିଥିଲେ ଓ ତାଙ୍କ ସାନଭାଇ ଥିଲେ ଗଜପତି ସର୍ବଜ୍ଞ ଜଗନ୍ନାଥ ନାରାୟଣ ଦେବ । ଉଭୟଙ୍କ ପରିବାର ବ୍ୟବସାୟିକ ପ୍ରତିଷ୍ଠାନ କାରବାର ଦୃଷ୍ଟିରୁ ଚେନ୍ନାଇ ଠାରେ ରହି ଆସୁଥିଲେ ଏବଂ କିଛି ବର୍ଷ ବିଦେଶରେ ରହୁଥିଲେ ।

ଗୋପିନାଥ ଗଜପତିଙ୍କ ପରେ କିଛି ବର୍ଷ ହେଲା ତାଙ୍କ ଝିଅ କଲ୍ୟାଣୀ ଗଜପତି ରାଜପ୍ରାସାଦରେ ରହି ଆସୁଛନ୍ତି । ଏବଂ ରାଜଗାଦି ମଧ ଆରୋହଣ କରିଛନ୍ତି । କିନ୍ତୁ ଆଜି ଜଗନ୍ନାଥ ନାରାୟଣ ଦେବଙ୍କ ପତ୍ନୀ ଶୈଳଜା ଦେବୀ ଓ ତାଙ୍କ ଝିଅ ନବନୀତା ଦେବୀ ପାରଳାଖେମୁଣ୍ଡିରେ ପହଞ୍ଚି ପ୍ରଥମେ ଜଗନ୍ନାଥ ମନ୍ଦିର ଓ ମହାରାଜାଙ୍କ ଇଷ୍ଟ ଦେବୀ ମାଁ ମାଣିକେଶ୍ଵରୀ ମନ୍ଦିର ପରିଦର୍ଶନ କରିବା ପରେ, ସେଠାରୁ ତହସିଲ କାର୍ଯ୍ୟାଳୟ ଗସ୍ତ କରି ନିଜର ଉତ୍ତରାଧିକାରୀ ସମ୍ପର୍କରେ ଆଲୋଚନା କରିଛନ୍ତିି ।

ତେବେ ଦୀର୍ଘ ବର୍ଷ ପରେ ପାରଳାଖେମୁଣ୍ଡି ଆସି ନିଜ ଲୋକମାନଙ୍କୁ ଦେଖି ବହୁତ ଖୁସି ଅନୁଭବ କରିଥିବା ଓ ସୁଯୋଗ ମିଳିଲେ ଏଠାରେ ରହି ଲୋକଙ୍କ ସେବା କରିବାର ଇଚ୍ଛା ରହିଥିବା ଏକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜକୁମାରୀ ନବନୀତା ଗଜପତି । ରାଜ ପରିବାରର ପୈତୃକ ଅଧିକାର ରହିଛି, ଏଠାରେ ରହି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସମ୍ମାନ ରକ୍ଷା କରିବାକୁ ପ୍ରୟାସ କରିବି ଏଥିସହ ରାଜ ପରିବାରର ବିଭିନ୍ନ ମନ୍ଦିର ଓ ଅନୁଷ୍ଠାନ ଗୁଡ଼ିକର ରକ୍ଷଣାବେକ୍ଷଣ କରିବାକୁ ମନସ୍ଥ କରିଥିବା କହିଛନ୍ତି ନବନୀତା ।

ଏହା ବି ପଢ଼ନ୍ତୁ: ଲଞ୍ଚ ହେଲା ୧୫ ମିନିଟରେ ଫୁଲ୍ ଚାର୍ଜ ହେଉଥିବା ରିଅଲମି ଫୋନ; ଜାଣନ୍ତୁ ଫିଚର ଓ ଦାମ୍

ଏହା ବି ପଢ଼ନ୍ତୁ: ପିଏମ ମୋଦି ଏହି ଦିନ ପଠାଇବେ PM Kisan ର ଏକାଦଶ କିସ୍ତି; ଲିଷ୍ଟରେ ଦେଖନ୍ତୁ ଆପଣଙ୍କ ନାମ