WhatsAppରେ ଜିଲ୍ଲାପାଳଙ୍କ ଫଟୋ ଦେଖାଇ ଠକେଇ ଉଦ୍ୟମ, ଅଧିକାରୀଙ୍କ ପାଖକୁ ଯାଉଥିଲା ଏମିତି ମେସେଜ୍
Advertisement
Article Detail0/zeeodisha/odisha1169225

WhatsAppରେ ଜିଲ୍ଲାପାଳଙ୍କ ଫଟୋ ଦେଖାଇ ଠକେଇ ଉଦ୍ୟମ, ଅଧିକାରୀଙ୍କ ପାଖକୁ ଯାଉଥିଲା ଏମିତି ମେସେଜ୍

ଅଧିକାରୀଙ୍କ ନିକଟରୁ ହ୍ୱାଟ୍ସଅପ ନମ୍ବରରେ ମେସଜ ପଠାଇ ଟଙ୍କା ମାଗିବା ଖବର ପାଇବାପରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସମସ୍ତଙ୍କୁ ସତର୍କ ରହିବାରୁ ସୂଚନା ଦେଇଛନ୍ତି। ସେ ନିଜ ବ୍ୟକ୍ତିଗତ ଫେସବୁକ ଓ ସମସ୍ତ ସରକାରୀ ଗ୍ରୁପରେ ସରକାରୀ ଅଧିକାରୀମାନଙ୍କୁ ଏହିଭଳି ମିଥ୍ୟା ମେସେଜ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି।

ଡିଜାଇନ୍ ଫଟୋ

ବୌଦ୍ଧ: ଜିଲ୍ଲାପାଳଙ୍କ ନାମରେ ଠକେଇ ଅଭିଯୋଗ। ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଫଟୋକୁ ପ୍ରୋଫାଇଲ ଫଟୋ ଭାବରେ ବ୍ୟବହାର କରି ହ୍ୱାଟ୍ସଅପ ନମ୍ବରରେ ବିଭିନ୍ନ ଅଧିକାରୀଙ୍କୁ ମେସଜ ପଠାଇ ଟଙ୍କା ମାଗିବା ଭଳି ଏକ ସମ୍ବେଦନଶୀଳ ଘଟଣା ବୌଦ୍ଧ ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି। ଜିଲ୍ଲାପାଳଙ୍କ ଫଟୋ ଥାଇ ଏକ ନମ୍ବର (୭୨୨୩୮୭୦୧୯୬) ରୁ ଜିଲ୍ଲାର କିଛି ଅଧିକାରୀଙ୍କ ନିକଟକୁ ଟଙ୍କା ପଠାଇବାକୁ ମେସେଜ ଯାଇଥିଲା। ସଂପୃକ୍ତ ନମ୍ବରଟି ଜିଲ୍ଲାପାଳଙ୍କ ହୋଇନଥିବାବେଳେ ଏହିଭଳି ମେସଜ ପାଇଥିବା କିଛି ଅଧିକାରୀ ସନ୍ଦେହରେ ସିଧା ଜିଲ୍ଲାପାଳଙ୍କୁ ସୂଚନା ଦେଇଛନ୍ତି।

ଅଧିକାରୀଙ୍କ ନିକଟରୁ ହ୍ୱାଟ୍ସଅପ ନମ୍ବରରେ ମେସଜ ପଠାଇ ଟଙ୍କା ମାଗିବା ଖବର ପାଇବାପରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସମସ୍ତଙ୍କୁ ସତର୍କ ରହିବାରୁ ସୂଚନା ଦେଇଛନ୍ତି। ସେ ନିଜ ବ୍ୟକ୍ତିଗତ ଫେସବୁକ ଓ ସମସ୍ତ ସରକାରୀ ଗ୍ରୁପରେ ସରକାରୀ ଅଧିକାରୀମାନଙ୍କୁ ଏହିଭଳି ମିଥ୍ୟା ମେସେଜ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ତେବେ ଏନେଇ ସାଇବର ସେଲ ଅଭିଯୋଗ କରାଯାଇଛି। ତାଙ୍କ ଫଟୋକୁ ବ୍ୟବହାର କରି ମିଥ୍ୟା ମେସେଜ ପଠାଇଥିବା ଅପରାଧୀଙ୍କ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

Also Read: ସାମାଜିକ ସୁରକ୍ଷା କ୍ଷେତ୍ରରେ ରାୟଗଡ଼ା ସମ୍ମାନିତ, ଗଞ୍ଜାମ ଓ ଖୋର୍ଦ୍ଧାକୁ ବି ମୁଖ୍ୟମନ୍ତ୍ରୀ ଦେଲେ ପୁରସ୍କାର

ଅନ୍ୟପଟେ ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳ ଭାବେ ଲଲାଟେନ୍ଦୁ ମିଶ୍ର କାର୍ଯ୍ୟ କରି ଆସୁଛନ୍ତି। ତାଙ୍କ କାର୍ଯ୍ୟକାଳ ସମୟରେ ଜିଲ୍ଲା ସଦର ମହକୁମାର ବିକାଶ, ଜିଲ୍ଲା ମ୍ୟୁଜିୟମ ନିର୍ମାଣ ହୋଇଛି। ନିକଟରେ ବୌଦ୍ଧ ଜିଲ୍ଲାର ଗଣପର୍ବ ରାମଲୀଳାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏକା ସାଥିରେ ପଲ୍ଲୀଶ୍ରୀ ମେଳା ଓ ପୁସ୍ତକ ମେଳାର ସଫଳ ଆୟୋଜନ କରି ଜିଲ୍ଲାପାଳ ଚର୍ଚ୍ଚାରେ ରହି ଆସୁଛନ୍ତି। ଏହାକୁ ଆଖି ଆଗରେ ରଖି ଜିଲ୍ଲାପାଳଙ୍କ ନାମରେ ଏଭଳି ଫେକ ଏକାଉଣ୍ଟ ଖୋଲି ତାଙ୍କୁ ବଦନାମ କରିବାକୁ ଉଦ୍ୟମ କରାଯାଉଥିବା ନେଇ ସନ୍ଦେହ କରାଯାଉଛି।

 

ଏହା ସହିତ ଜିଲ୍ଲାରେ ବାରମ୍ବାର ସାଇବର ଅପରାଧ ବୃଦ୍ଧି ପାଇଚାଲିଥିବାବେଳେ ଜିଲ୍ଲା ପୋଲିସ ପାଖରେ କୌଣସି ସୁବିଧା ନଥିବାରୁ ଅପରାଧୀମାନେ ତାହାର ଫାଇଦା ଉଠାଉଛନ୍ତି। ମୋବାଇଲ ଚୋରୀ ଘଟଣା ହେଉକି ଟଙ୍କା ଉଠାଣ ମାମଲାଗୁଡିକ କେବଳ ଥାନାରେ ମୋକଦ୍ଦମା ପରେ ତଦନ୍ତ କରାନଯାଇ ପଡି ରହୁଛି ଏବଂ ପୋଲିସ ପକ୍ଷରୁ ମଧ୍ୟ ଏହିଭଳି ମାମଲାରେ ନିଜର ଅକ୍ଷମତା ପ୍ରକାଶ କରାଯାଉଅଛି। ତେଣୁ ଜିଲ୍ଲାରେ ତୁରନ୍ତ ଏକ ସାଇବର ଥାନା ସ୍ଥାପନ ପାଇଁ ସାଧାରଣରେ ଦାବି ହେଉଛି।