Kendujhar's Nightangle: ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କୃତ ହେଲେ କେନ୍ଦୁଝରର ନାଇଟିଙ୍ଗେଲ
Advertisement

Kendujhar's Nightangle: ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କୃତ ହେଲେ କେନ୍ଦୁଝରର ନାଇଟିଙ୍ଗେଲ

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନିଷ୍ଠାପର ଭାବେ କାର୍ଯ୍ୟ କରି ରାଷ୍ଟ୍ରପତିଙ୍କ ଠାରୁ ରାଷ୍ଟ୍ରୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ସମ୍ମାନରେ ସମ୍ମାନିତ ହେଲେ ମହିଳା ସ୍ବାସ୍ଥ୍ୟ କର୍ମୀ । 

Kendujhar's Nightangle: ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କୃତ ହେଲେ କେନ୍ଦୁଝରର ନାଇଟିଙ୍ଗେଲ

Kendujhar's Nightangle: ଆନନ୍ଦପୁର (ନାରାୟଣ ସାହୁ): ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନିଷ୍ଠାପର ଭାବେ କାର୍ଯ୍ୟ କରି ରାଷ୍ଟ୍ରପତିଙ୍କ ଠାରୁ ରାଷ୍ଟ୍ରୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ସମ୍ମାନରେ ସମ୍ମାନିତ ହେଲେ ମହିଳା ସ୍ବାସ୍ଥ୍ୟ କର୍ମୀ । ସେବା ହିଁ ପରମ ଧର୍ମ କୁ ପାଥେୟ କରି ଆଦିବାସୀ ଅଧ୍ୟୁଷିତ ଅପହଞ୍ଚ ଅଞ୍ଚଳରେ ରହି ମଧ୍ୟ ଦୀର୍ଘ ୨୫ ବର୍ଷ ଧରି ଶିଶୁ ମୃତ୍ୟୁ ହାରରେ ରୋକ୍ ଲଗାଇବା ସହିତ ଶତ ପ୍ରତିଶତ ଟିକାକରଣ କରାଇ ଏବେ ଉଦାହରଣ ସାଜିଛନ୍ତି ଦମୟନ୍ତୀ ରାଉତ। ଯାହାକୁ ନେଇ ସମଗ୍ର କେନ୍ଦୁଝର ଜିଲ୍ଲା ଏବେ ଗର୍ବରେ ଫାଟି ପଡୁଛି। 

ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକର ତରୀମୂଳ ଗାଁ। ବାଜା ବାଣ ଓ ଲୋକଙ୍କ ସମାଗମରେ ଫାଟି ଉଠୁଛି ଗାଁ କାରଣ ଗାଁର ଜଣେ ମହିଳା ସ୍ବାସ୍ଥ୍ୟ କର୍ମୀ ନିଜର ସେବା ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି। ଗାଁରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ରାଷ୍ଟ୍ରପତି ଭବନରୁ ସମ୍ମାନିତ ହୋଇ ପ୍ରଥମେ ନିଜ ଗାଁ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ତରିମୁଳ ଠାରେ ପହଁରିବା ପରେ ଗାଁ ଲୋକେ ଦମୟନ୍ତୀଙ୍କୁ ପୁଷ୍ପ ଗୁଚ୍ଛଦେଇ ସ୍ବାଗତ କରିବା ସହ ଗାଁ ପରିକ୍ରମା କରାଇଛନ୍ତି। ଗାଁ ଲୋକଙ୍କ ଏଭଳି ସ୍ନେହରେ ଅତ୍ଯନ୍ତ ଖୁସୀ ଦେଖିବାକୁ ମିଳିଛି। 

ଦୀର୍ଘ ୨୫ ବର୍ଷ ହେବ ଦୁର୍ଗମ ଅଞ୍ଚଳରେ ରହି ନିଷ୍ଠାପର ଭାବେ ଲୋକଙ୍କ ସେବା କରିଥିବାରୁ ଆଜି ତାଙ୍କୁ ଏହି ସମ୍ମାନ ମିଳିଥିବା କହିଛନ୍ତି ଦମୟନ୍ତୀ। ଅନ୍ୟପଟେ ରାଜ୍ଯରେ ତାଙ୍କଭଳି ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ନିଷ୍ଠାପର ଭାବେ କାମ କରିବାକୁ ଆହ୍ବାନ ଦେଇଛନ୍ତି। ଯାହା ଫଳରେ ଆଗାମୀ ଦିନରେ ସେମାନେ ମଧ୍ଯ ତାଙ୍କଭଳି ପୁରସ୍କୃତ ହୋଇପାରିବେ ।

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଗୌଣିଷସା ସବ୍ ସେଣ୍ଟରରେ ଦୀର୍ଘ ୨୫ ବର୍ଷ ଧରି କାମକରି ଆସୁଛନ୍ତି ଦମୟନ୍ତୀ। ଅତ୍ଯନ୍ତ ଦୁର୍ଗମ ଏହି ଅଞ୍ଚଳରେ ରେ ପ୍ରଥମେ ପ୍ରଥମେ ସେଠାକାର ଲୋକେ ସ୍ବାସ୍ଥ୍ୟସେବା ପ୍ରତି ଅଜ୍ଞ ରହିଥିଲେ। ଦମୟନ୍ତୀଙ୍କ ଉଦ୍ୟମରେ ଧିରେ ଧିରେ ଲୋକେ ସ୍ବାସ୍ଥ୍ୟ ସେବା ପ୍ରତି ସଚେତନ ହେଲେ। ବର୍ତମାନ ପରିସ୍ଥିତିରେ ସେଠାରେ ୯୭ ପ୍ରତିଶତ ଶିଶୁ ଟିକାକରଣ ରେକଡ ହୋଇଛି। ଜାହା ଫଳରେ ଶିଶୁ ମୃତ୍ଯୁ ହାରରେ ରୋକ୍ ଲାଗିପାରିଛି। ସେହିଭଳି ସଂପୃକ୍ତ ଅଞ୍ଚଳରେ ୯୦ ପ୍ରତିଶତ କରୋନା ଟିକାକରଣ ହୋଇପାରିଛି। ଆଉ ଏସବୁ ସମ୍ଭବ ହୋଇଛି ଦମୟନ୍ତୀଙ୍କ ନିଷ୍ଠାପର ଉଦ୍ୟମ ଫଳରେ। ଏବେ ମହିଳା ସ୍ବାସ୍ଥ୍ୟ କର୍ମୀ ଜଣକ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।

ଦୀର୍ଘ ୨୫ ବର୍ଷ ନିଜ ପରିବାର କୁ ପଛରେ ପକାଇ ସରଳ ନିରୀହ ଆଦିବାସୀ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ମହିଳା ସ୍ୱାସ୍ଥ୍ୟ କର୍ମୀ ଙ୍କ ପ୍ରୟାସ ର ଫଳ ଦେଇଛନ୍ତି ଭଗବାନ। ସମସ୍ତେ ନିଜ କ୍ଷେତ୍ରର ଏହି ଭଳି ପ୍ରୟାସ ଜାରୀ ରଖିବାର ଆବଶ୍ୟକ ରହିଛି।

ଅଧିକ ପଢନ୍ତୁ: IPL କୁ ନେଇ ପ୍ରଶ୍ନରେ ଉପରେ ଅସହଜ ହୋଇପଡିଲେ ବାବର; ମ୍ୟାନେଜର କଲେ ହସ୍ତକ୍ଷେପ