ଗଛରୁ ମିଳିଲା ଚଢେଇ ଆକୃତିର ଆମ୍ବ
Advertisement
Article Detail0/zeeodisha/odisha923911

ଗଛରୁ ମିଳିଲା ଚଢେଇ ଆକୃତିର ଆମ୍ବ

ଏହାର ଆକୃତି ଏପରି ଦୃଶ୍ୟମାନ ହେଉଛି ଯାହାକୁ ସହଜେ ଆମ୍ବ ବୋଲି ବିଶ୍ଵାସ କରି ହେବନାହିଁ। 

ଗଛରୁ ମିଳିଲା ଚଢେଇ ଆକୃତିର ଆମ୍ବ

ବୌଦ୍ଧ: ଅନେକ ଫଳମୂଳ, ପନିପରିବା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରଜାତିର ଅବିକଳ ନକଲ ପରି ଦେଖାଯାଇଥାନ୍ତି। ଯାହା ବେଳେ ବେଳେ ଚର୍ଚ୍ଚାର ବିଷୟ ପାଲଟିଥାଏ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଙ୍କଲା ଗ୍ରାମର  ଆମ୍ବ ବଗିଚାରେ ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି।

ଶନିବାର ଏହି ଗ୍ରାମର ସୁଶାନ୍ତ ବେହେରା ନାମକ ଜଣେ ବ୍ୟକ୍ତି ନିଜ ବଗିଚାରୁ ଆମ୍ବ ତୋଳୁଥିବା ସମୟରେ ଏକ ବିରଳ ପ୍ରଜାତିର ଆମ୍ବ ଦେଖିବାକୁ ପାଇଥିଲେ। ଏହାର ଆକୃତି ଏପରି ଦୃଶ୍ୟମାନ ହେଉଛି ଯାହାକୁ ସହଜେ ଆମ୍ବ ବୋଲି ବିଶ୍ଵାସ କରି ହେବନାହିଁ। ଯଦିଓ ଏହା ଏକ ଆମ୍ବ ହେଲେ ଏହାର ଏକ ପକ୍ଷୀ ଭଳି ଦେଖାଯାଉଛି। ଏହାକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ବଢୁଛି। ଏପରି ଅଦ୍ଭୂତ ଆମ୍ବର ଓଜନ ୨୫୦ ଗ୍ରାମ ଥିବାବେଳେ ଏହାର ଫଟୋ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେବାରେ ଲାଗିଛି।