ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କଳାହାଣ୍ଡି ଜିଲ୍ଲା ଦୌରାଜଜ
Advertisement
Article Detail0/zeeodisha/odisha1204993

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କଳାହାଣ୍ଡି ଜିଲ୍ଲା ଦୌରାଜଜ

ଗତ ୨୦୧୫ ବର୍ଷରେ ହୋଇଥିବା ହତ୍ୟାକାଣ୍ଡ ଘଟଣାର ଶୁଣାଣି କରି  ଜିଲ୍ଲା ଦୌରାଜଜ ଏହି ଘଟଣାରେ ଆସାମୀକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। 

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କଳାହାଣ୍ଡି ଜିଲ୍ଲା ଦୌରାଜଜ

କଳାହାଣ୍ଡି: ଜିଲ୍ଲାର ସଦର ଥାନା ଅନ୍ତର୍ଗତ ପାଷ୍ଟିକୁଡି ଗ୍ରାମରେ ଗତ ୨୦୧୫ ବର୍ଷରେ ହୋଇଥିବା ହତ୍ୟାକାଣ୍ଡ ଘଟଣାର ଶୁଣାଣି ବୁଧବାର ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ହୋଇଥିଲା। ଏହି ଘଟଣାରେ ଜିଲ୍ଲା ଦୌରାଜଜ ଆସାମୀକୁ ଆଜୀବନ କାରାଦଣ୍ଡାଦେଶ  ଦେଇଛନ୍ତି। ଗତ ୨୦୧୫ ନଭେମ୍ବର ୧୯ ତାରିଖରେ ଭବାନୀପାଟଣା ସଦର ଥାନା ଅଧିନସ୍ଥ ପାଷ୍ଟିକୁଡି ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ଅଭିଯୁକ୍ତ ଲକ୍ଷ୍ମୀଧର ନାଏକ ସେହି ଗ୍ରାର ସୋମନାଥ ଗଣ୍ଡାଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କରିଥିଲା। 

ଏନେଇ ମୃତ ସୋମନାଥଙ୍କ ବାପା ଭବାନୀପାଟଣା ସଦର ଥାନାରେ ଅଭିଯୋଗ କରିବା ପରେ ଦଫା ୩୦୨ ଏବଂ ଏସିଏସଟି ଆକ୍ଟ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଥିଲା। ପୁଲିସ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଭବାନୀପାଟଣା ଜିଲ୍ଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ଜଜ ଦିପ୍ତୀରଞ୍ଜନ କାନୁନଗୋ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ଲକ୍ଷ୍ମୀଧର ନାଏକକୁ ଆଜୀବନ କାରାଦଣ୍ଡଦେଶ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ୨୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲା ଦୌରାଜଜ୍। ଜରିମାନା ପରିମାଣ ଅନାଦେୟ ହେଲେ ଆହୁରି ୬ ମାସ ଅଧିକ ଜେଲ ଦଣ୍ତ ଦିଆଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ସରକାରୀ ଓକିଲ ଜିତେନ୍ଦ୍ର ମହାନ୍ତି।