କିଏ ହେବ ଦୀପକ ନାୟକଙ୍କୁ ସାହା
Advertisement
Article Detail0/zeeodisha/odisha1028383

କିଏ ହେବ ଦୀପକ ନାୟକଙ୍କୁ ସାହା

କିଡନୀ ରୋଗରେ  ପୀଡିତ ଯାଜପୁର ଜିଲ୍ଲା ତେନ୍ତୁଳିମାଳ ଦୀପକ ନାୟକ ଚିକିତ୍ସା ପାଇଁ ଘୁରି ବୁଲୁଛନ୍ତି ଡାକ୍ତରଖାନା।

କିଏ ହେବ ଦୀପକ ନାୟକଙ୍କୁ ସାହା

ଯାଜପୁର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଯାଜପୁର ଜିଲ୍ଲା ଚଇନିପୁର ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିମାଳ ଗାଁର ଦୀପକ ନାୟକ ଗତ ୨ ବର୍ଷ ହେଲା କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଉନ୍ନତ ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ରହିଥିବା ବେଳେ ପରିବାର ଲୋକେ ଅସହାୟ। ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସାହାଯ୍ୟ ପାଇଁ ନିବେଦନ କରିବା ସହ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକେ।

କିଡନୀ ରୋଗରେ  ପୀଡିତ ଯାଜପୁର ଜିଲ୍ଲା ତେନ୍ତୁଳିମାଳ ଗାଁର ନୃତ୍ୟ କଳାକାର ଦୀପକ ନାୟକ। ଚିକିତ୍ସା ପାଇଁ ଘୁରି ବୁଲୁଛନ୍ତି ସେ ଡାକ୍ତରଖାନା। କିଡନୀ ନଷ୍ଟ ହୋଇଯାଇଥିବାରୁ ତାଙ୍କୁ ଅଧିକ ଚିକିତ୍ସାର ଆବଶ୍ୟକତା ରହିଛି। ପଡ଼ୋଶୀଙ୍କ ସହଯୋଗରେ କଟକ ବଡମେଡିକାଲ ଠାରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିବାବେଳେ କିଡନୀ ପ୍ରତିରୋପଣ ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ଏଥିପାଇଁ ରହିଛି ଅର୍ଥର ଆବଶ୍ୟକତା। 

Also Read: ଧାରଣା ବନାମ ଧାରଣା! ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ମହିଳା

କୋରୋନା କଟକଣା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ ଲାଗିଥିବାବେଳେ ନୃତ୍ୟ ପରିବେଷଣ କରି ରୋଜଗାର କରୁଥିବା ନୃତ୍ୟ କଳାକାର ଦୀପକ ନାୟକଙ୍କ ପାଖରେ ନାହିଁ ରୋଜଗାରର ପନ୍ଥା। ଆର୍ଥିକ ଅବସ୍ଥା ଖରାପ ଥିବାରୁ  ସରକାରଙ୍କୁ ସାହାଯ୍ୟପାଇଁ ନିବେଦନ କରିଛନ୍ତି ତାଙ୍କ ମାଆ।

Also Read: ବିକାଶର ବିକଳ୍ପ ଧର୍ମ ପରିବର୍ତ୍ତନ

ସ୍ତ୍ରୀ ,ଦୁଇ ପୁଅ ଝିଅ, ମାଆଙ୍କୁ ନେଇ ଦୀପକ ନାୟକଙ୍କ ପରିବାର। ନିଜର ଜମି ବାଡ଼ି ବୋଲି କିଛି ନାହିଁ। କିଡନୀ ପ୍ରତିରୋପଣ ପାଇଁ ପ୍ରଚୁର ଅର୍ଥର ଆବଶ୍ୟକତା ଥିବାବେଳେ ଅର୍ଥ ପାଇଁ ବାର ଦୁଆର ଶୁଣ୍ଢି ପିଣ୍ଢା ହେଉଛନ୍ତି ତାଙ୍କ ପରିବାର।  ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ସାହାଯ୍ୟ ଭିକ୍ଷା କରିଥିବାବେଳେ ପ୍ରଶାସନ ପକ୍ଷରୁ ମିଳିଛି  ନିର୍ଭର ପ୍ରତିଶୃତି। ଆର୍ଥିକ ସହାୟତା ଯୋଗାଇ ଦେଇ ତାଙ୍କୁ ସୁସ୍ଥ କରିବା ପାଇଁ ସହୃଦୟ ବ୍ୟକ୍ତିଙ୍କୁ ନିବେଦନ କରିଛନ୍ତି ପରିବାର ଲୋକ।