ଦେଶୀ କୁକୁଡ଼ା ଅଣ୍ଡା ଆଉ ଗୁଆ ଘିଅରେ ଯୋଡି ହେଉଛି ଶରୀରର ଭଙ୍ଗା ହାଡ଼
Advertisement
Article Detail0/zeeodisha/odisha1216081

ଦେଶୀ କୁକୁଡ଼ା ଅଣ୍ଡା ଆଉ ଗୁଆ ଘିଅରେ ଯୋଡି ହେଉଛି ଶରୀରର ଭଙ୍ଗା ହାଡ଼

Country Egg And Ghee Treatments For Orthopedic Disease:-(ବୌଦ୍ଧ:-ହିମାଂଶୁ ଶେଖର୍ ସାହୁ)- ଯୁଗ ବଦଳିବା ସାଙ୍ଗକୁ ବଦଳୁଛି ଚିକିତ୍ସା ପଦ୍ଧତି । ବିଜ୍ଞାନ ସହିତ ତାଳ ଦେଇ ଉନ୍ନତ ମାନର ଜ୍ଞାନ କୌଶଳକୁ ବ୍ୟବହାର କରି ବହୁ ଦୁରାରୋଗ୍ୟ ରୋଗର ଚିକିତ୍ସା କରାଯାଉଛି। ତେବେ ଏହାରି ଭିତରେ ଆଜିବି ଗ୍ରାମଞ୍ଚଳରେ ଆୟୁର୍ବେଦିକ ଓ ଘରୋଇ ଚିକିତ୍ସା ଉପରେ ଲୋକେ ନିର୍ଭର କରୁଛନ୍ତି। ବିଶେଷ କରି ଭଙ୍ଗା ହାଡ଼ଗୋଡ଼ର ଚିକିତ୍ସା ପାଇଁ ଏବେ ଦେଶୀ ଚିକିତ୍ସା ପ୍ରତି ରୋଗୀଙ୍କ ଆସ୍ଥା ବଢ଼ିବାରେ ଲାଗୁଛି । ହେଲେ ଭଙ୍ଗା ହାଡ଼ଗୋଡ଼ର ଦେଶୀ ଚିକିତ୍ସା ପଦ୍ଧତି କୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇପଡିବେ । 

ଦେଶୀ କୁକୁଡ଼ା ଅଣ୍ଡା ଆଉ ଗୁଆ ଘିଅରେ ଯୋଡି ହେଉଛି ଶରୀରର ଭଙ୍ଗା ହାଡ଼

ହାଡ଼ଗୋଡ଼ ଭାଙ୍ଗି ଯାଇଥିବା ରୋଗୀଙ୍କ ଲାଗୁଛି ଲମ୍ବା ଲାଇନକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।ତେବେ ଏହି ସ୍ଥାନଟି ହେଲା ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବାଣୀଭୁଷଣପୁର ପଞ୍ଚାୟତ ଅନ୍ତର୍ଗତ ଝାରରାଜିଙ୍ଗ ଗ୍ରାମ ଯେଉଁଠି ଅଜିତ ପ୍ରଧାନଙ୍କ ଘର। ଅଜିତ ଙ୍କ ପିତା ବଳଭଦ୍ର ପ୍ରଧାନ ପିଲାଟି ଦିନରୁ ହାଡ଼ଗୋଡ଼ ଭାଗିଯାଇଥିବା ରୋଗୀଙ୍କୁ ଚିକିତ୍ସା କରି ଆସୁଥିଲେ । ତେବେ ପିତାଙ୍କ ଦେହାନ୍ତ ହେବା ପରେ ଏବେ ପିତାଙ୍କ ଦାୟିତ୍ୱ ନେଇଛନ୍ତି ପୁତ୍ର ଅଜିତ ପ୍ରଧାନ । କେବଳ ଅଜିତ ଏକା ନୁହଁନ୍ତି ପରିବାର ଲୋକେ ଚିକିତ୍ସା ସେବାରେ ଲାଗି ପଡ଼ିଥାନ୍ତି । 

ଅଜିତ ପ୍ରଧାନ ଦେଶୀ କୁକୁଡ଼ା ଅଣ୍ଡା ଆଉ ଗୁଆ ଘିଅ କୁ ବ୍ୟବହାର କରି ଚିକିତ୍ସା କରିଥାନ୍ତି । ଏହା ସହିତ ଜଙ୍ଗଲରୁ ସଂଗ୍ରହ କରି କିଛି ଚେରମୁଳିରୁ ମଲମ ପ୍ରସ୍ତୁତ କରିଥାନ୍ତି । ପ୍ରଥମେ ଏକ୍ସରେ ଦ୍ୱାରା ଭାଙ୍ଗିଥିବା ସ୍ଥାନକୁ ଚିହ୍ନଟ କରି ସେଠାରେ ଦେଶୀ କୁକୁଡ଼ା ଅଣ୍ଡା ଦ୍ୱାରା ମସାଜ କରି ଥାନ୍ତି, ଏହାପରେ ଚେରମୁଳି ମଲମରେ ଗୁଆଘିଅକୁ ମିଶାଇ ଭାଙ୍ଗିଥିବା ସ୍ଥାନରେ ଲେପ ଲଗାଇ ବାଉଁଶ ପଟି, କାଗଜ ପାଟି ଦେଇ ବାନ୍ଧି ଥାନ୍ତି । ଏହା ପରେ ସେମାନଙ୍କୁ ଆସନ୍ତା ସାତଦିନ ପର୍ଯ୍ୟନ୍ତ ରୋଗୀଙ୍କୁ ଛାଡି ଦେଇଥାନ୍ତି । ସାତ ଦିନ ପରେ ପଟି ଖୋଲିବାକୁ ଆସିଥିବା ରୋଗୀଙ୍କ ଭାଙ୍ଗିଥିବା ହାଡ଼ ଯୋଡି ହୋଇଥାଏ ।

ଅଜିତଙ୍କ ଦେଶୀ ଚିକିତ୍ସାରେ ବହୁ ହାଡ଼ଗୋଡ଼ ଭଙ୍ଗା ରୋଗୀ ଭଲ ହେଉଥିବାରୁ ପ୍ରତିଦିନ ଅଜିତଙ୍କ ପାଖକୁ ବହୁ ଦୁଦୁରାନ୍ତରୁ ରୋଗୀ ଆସି ଚିକିତ୍ସିତ ହେବା ପାଇଁ ଆସିଥାନ୍ତି । ବୌଦ୍ଧ,କନ୍ଧମାଳ, ସୋନପୁର ଜିଲା ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଏବଂ ରାଜ୍ୟ ବାହାରୁ ମଧ୍ୟ ଚିକିତ୍ସା ପାଇଁ ରୋଗୀମାନେ ଏଠାକୁ ଆସୁଥିବା ଜଣାପଡିଛି । ଅଜିତ ଓ ତାଙ୍କ ପରିବାର ଏହି ସେବାକୁ ନିଜର ବ୍ରତ ଭାବି ନିୟମିତ ସେବା କରିଥାନ୍ତି । 

ଅନ୍ୟପଟେ ହାଡ଼ଗୋଡ଼ ଭଙ୍ଗା ରୋଗୀ ମାନେ ବଡ଼ବଡ଼ ଡାକ୍ତରଖାନାକୁ ନ ଯାଇ ଏହି ଦେଶୀ ଚିକିତ୍ସା ଉପରେ ନିର୍ଭର କରିଥାନ୍ତି। ବଡ଼ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ବହୁ ଅର୍ଥ ର ଆବାଶ୍ୟକତା ଥାଏ , ତାଛଡା ଡାକ୍ତରଖାନା ବେଡ଼ ରେ ମାସ ମାସ ଧରି ରହି ଖର୍ଚ୍ଛାନ୍ତି ହୋଇଥାନ୍ତି । ଏପରି ସ୍ଥଳରେ ଅଜିତ ଙ୍କ ଦେଶୀ କୁକୁଡ଼ା ଅଣ୍ଡା ,ଗୁଆ ଘିଅ ସାଙ୍ଗକୁ କିଛି ଚେରମୁଳି ଔଷଧ ହାଡ଼ଗୋଡ଼ ଭଙ୍ଗା ରୋଗୀଙ୍କ ପାଇଁ ବେଶ ଆଦୃତ ହୋଇପାରିଛି । ଏପଟେ ପ୍ରତିଦିନ ୨୦ ରୁ ଅଧିକ ହାଡ଼ଗୋଡ଼ ଭଙ୍ଗା ରୋଗୀଙ୍କ ଚିକିତ୍ସା କରୁଥିବା ଅଜିତ ଏଯାଏଁ ୧୦ ହଜାର ରୁ ଅଧିକ ହାଡ଼ଗୋଡ଼ ଭାଙ୍ଗି ଯାଇଥିବା ରୋଗୀଙ୍କୁ ସୁସ୍ଥ କରିଥିବା କଥା ସେ କହିଛନ୍ତି ।