ଇଲିସି ପ୍ରେମୀଙ୍କୁ ଲୁହ ଦେଇଗଲା ଲଘୁଚାପ!
Advertisement
Article Detail0/zeeodisha/odisha996021

ଇଲିସି ପ୍ରେମୀଙ୍କୁ ଲୁହ ଦେଇଗଲା ଲଘୁଚାପ!

ଇଲିସି ବଜାରକୁ ଆସିବା ଆରମ୍ଭ କରିଥିବାରୁ ମାଛ ମାର୍କେଟରେ ଖାଉଟୀଙ୍କ ଭିଡ଼ ମଧ୍ୟ ଲାଗିଲାଣି। ଆଗରୁ ଇଲିସି ମାଛର ବଜାର ଦର ପ୍ରାୟ ୨ ହଜାର ଟଙ୍କା ଥିଲା। କିନ୍ତୁ ଏବେ ଏହା ୬ଶହରୁ ୧୨ ଶହ ଟଙ୍କାକୁ ଖସିଆସିଛି। 

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: କଥାରେ ଅଛି 'ମାଛ ଖାଇବ ତ ଇଲିସି, ଚାକିରି କରିବ ପୁଲିସି'। ଇଲିସି ମାଛର ସୁଆଦ ଟିକେ ମୁହଁରେ ବାଜିବାକୁ ପ୍ରାୟ ସମସ୍ତ ଓଡ଼ିଆ ଆଶା କରିଥାନ୍ତି। ଯିଏ ଥରେ ଏହି ମାଛ ଖାଇଥିବ ତାହାର ସୁଆଦକୁ କେବେ ଭୁଲି ପାରିବନାହିଁ। ଗତଦିନରେ ହୋଇଥିବା ଲଗାଣ ବର୍ଷା ଲୋକଙ୍କୁ ଅନେକ ଦୁଃଖ ଦେଇଯାଇଛି। ଆଉ ମତ୍ସ୍ୟଜୀବୀଙ୍କ ପେଟରେ ବି ଲାତ ମାରିଛି। ବାରମ୍ବାର ଲଘୁଚାପ ଯୋଗୁଁ ସେମାନେ ସମୁଦ୍ରକୁ ଯାଇପାରୁନାହାନ୍ତି। ଫଳରେ ମାଛପ୍ରିୟ ଲୋକ ବି ହତାସ ହୋଇଛନ୍ତି। 

ଲଗାଣ ବର୍ଷା ଯୋଗୁଁ ପରାଦୀର ସମୁଦ୍ରରେ ବନ୍ୟାଜଳ ପ୍ରବେଶ କରିଛି। ସମୁଦ୍ରରେ ମଧୁର ଜଳ ପ୍ରବେଶ ଯୋଗୁଁ ପାରାଦୀପ ନଦୀ ମୁହାଁଣରେ ଏବେ ଇଲିସି ମାଛ ପଡ଼ିବା ଆରମ୍ଭ କରିଛନ୍ତି। ଇଲିସି ବଜାରକୁ ଆସିବା ଆରମ୍ଭ କରିଥିବାରୁ ମାଛ ମାର୍କେଟରେ ଖାଉଟୀଙ୍କ ଭିଡ଼ ମଧ୍ୟ ଲାଗିଲାଣି। ଆଗରୁ ଇଲିସି ମାଛର ବଜାର ଦର ପ୍ରାୟ ୨ ହଜାର ଟଙ୍କା ଥିଲା। କିନ୍ତୁ ଏବେ ଏହା ୬ଶହରୁ ୧୨ ଶହ ଟଙ୍କାକୁ ଖସିଆସିଛି। ତଥାପି ବଜାରରେ ଦର ଅଧିକ ରହିଛି। ଲଘୁଚାପ ଯୋଗୁଁ ମତ୍ସଜୀବୀଙ୍କୁ ସମୁଦ୍ର ମନା ହୋଇଥିବାରୁ ଏପରି ସ୍ଥିତି ଆସିଥିବା କୁହାଯାଉଛି।

Also Read: 'ଗୁଲାବ'ର ପ୍ରଭାବ, ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଏହିସମୟରେ ବଜାରରେ ଇଲିସି ଯୋଡ଼ା ପିଛା ୧୫୦ ଟଙ୍କା ରହିବା କଥା, ହେଲେ ଦେଶୀ ଡଙ୍ଗାରେ ମାଛ ମାରିବାକୁ ଥରକେ ପ୍ରାୟ ୮ରୁ ଦଶ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଲଘୁଚାପ ପାଇଁ ସମୁଦ୍ରରେ ଇଲିସି କମ୍ ପଡୁଥିବାରୁ ଦର ଅଧିକ ରହିଛି। କିଛି ଗ୍ରାହକ ଅଧିକ ଦରରେ ଇଲିସି କିଣି ନେଉଥିବା ବେଳେ ଆଉ କିଛି ଖାଉଟୀ ଦାମ କମିବାକୁ ଅପେକ୍ଷା କରିଛନ୍ତି। ଆଗକୁ ସମୁଦ୍ରରେ ଇଲିସି ମାଛ ବଢ଼ିବା ସମ୍ଭାବନା ଥିବାରୁ ଦର କମିବା ମଧ୍ୟ ଆଶା କରାଯାଉଛି।

fallback

ପ୍ରତିବର୍ଷ ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ପାରାଦୀପର ମତ୍ସ୍ୟଜୀବୀ ସମୁଦ୍ରରେ ଇଲିସି ମାଛ ଧରି ବେଶ୍ ଲାଭବାନ ହୋଇଥାନ୍ତି। ମତ୍ସ୍ୟଜୀବୀଙ୍କ ସହ ଗ୍ରାହକଙ୍କ ମୁହଁର ମଧ୍ୟ ଇଲିସିର ସୁଆଦ ଲାଗିଥାଏ। ବିଗତ ବର୍ଷମାନଙ୍କରେ ଯୋଡ଼ା ଇଲିସିକୁ ପ୍ରାୟ ଶହେରୁ ୩ ଶହ ଦାମରେ ମିଳୁଥିଲା। ହେଲେ ବନ୍ୟାର ମଧୁର ପାଣି ମୁହାଁଣ ବାଟ ଦେଇ ସଠିକ୍ ସମୟରେ ଆସୁ ନଥିବା ବେଳେ ପ୍ରତିକୂଳ ପରିବେଶ ଯୋଗୁଁ ସମୁଦ୍ରରେ ଇଲିସି ମାଛ ହ୍ରାସ ପାଇଛନ୍ତି। 

Also Read: ବିଲୁପ୍ତ ବିହଙ୍ଗ ବାଇ ଚଢ଼େଇ

ପାରାଦୀପ ଉପକୂଳରେ ଗଢ଼ି ଉଠିଥିବା କାରଖାନାର ଦୂଷିତ ପଣି ସମୁଦ୍ରରେ ମିଶୁଥିବାରୁ ଇଲିସି ପରିମାଣରେ ଅନେକ ହ୍ରାସ ପାଇଛି। ଆଗକୁ ପାଗ ଅନୁକୂଳ ରହିଲେ ସମୁଦ୍ରରେ ଇଲିସି ମାଛ ଅଧିକ ପଡ଼ିବେ ବୋଲି ମତ୍ସ୍ୟଜୀବୀ ଆଶା ରଖିଛନ୍ତି। ଇଲିସି ମାଛର ସ୍ୱାଦ ଯାହା ହେଉ ଥାଉ ନାଁ କାହିଁକି, ଆଗକୁ ଅନୁକୂଳ ପାଗ ରହିଲେ ସମୁଦ୍ରରେ ଇଲିସି ପରିମାଣ ବଢ଼ିବା ସହ ଦାମରେ ହ୍ରାସ୍ ପାଇବା ଆଶା କରାଯାଉଛି।