Superstition alligation: ଅଜଣା ରୋଗରେ ଯାଉଛି ଜୀବନ, ଅନ୍ଧବିଶ୍ୱାସର ଅନ୍ଧାରୀଗଳିରେ କାରଣ ଖୋଜୁଛି ମଣିଷ
Advertisement
Article Detail0/zeeodisha/odisha1425423

Superstition alligation: ଅଜଣା ରୋଗରେ ଯାଉଛି ଜୀବନ, ଅନ୍ଧବିଶ୍ୱାସର ଅନ୍ଧାରୀଗଳିରେ କାରଣ ଖୋଜୁଛି ମଣିଷ

ଗଞ୍ଜାମ ଜିଲ୍ଲାରୁ ଥମିବାର ନା ନେଉନି ଗୁଣିଗାରେଡି କଥା। ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଘଟଣା। ଗତ ୨୬ ତାରିଖରେ କବିସୂର୍ଯ୍ୟନଗର ମଧୁରଝୋଳି ଗାଁର ଲୋକେ ଗୁଣିଆ ସନ୍ଦେହରେ ଗାଁର ୩ ଜଣକୁ ମରଣାନ୍ତକ ଆକ୍ରମଣ କରିବା ସହ ଜଣକୁ ହତ୍ୟା କରିଥିଲେ।

Superstition alligation: ଅଜଣା ରୋଗରେ ଯାଉଛି ଜୀବନ, ଅନ୍ଧବିଶ୍ୱାସର ଅନ୍ଧାରୀଗଳିରେ କାରଣ ଖୋଜୁଛି ମଣିଷ

Superstition alligation: ଭଞ୍ଜନଗର(ମନୋଜ ଗୌଡ଼): ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରେ ଆଧୁନିକ ସମାଜ। ଗୁଣିଗାରେଡିର ବଶବର୍ତ୍ତି ହୋଇ ଘଟାଇଛି ଅଘଟଣ। ପରିସ୍ଥିତିରେ ପଡି ହେଉ କିମ୍ବା ସଚେତନତାର ଅଭାବ ଶିକ୍ଷତ ସମାଜ ମଧ୍ୟ ଟାଣି ହେଉଛନ୍ତି ଗୁଣିଗାରେଡି ପରି ଅନ୍ଧବିଶ୍ୱାସ ଆଡ଼କୁ। ଆଉ ଏହି ଅନ୍ଧବିଶ୍ୱାସର ଫଳରେ କେଉଁଠି ଚାଲିଯାଉଛି କାହାର ଅମୂଲ୍ୟ ଜୀବନ ତ ପୁଣି କାହାର ଉଜୁଡି ଯାଉଛି ସୁନାର ସଂସାର। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା କବିସୁର୍ଯ୍ୟନଗର ମଧୁରଝୋଳି ଗାଁରେ। ସେହି ଘଟଣାର ପୂର୍ଣ୍ଣଛେଦ ନ ପଡୁଣୁ ପୁଣି ବଡ଼ଗଡ଼ ଥାନା ଖାରିପଲ୍ଲୀ ଗାଁରେ ମୁଣ୍ଡଟେଖିଛି ଗୁଣିଗାରେଡି କଥା ଯାହାକୁ ନେଇ ଆମର ଏହି ସ୍ୱତନ୍ତ୍ର ରିପୋର୍ଟ।

ଗଞ୍ଜାମ ଜିଲ୍ଲାରୁ ଥମିବାର ନା ନେଉନି ଗୁଣିଗାରେଡି କଥା। ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଘଟଣା। ଗତ ୨୬ ତାରିଖରେ କବିସୂର୍ଯ୍ୟନଗର ମଧୁରଝୋଳି ଗାଁର ଲୋକେ ଗୁଣିଆ ସନ୍ଦେହରେ ଗାଁର ୩ ଜଣକୁ ମରଣାନ୍ତକ ଆକ୍ରମଣ କରିବା ସହ ଜଣକୁ ହତ୍ୟା କରିଥିଲେ। ଆଉ ଏହାକୁ ଗୁରୁତର ସହ ନେଉ ପୋଲିସ ଗାଁର ୪୦ ଜଣକୁ ଗିରଫ କରି କୋର୍ଟ ପଠାଇଥିବା ବେଳେ ଆହୁରି ଅଧିକ ଲୋକ ଗିରଫ ହେବା ଭୟରେ ଗାଁ ଏବେ ଲୋକ ଶୂନ୍ୟ । ଲୋକେ ଏବେ ଗାଁ ଛାଡି ବାହାରେ ଆତ୍ମଗୋପନ କରୁଛନ୍ତି। 

ସେହି ଘଟଣାର ସମାଧାନ ନ ହେଉନୁ ପୁଣି ଧରାକୋଟ ଅଞ୍ଚଳରୁ ଆସିଛି ଗୁଣିଗାରେଡିକୁ କେନ୍ଦ୍ରକରି ଅନ୍ୟ ଏକ ଘଟଣା।ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ଖାରିପଲ୍ଲୀ ଗ୍ରାମ। ଗାଁ ରେ ୧୫୦ରୁ ଊର୍ଦ୍ଧ୍ୱ ପରିବାର ବାସ କରନ୍ତି। ଗାଁରେ କିଛି ଦିନ ହେବ କିଛି ଅପ୍ରାପ୍ତ ବୟସ୍କ ଲୋକଙ୍କ ଅସ୍ବଭାବିକ ମୃତ୍ୟୁକୁ ନେଇ ଲୋକେ ଗୁଣି ଗାରେଡି ହୋଇଥିବା ସନ୍ଦେହ କରିଥିଲେ। ସେଥିପାଇଁ ଗାଁର ଯେଉଁ ସବୁ ଲୋକେ ବାହାରେ ରହୁଥିଲେ ସେମାନଙ୍କୁ ଗାଁକୁ ଡକା ଯାଇଥିଲା ଏବଂ ଗୁଣିଆ ଡାକି ଗାଁ ତିନି ଜଣକୁ ଚିହ୍ନଟ କରାଯାଇଥିଲା। ହେଲେ ଏହି ଖବର ବଡ଼ଗଡ଼ ପୋଲିସ କୌଣସି ସୂତ୍ରରୁ ଜାଣିପାରି ଗାଁରେ ପହଞ୍ଚି ଅନ୍ଧବିଶ୍ୱାସକୁ ନ ଗ୍ରହଣ କରିବାକୁ କହିଥିଲା।

ଧରକୋଟ ତହସିଲଦାର ଓ ବିଡ଼ିଓ ମଧ୍ୟ ଗାଁରେ ପହଁଚି ଲୋକଙ୍କୁ ବୁଝାଇଥିଲେ ବି
ଗାଁର ଲୋକଙ୍କ ଅଭିଯୋଗ ପ୍ରକାରେ କିଛି ଲୋକ ହଟାତ ବୁଲେଇ ହୋଇ ପଡିଯିବା ଏବଂ ସଂଗେ ସଂଗେ ପେଟ ଫୁଲି ଯିବା ସହ ପାଟିରୁ ରକ୍ତ ବାହାରୁଛି ଏବଂ ମେଡିକାଲ ନେଲେ ବି ମୃତ୍ୟୁ ହେଉଛି। ତେଣୁ ଏପରି ଲୋକମାନଙ୍କୁ ଗୁଣି କରି କେହି ହତ୍ୟା କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। 

ଗାଁର ଲୋକଙ୍କ କୌଣସି ସ୍ୱାସ୍ଥ୍ୟ ଗତ ସମସ୍ୟା ହୋଇଥିବା ସନ୍ଦେହ କରି ଏପଟେ ଧରାକୋଟ ମେଡିକାଲ ଟିମ ଯାଇ ଗାଁର ସବୁ ଲୋକଙ୍କ ରକ୍ତ ନମୁନା ପରୀକ୍ଷା କରିଛନ୍ତି। ହେଲେ ରକ୍ତ ନମୂନା ସବୁ ଠିକ ରହିଥିବା କହିଛନ୍ତି ଧରକୋଟ ମେଡିକାଲ ଇନଚାର୍ଜ। ଏପଟେ ଗାଁର ଗୋଟିଏ ପରେ ଗୋଟିଏ ଲୋକଙ୍କ ଦେହ ହଟାତ ଖରାପ ହେବା। ମେଡିକାଲ ରିପୋର୍ଟରେ କୌଣସି ରୋଗ ନ ଚିହ୍ନଟ ହେବା ପରି ଘଟଣା ଏବେ ଗାଁ ଲୋକଙ୍କୁ ବ୍ୟତିବ୍ୟସ୍ତ କରିଦେଇଛି। ତେଣୁ ପ୍ରଶାସନ ଗାଁର ଏହି ସମସ୍ୟା କୁ ଗୁରୁତର ସହ ନ ନେଲେ ପୁଣି ଗୁଣିଗାରେଡିକୁ ନେଇ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ଯଥେଷ୍ଟ ରହିଛି।