JP Nadda: 'ଏଠି ସରକାର ବି ଡୁପ୍ଲିକେଟ୍, ଚାବି ବି ଡୁପ୍ଲିକେଟ'
Advertisement

JP Nadda: 'ଏଠି ସରକାର ବି ଡୁପ୍ଲିକେଟ୍, ଚାବି ବି ଡୁପ୍ଲିକେଟ'

JP Nadda At Odisha: ପ୍ରଥମେ ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିବା ଜେପି ନଡ୍ଡା କଂଗ୍ରେସକୁ ଭାଇ-ଭଉଣୀ ଦଳ କହିଥିବା ବେଳେ, ବିଜେଡି ଓଡ଼ିଶାରେ କୁଶାସନ କରୁଛି ବୋଲି ସେ ତାଙ୍କ ବିବୃତିରେ କହିଛନ୍ତି । ସେହିପରି ନିଜ ଅଭିଭାଷଣରେ ରତ୍ନ ଭଣ୍ଡାର ସହ ଆୟୁଷ୍ମାନ ଯୋଜନା କଥା ମଧ୍ୟ କହିଛନ୍ତି ନଡ୍ଡା।

JP Nadda: 'ଏଠି ସରକାର ବି ଡୁପ୍ଲିକେଟ୍, ଚାବି ବି ଡୁପ୍ଲିକେଟ'

JP Nadda: ବୁଧବାର ଠାରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ କାର୍ଯ୍ୟାଳୟ ଯାଏଁ ବିଶାଳ ବାଇକ ରାଲି ଯୋଗେ ଶୋଭାଯାତ୍ରା କରିଥିଲେ । ପରେ ଭୁବନେଶ୍ଵର ସ୍ଥିତ ଜନତା ମୈଦାନ ଠାରେ  ବିଜେପି ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହି ଅବସରରେ ମଞ୍ଚରୁ ନଡ୍ଡା ଉଭୟ ଶାସକ ବିଜେଡି ଓ ବିରୋଧୀ ଦଳ କଂଗ୍ରେସକୁ ଟାର୍ଗେଟ କରିଥିଲେ।

ପ୍ରଥମେ ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିବା ଜେପି ନଡ୍ଡା କଂଗ୍ରେସକୁ ଭାଇ-ଭଉଣୀ ଦଳ କହିଥିବା ବେଳେ, ବିଜେଡି ଓଡ଼ିଶାରେ କୁଶାସନ କରୁଛି ବୋଲି ସେ ତାଙ୍କ ବିବୃତିରେ କହିଛନ୍ତି । ଓଡ଼ିଶାରେ କିଏ ଶାସନ କରୁଛି ବୋଲି ପଚାରି ମଞ୍ଚରୁ ଗର୍ଜିଥିଲେ ନଡ୍ଡା । ମଞ୍ଚରୁ ରାଜ୍ୟ ସରକାରଙ୍କୁ ନଡ୍ଡା(JP Nadda)  କଡ଼ା ସମାଲୋଚନା କରିବା ସହ ଓଡ଼ିଶାରେ ରକ୍ଷକ ଭକ୍ଷକ ସାଜିଛି ବୋଲି କହିଥିଲେ । ରାଜ୍ୟର ୩ ମନ୍ତ୍ରୀଙ୍କ ନାଁରେ ହତ୍ୟା ଅଭିଯୋଗ ରହିଛି । ଯଦି ମନ୍ତ୍ରୀ ହତ୍ୟାରେ ସାମିଲ ଥିବେ ତେବେ ଏଠାରେ କି ଶାସନ ଚାଲିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିପରି ରାଜ୍ୟ ସରକାର ଓଡ଼ିଶାର (Odisha Development) ଉନ୍ନତି ଚାହୁଁନାହାଁନ୍ତି ବୋଲି ସେ କହିଛନ୍ତି। କାରଣ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ଉନ୍ନତି ଚାହୁଁଛନ୍ତି ହେଲେ ସେଇଟା ଏଠି କାର୍ଯ୍ୟକାରୀ ହୋଇପାରୁନି। କାରଣ ହେଉଛି ଆୟୁଷ୍ମାନ ଯୋଜନା । ଏବଂ ରତ୍ନଭଣ୍ଡାର ଚାବି କିଏ ନେଲା ବୋଲି ପ୍ରଶ୍ନ କରି ଖୁବ ବର୍ଷିଛନ୍ତି ନଡ୍ଡା । ପ୍ରଥମେ ଚାବି ମିଳିଲାନାହିଁ । ପରେ ଡୁପ୍ଲିକେଟ୍‌ ଚାବି ନାଟକୀୟ ଢଙ୍ଗରେ ମିଳିଲା । ସରକାର ଡୁପ୍ଲିକେଟ୍‌ ତ ଚାବି କିପରି ଡୁପ୍ଲିକେଟ୍‌ ହେବ ନାହିଁ ବୋଲି କହିଛନ୍ତି ନଡ୍ଡା । ଏପରି ସରକାରଙ୍କୁ ଓଡ଼ିଶାରୁ ଓପାଡ଼ି ଫିଙ୍ଗି ଦେବା ସହ ଡବଲ ଇଞ୍ଜିନ ସରକାର (Double Engine Government) କଥା ଦୋହରାଇଛନ୍ତି ନଡ୍ଡା

ସୂଚନାଯୋଗ୍ୟ କନ୍ଧମାଳ ତୁମୁଡିବନ୍ଧରେ ଆୟୋଜିତ ସଭାରେ ମୋଦି ସରକାରଙ୍କ (Modi Government) ସଫଳତା କଥା କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପିର ସଭାପତି ।ଏହାସହ ଏନସିଆରବି ରିପୋର୍ଟ କଥା ମହିଳା ନିର୍ଯାତନା କଥା ଉଠାଇଛନ୍ତି ବିଜେପି ସାଂସଦ । ରିପୋର୍ଟ ଅନୁଯାୟୀ ମହିଳା ନିର୍ଯାତନା ଦୁଇ ଗୁଣା ବଢିଥିବା ସେ କହିଛନ୍ତି ।

Also Read: JP Nadda's Odisha Visit: ମିଶନ ୨୦୨୪, ଦଳକୁ ଗୁରୁମନ୍ତ୍ର ଦେବେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ୍ୟ

Also Read: Rahul Gandhi: ରାହୁଲ ନିଜେ ରଖିଲେ ଜବାବ, ଯେବେ ଲୋକ ମୋତେ କୁହନ୍ତି "ପପୁ"...