ମଦ୍ୟପ ଯୁବକ ଆକ୍ରମଣରେ ବୃଦ୍ଧ ମହିଳା ମୃତ
Advertisement
Article Detail0/zeeodisha/odisha981551

ମଦ୍ୟପ ଯୁବକ ଆକ୍ରମଣରେ ବୃଦ୍ଧ ମହିଳା ମୃତ

ଘଟଣା ବାବଦରେ  ମୃତ ମହିଳାଙ୍କ ସ୍ୱାମୀ ଆଡେଣୀଗଡ ଫାଣ୍ଡିରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ପୁରୁଣାକଟକ ଥାନା ପୋଲିସ।

ମଦ୍ୟପ ଯୁବକ ଆକ୍ରମଣରେ ବୃଦ୍ଧ ମହିଳା ମୃତ

ବୌଦ୍ଧ: ସ୍ୱାମୀ-ସ୍ତ୍ରୀ ଝଗଡା ଛଡାଇବାକୁ ଯାଇ ଗଲା ବୃଦ୍ଧା ମହିଳାଙ୍କ ଜୀବନ। ମଦ୍ୟପର ଖଟ ପୁଆ ଆକ୍ରମଣରେ ଘଟଣାସ୍ଥଳରେ ମହିଳାଙ୍କ ମୃତ। ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଆଡେଣୀଗଡ ଫାଣ୍ଡି ଅଧିନସ୍ଥ ନୁଆଗାଁ (କଖାରଫାଳ) ଗ୍ରାମରେ  ଘଟିଯାଇଛି ଏଭଳି ଘଟଣା। ଗ୍ରମାର କୋହ୍ଲ ସମ୍ପ୍ରଦାୟର ବସ୍ତିରେ ଘଟିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡ। 

କୋହ୍ଲ ବସ୍ତିରେ ରହୁଥିବା ତୀଳ ଦେହୁରୀ ନାମକ ଜଣେ ଯୁବକ ମଦ୍ୟପାନ କରି ନିଶାଶକ୍ତ ଅବସ୍ଥାରେ ନିଜ ସ୍ତ୍ରୀକୁ ମାଡ ମାରି ଚାଲିଥିଲା। ଏହି ସମୟରେ ପଡୋଶୀ ଘରେ ରହୁଥିବା ବାବୁଲା ସାହୁଙ୍କ ପତ୍ନୀ ଚଞ୍ଚଳା ସାହୁ ଛଡାଇବାକୁ ଯାଇଥିଲେ। ହେଲେ ଏଥିରେ ଉତ୍ତ୍ୟକ୍ତ ହୋଇ ତୀଳ ଏକ ଖଟପୁଆରେ ଚଞ୍ଚଳାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ଯାହା ଫଳରେ ଘଟଣାସ୍ଥଳରେ ତାଙ୍କୁ ମୃତ୍ୟୁ ହୋଇଥିବା ଜଣାପଡିଛି। 

ଏନେଇ ମୃତ ମହିଳାଙ୍କ ସ୍ୱାମୀ ଆଡେଣୀଗଡ ଫାଣ୍ଡିରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ପୁରୁଣାକଟକ ଥାନା ଅଧିକାରୀ। ଅନ୍ୟପଟେ ଅଭିଯୁକ୍ତ ତୀଳ ଦେହୁରୀଙ୍କୁ ମଧ୍ୟ ପୋଲିସ କାବୁ କରିଥିବା ଜଣାପଡିଛି।