ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ; ୩ ଗୁରୁତର
Advertisement
Article Detail0/zeeodisha/odisha1191261

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ; ୩ ଗୁରୁତର

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳରେ ୩ ଜଣ ଗୁରୁତର ହୋଇଛନ୍ତି। 

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ; ୩ ଗୁରୁତର

ବୌଦ୍ଧ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳରେ ୩ ଜଣ ଗୁରୁତର ହୋଇଛନ୍ତି। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପଲସଗୋରା ପେଟ୍ରୋଲ ପମ୍ପ ନିକଟରେ ଘଟିଯାଇଛି ଏଭଳି ଘଟଣ। ଶୁକ୍ରବାର ସଧ୍ୟାରେ କଣ୍ଟାମାଳ ଥାନା ଡୁମାଲପାଲି ଗ୍ରାମର ରଙ୍କ ମାଝୀ ଏବଂ ପୂର୍ଣ୍ଣଚନ୍ଦ୍ର ବଘାର ପଲସାଗୋରାରୁ ଏକ ବାହାଘରରେ ଯୋଗଦେଇ ଏକ ବାଇକ ଯୋଗେ ଘରକୁ ଫେରୁଥିଲେ। ହେଲେ ପଲସାଗୋରା ପେଟ୍ରୋଲ ପମ୍ପ ନିକଟରେ ରୁଣ୍ଡିମହୁଲ ଗ୍ରାମର ପ୍ରଦୀପ ବାରିକ ଏବଂ ତାଙ୍କ ପୁଅ ଏବଂ ଅନ୍ୟଜଣେ ସେମାନଙ୍କୁ ଅଟକାଇଥିଲେ। 

ପ୍ରଥମେ ଗାଳିଗୁଲଜ ଏବଂ ଭୁଜାଲି, ଛଡ ଏବଂ ବାଡିରେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଅକ୍ରମଣରେ ଉଭୟ ରଙ୍କ ଓ ପୂର୍ଣ୍ଣଚନ୍ଦ୍ର ଗୁରୁତର ଆହତ ହୋଇଥିଲେ। ଉଭୟ ଗୁରୁତରଙ୍କୁ ଉଦ୍ଧାର କରାଯାଇ ମନମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ପ୍ରତି ଆକ୍ରମଣରେ ପ୍ରଦୀପ ମଧ୍ୟ ଆହତ ହୋଇଥିବା ଜଣାପଡିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଗଣ୍ଡଗୋଳ ହୋଇଥିବାବେଳେ ଉଭୟ ପକ୍ଷରୁ ମନମୁଣ୍ଡା ଥାନାରେ ମାମଲା ଦାଏର କରାଯାଇଛି।