ବିଜେଡିର ରାଜ୍ୟସଭା ପାର୍ଥୀ ,ସୁଲତା ଦେଓ ସରପଞ୍ଚରୁ ସାଂସଦ !
Advertisement
Article Detail0/zeeodisha/odisha1201099

ବିଜେଡିର ରାଜ୍ୟସଭା ପାର୍ଥୀ ,ସୁଲତା ଦେଓ ସରପଞ୍ଚରୁ ସାଂସଦ !

ଆଜି ବିଜୁ ଜନତା ଦଳ ପକ୍ଷରୁ ୪ ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ସେଥିମଧ୍ୟରୁ ଏକ ମାତ୍ର ମହିଳା ପ୍ରାର୍ଥୀନୀ ଭାବେ ସୁଲତା ଦେଓଙ୍କ ନାଁରେ ମୋହର ମରାଯାଇଛି। ଜଣେ ନାରୀ ନେତ୍ରୀ ଭାବରେ ସୁଲତା ଦେଓ  କିଛି ବର୍ଷ ଧରି ରାଜ୍ୟ ରାଜନୀତିରେ ବେଶ ସକ୍ରିୟ ରହିଛନ୍ତି। ବିଶେଷ କରି ଦଳୀୟ ମୁଖପାତ୍ର ଭାବେ ନିଯୁକ୍ତ ହେବା ପରେ ଦଳୀୟ ଭାବ ମୂର୍ତ୍ତିକୁ ରକ୍ଷା କରିବା ଦିଗ ରେ ବେଶ ସଫଳ ହାସଲ କରିପାରିଛନ୍ତି। ଯଦିଓ ସେ ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ବ୍ରହ୍ମବରଦା ପଂଚାୟତର ସରପଞ୍ଚ ଭାବେ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ମସିହାରେ ଜିଲାପରିଷଦ ସଦସ୍ୟ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। ସେତେବେଳେ ଜିଲାପରିଷଦ ଅଧ୍ୟକ୍ଷା ପାଇଁ ମଧ୍ୟ ସୁଲତାଙ୍କ ନାଁ କୁ ନେଇ ଚର୍ଚ୍ଚା ହୋଇଥିଲା। ଏହା ପରେ ସେ ବରୀ ବିଧାନସଭା ଆସନ ପାଇଁ ମଧ୍ୟ ଅଶାୟୀ ଥିଲେ। କିନ୍ତୁ ତତ୍କାଳୀନ ବରୀ ବିଧାୟକ ଦେବାଶିଷ ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ହେତୁ ସୁଲତା ଦେଓଙ୍କୁ ଙ୍କୁ ନିରାଶ ହେବାକୁ ପଡିଥିଲା। 

 

ବିଜେଡିର ରାଜ୍ୟସଭା ପାର୍ଥୀ ,ସୁଲତା ଦେଓ ସରପଞ୍ଚରୁ ସାଂସଦ !

(ରିପୋର୍ଟ -ସନ୍ଦିପ୍ତ ରାୟ,ଯାଜପୁର )

ଯଦିଓ ସୁଲତା ଦେଓ ତତ୍କାଳୀନ ବିଜେଡି ଚାଣକ୍ୟ କୁହାଯାଉଥିବା ପ୍ୟାରୀମୋହନ ମହାପାତ୍ରଙ୍କ ଗୁଡ଼ ବୁକରେ ଥିଲେ ମଧ୍ୟ ତାଙ୍କୁ ଶେଷରେ ନିରାଶ ହେବାକୁ ପଡିଥିଲା।ଶେଷ ରେ ବରୀ ବିଧାନ ସଭା ଆସନ ଟିକେଟ ଆଶା ଛାଡି ରାଜ୍ୟ ରାଜନୀତି ଆଡକୁ ମନ ବଳାଇଥିଲେ। ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ରେ ସାମିଲ ହୋଇ ବିଜେଡ଼ି ପାଇଁ କାମ କରି ସେ ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଥିଲେ। ଜଣେ ତୃଣମୂଳ ସ୍ତରରୁ ଆସି ବିଜେଡିର ଶୃଙ୍ଖଳିତ କର୍ମୀ ଭାବେ କାମ କରି ଦଳୀୟ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ। ସେଥିପାଇଁ ପ୍ରଥମେ ତାଙ୍କୁ ବିଜେଡିର ମୁଖପାତ୍ର ଭାବେ ନିଯୁକ୍ତି ଦିଆ ଯାଇଥିଲା। ମୁଖପାତ୍ର ଭାବେ ବିଭିନ୍ନ ଫୋରମ ରେ ଯୋଗ ଦେଇ  ଦଳର ଭାବମୂର୍ତି ପାଇଁ ଗଠନ ମୁଳକ ଯୁକ୍ତି ଉପସ୍ଥାପନ କରି ନିଜର ଦକ୍ଷତା ପ୍ରତିପାଦନ କରି ପାରିଥିଲେ। ଏହା ପରେ ରାଜ୍ୟ ସରକାର ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ର ଉପଦେଷ୍ଟା ଭାବେ  ନିଯୁକ୍ତି ଦେଇଥିଲେ। 

ନିକଟରେ ଅନୁଷ୍ଠିତ ବି ଏମ ସି ନିର୍ବାଚନରେ ମେୟର ପଦବୀ ପାଇଁ ସେ ଅନ୍ୟତମ ଦାବିଦାର ବୋଲି ଚର୍ଚ୍ଚା  ହେଉଥିଲା। କିନ୍ତୁ ସେହି ଆସନ ସୁଲୋଚନା ଦାସ ଙ୍କୁ ଦିଆଯିବା ପରେ ମଧ୍ୟ ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦଳୀୟ ନିଷ୍ପତ୍ତିକୁ ସମ୍ମାନ ଦେଇଥିଲେ। ଆଜି ବିଜେଡି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ସୁଲତାଙ୍କ ନାଁ ଘୋଷଣା ହେବା ପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି। ସୁଲତାଙ୍କୁ ଏଭଳି ସରପ୍ରାଇଜ ମିଳିବା ପଛରେ ସୁଲତାଙ୍କ ଶୃଙ୍ଖଳିତ ଆଚରଣ ଓ ନିରନ୍ତର ଦଳୀୟ କାର୍ଯ୍ୟରେ ସମର୍ପଣ ବୋଲି ଚର୍ଚ୍ଚା ହେଉଛି। ସେ ଯାହା ବି ହେଉ ଜଣେ ସାଧାରଣ ପରିବାର ରୁ ବୋହୁ ହୋଇ ସରପଞ୍ଚ ରୁ ସଂସଦ ପର୍ଯ୍ୟନ୍ତ ପହଂଚି ପାରିବା କମ ପ୍ରଶଂସା ର କଥା ନୁହେଁ।