Road Accident: ପିକଅପ୍ ଭ୍ୟାନକୁ ଚାପି ଦେଲା ଯାତ୍ରୀବାହୀ ବସ, ଏକାଧିକ ଆହତ
Advertisement
Article Detail0/zeeodisha/odisha1699071

Road Accident: ପିକଅପ୍ ଭ୍ୟାନକୁ ଚାପି ଦେଲା ଯାତ୍ରୀବାହୀ ବସ, ଏକାଧିକ ଆହତ

Road Accident: ଯାତ୍ରୀବାହୀ ବସଟି ହରଭଙ୍ଗା ବ୍ଲକ୍ ଚାରି ଛକ ତହସିଲ କାର୍ଯ୍ୟାଳୟ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ପିକଅପ୍ ଗାଡ଼ି ସହ ଧକ୍କା ହୋଇଥିଲା । ଫଳରେ ଏଥିରେ ବସରେ ଥିବା ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । 

ସୌ(ସୋସିଆଲ ମିଡିଆ)

Road Accident: ବୌଦ୍ଧ ଜିଲ୍ଲା ଜାତୀୟ ରାଜପଥ ୫୭ ଚାରି ଛକ ତହସିଲ ଅଫିସ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଭୟଙ୍କର ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଆହତ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ବଡ଼ପଣ୍ତା ନାମକ ଏକ ଯାତ୍ରାବାହୀ ବସଟି ବ୍ରହ୍ମପୁରରୁ ବଲାଙ୍ଗୀର ଅଭିମୁଖେ ଯାଉଥିଲା । ଉକ୍ତ ବସରେ ୪୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ । ଯାତ୍ରୀବାହୀ ବସଟି ହରଭଙ୍ଗା ବ୍ଲକ୍ ଚାରି ଛକ ତହସିଲ କାର୍ଯ୍ୟାଳୟ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ପିକଅପ୍ ଗାଡ଼ି ସହ ଧକ୍କା ହୋଇଥିଲା । ଫଳରେ ଏଥିରେ ବସରେ ଥିବା ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେପଟେ ଦୁ୍ର୍ଘଟଣା ପରେ ପିକଅପ୍ ଗାଡ଼ିର ଡ୍ରାଇଭର ଘଟଣାସ୍ଥଳରେ ଚାପି ହୋଇ ରହିଥିଲେ । ପରେ ମେସିନ ସହାୟତାରେ ଗାଡ଼ିକୁ କାଟି ତାଙ୍କୁ ଉଦ୍ଧାର କରାଯିବା ପରେ ତାଙ୍କୁ ପୁରୁଣା କଟକ ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି ।

ସେହିପରି ଗତ ସୋମବାର ଦିନ ଆନ୍ଧ୍ରପ୍ରଦେଶ ତଡିପତ୍ରରି (Tadipatri)ସହରର ଏକ ପରିବାର ଭୋର ସମୟରେ (Sri Venkateshwara Swami Temple in Tirupati) ଶ୍ରୀ ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରକୁ ଦର୍ଶନ କରିବା ପାଇଁ ବାହାରିଥିଲେ।  ମନ୍ଦିରରେ ଭଗବାନଙ୍କ କୃପା ଲାଭ କରିବା ସହ ଦର୍ଶନ କରି ପରିବାରର ୧୨ ଜଣ ସଦସ୍ୟ ଏକ କାର୍ ଯୋଗେ ନିଜ ଘର ଅଭିମୁଖେ ଯାଉଥିଲେ । ପେଞ୍ଚିଆଅନନ୍ତପୁରମ୍ ଗାଁ ଠାରେ ପହଞ୍ଚିବା ସମୟରେ ହଠାତ୍ ଦ୍ରୃତ ଗତିରେ ଆସୁଥିବା ଏକ ଲୁହା ବୋଝେଇ ଟ୍ରକଟି  କାରକୁ ସାମ୍ନା ପଟୁ ଧକ୍କା ଦେଇଥିଲା।  ଫଳରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଇଥିଲେ। କିଭଳି ସ୍ଥିତିରେ ଏହି ଭୟଙ୍କର ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି ପୋଲିସ୍ । 

ଏହା ମଧ୍ଯ ପଢନ୍ତୁ-IMD Monsoon Update: ମୌସୁମୀକୁ ନେଇ ପାଣିପାଗ ବିଭାଗ ଦେଲା ଏକ ବଡ ଅପଡେଟ୍, ଜାଣନ୍ତୁ କେବେ କେରଳ ଛୁଇଁବ?

ସେହିପରି ସମାନ ଦିନରେ ଛତିଶଗଡ଼ ବାଲୋଡା ବଜାର ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଓ ମହିଳା ଥିବା ଜଣାପଡ଼ିଛି।  ପୋଲିସର ସୂଚନା ଅନୁଯାୟୀ, ବାଲୋଡା ବଜାର ଜିଲ୍ଲାର ଗୋଡା଼ ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଦୁଇ ଡଜନରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ଏକ ପିକଅପ୍ ଭ୍ୟାନଟି ଏକ ଟ୍ରକକୁ ଧକ୍କା ଦେଇଥିଲା। ଏହି ଘଟଣା ପାଲାରି ପୋଲିସ ଷ୍ଟେସନ ଅଞ୍ଚଳର ଅଟେ। ବାଲୋଡା ବଜାର ଏସଏସପି ଦୀପକ ଝା କହିଛନ୍ତି ଯେ, ଏହି ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଓ ଜଣେ ମହିଳା ମଧ୍ୟ ଅଛନ୍ତି। ଦୁର୍ଘଟଣା ବିଷୟରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଟ୍ୱିଟ୍ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। “ଭଗବାନ ମୃତକଙ୍କ ପରିବାରକୁ ସାହସ ଦିଅନ୍ତୁ। ଆମେ ସମସ୍ତେ ଦୁଃଖରେ ଏକାଠି ଅଛୁ। ମୃତକଙ୍କ ନିର୍ଭରଶୀଳ ତଥା ଆହତଙ୍କ ସମ୍ପର୍କୀୟଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା” ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ସୂଚନା ଦେଇଥିଲେ। 

ଏହା ମଧ୍ଯ ପଢନ୍ତୁ-DA Hike: ମହଙ୍ଗା ଭତ୍ତା ବଢାଇଲେ ରାଜ୍ୟ ସରକାର, ମଣ୍ଡି କର୍ମଚାରୀଙ୍କ ଦରମାରେ ଆଣିଲେ ପରିବର୍ତ୍ତନ