ରାଜନୈତିକ ଡିଲ ନାଁ ପ୍ରହସନ; ଇସ୍ତଫା ପ୍ରତ୍ୟାହାର କଲେ ଜିଲ୍ଲା ପରିଷଦ ସଦସ୍ୟା
Advertisement
Article Detail0/zeeodisha/odisha1197741

ରାଜନୈତିକ ଡିଲ ନାଁ ପ୍ରହସନ; ଇସ୍ତଫା ପ୍ରତ୍ୟାହାର କଲେ ଜିଲ୍ଲା ପରିଷଦ ସଦସ୍ୟା

ଦୁଇଥର ଇସ୍ତଫା ପ୍ରଦାନ ପରେ ପ୍ରତ୍ୟାହାର କଲେ ଜିଲ୍ଲା ପରିଷଦ ସଦସ୍ୟା।

 

ରାଜନୈତିକ ଡିଲ ନାଁ ପ୍ରହସନ; ଇସ୍ତଫା ପ୍ରତ୍ୟାହାର କଲେ ଜିଲ୍ଲା ପରିଷଦ ସଦସ୍ୟା

କଳାହାଣ୍ଡି: ଜିଲ୍ଲାର ଭବାନୀପାଟଣା ସଦର ବ୍ଲକର ୪ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀ ସାହୁ ୨ ଥର ଇସ୍ତଫାପତ୍ର ଦେବା ପରେ ହଠାତ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଏକ ନାଟକୀୟ ମୋଡ଼ରେ ଜିଲ୍ଲାପାଳଙ୍କୁ ଇସ୍ତଫାପତ୍ର ପ୍ରତ୍ୟାହାର ନିମନ୍ତେ ଲିଖିତ ଭାବେ ଜଣାଇବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହା ଏକ ରାଜନୈତିକ ଡିଲ୍ ନା ପ୍ରହସନ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଦୁଇଥର ଇସ୍ତଫା ପ୍ରଦାନ ପରେ ପ୍ରତ୍ୟାହାର କଲେ ଜିଲ୍ଲା ପରିଷଦ ସଦସ୍ୟା ଲକ୍ଷ୍ମୀ ସାହୁ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଳକ ୪ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀ ସାହୁ ଗତ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ହୋଇଥିଲେ। ନିର୍ବାଚିତ ହେବା ପରେ ନିର୍ଦ୍ଧିଷ୍ଟ ପଦବୀ ପାଇଁ ସେ ଆଶାୟୀ ଥିଲେ। ହେଲେ ଗତ ମାର୍ଚ୍ଚ ୨୬ ତାରିଖରେ ଜିଲ୍ଲା ପରିଷଦ ସଭ୍ୟ ପଦରୁ ଇସ୍ତଫା ଦେବା ନେଇ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ। ପରେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ବୁଝାସୁଝା କରିବା ସହ ନିର୍ବାଚନମଣ୍ଡଳୀର ଲୋକେ ମଧ୍ୟ ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରିବା ଯୋଗୁଁ ଇସ୍ତଫା ପତ୍ର ପ୍ରତ୍ୟାହାର କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି।