Elephant Attack: ପେଟ ପୋଷିବାକୁ ଆସିଥିଲେ, ସନ୍ତାନ ଶୂନ୍ୟ ହୋଇଗଲେ ଦମ୍ପତି
Advertisement

Elephant Attack: ପେଟ ପୋଷିବାକୁ ଆସିଥିଲେ, ସନ୍ତାନ ଶୂନ୍ୟ ହୋଇଗଲେ ଦମ୍ପତି

ହେରାବାଇ ଓ ଉମେଶ ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକର ଭଉଁରା ଗାଁରେ ଇଟାଭାଟିରେ କାମ କରିବାକୁ ଛତିଶଗଡ଼ରୁ ଆସିଥିଲେ। ହାତୀ ଆକ୍ରମଣରେ ହେରାବାଇ ଓ ଉମେଶ ଗୁରୁତର ଆହତ ହୋଇଛନ୍ତି। 

Elephant Attack: ପେଟ ପୋଷିବାକୁ ଆସିଥିଲେ, ସନ୍ତାନ ଶୂନ୍ୟ ହୋଇଗଲେ ଦମ୍ପତି

Elephant Attack: ଝାରସୁଗୁଡ଼ା (ମୁକେଶ ପ୍ରଧାନ): ଜିଲ୍ଲାର କିର୍ମିରା (Kirmira Block) ବ୍ଲକରେ ଏକ ଅଭାବନୀୟ ଘଟଣା କ୍ରମେ ସନ୍ତାନଶୂନ୍ୟ ହୋଇ ପଡ଼ିଛନ୍ତି ଏକ ଦମ୍ପତି। ସୁଦୂର ଛତିଶଗଡ଼ରୁ (Chhattisgarh) ପେଟ ପୋଷିବାକୁ ଆସିଥିଲେ ଏହି ଦମ୍ପତି। ତେବେ ରାତିରେ ହାତୀ ଉପଦ୍ରବରେ ଦୁଇ ସନ୍ତାନକୁ ହରାଇଛନ୍ତି ଏହି ଦାଦନ ଦମ୍ପତି। ମିଳିଥିବା ସୂଚନା ଅନୁଯାୟୀ ଦୁଇ ମୃତକ ହେଲେ ଧନଞ୍ଜୟ ସତନମୀ ଓ ଅଭୟ ସତନମୀ। ଏମାନେ ଆହତ ହୋଇଥିବା ମା ହେରାବାଇ ସତନମୀ ଓ ଉମେଶ ରାମ ସତନମୀଙ୍କ ଦୁଇ ନାବାଳକ ପୁଅ। 

ହେରାବାଇ ଓ ଉମେଶ ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକର ଭଉଁରା ଗାଁରେ ଇଟାଭାଟିରେ କାମ କରିବାକୁ ଛତିଶଗଡ଼ରୁ ଆସିଥିଲେ। ହାତୀ ଆକ୍ରମଣରେ ହେରାବାଇ ଓ ଉମେଶ ଗୁରୁତର ଆହତ ହୋଇଛନ୍ତି। ହେରାବାଇ ଓ ଉମେଶ ଛତିଶଗଡ଼ ରାଜ୍ୟ ଶକ୍ତି ଅଞ୍ଚଳର ଏକ ପରିବାର ଇଟା ଭାଟିରେ କାମ କରିବାକୁ ଦୁଇଦିନ ତଳେ ଝାରସୁଗୁଡା ଜିଲ୍ଲା କିର୍ମିରା ଭଉଁରାକୁ ଆସିଥିଲେ। ସେମାନେ ଗତକାଲି ରାତିରେ ଇଟା ଭାଟି ନିକଟରେ ଏକ ପାଳ କୁଡ଼ିଆ କରି ଶୋଇଥିବାବେଳେ ଏକ ବଣୁଆ ହାତୀ ହଠାତ ପଶି ଆସି ତାଙ୍କ ପାଳ ଉପରେ ଆକ୍ରମଣ କରିଥିଲା।

ଫଳରେ ଘଟଣାସ୍ଥଳରେ ଉଭୟ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କୁ ରକ୍ଷା କରିବାକୁ ଯାଇ ମା' ବାପା' ମଧ୍ୟ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ହାତୀକୁ ଘଉଡ଼ାଇବା ସହ ସମସ୍ତଙ୍କୁ ଉଦ୍ଧାର କରି ବନ ବିଭାଗ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବାର ସୂଚନା ମିଳିଛି। ତେବେ ବାଗଡିହି ଅଞ୍ଚଳରେ ବର୍ତ୍ତମାନ ୭ଟି ହାତୀ ବୁଲୁଥିବାବେଳେ ଗତକାଲି ରାତିରେ ଦୁଇଟି ହାତୀ ଭଁଉରାକୁ ଆସିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି।

ଏହି ଅଞ୍ଚଳରେ ଏକ ଫରେଷ୍ଟରଙ୍କ ସହ ଦୁଇଟି ବନ ବିଭାଗର ଟିମ ନିୟୋଜିତ କରାଯାଇଛି ଏବଂ ହାତୀଙ୍କ ଗତି ବିଧି ଉପରେ ନିରନ୍ତର ନଜର ରଖାଯିବା ଲୋକଙ୍କୁ ମଧ୍ୟ ସଚେତନ କରାଯାଇଥିବା ଜିଲ୍ଲା ବନବିଭାଗ ଅଧିକାରୀ କହିଛନ୍ତି। ଅନ୍ୟପଟେ ହାତୀ ଆକ୍ରମଣରେ ମୃତ ଓ ଆହତଙ୍କୁ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣର ବ୍ୟବସ୍ଥା କରାଯିବବୋଲି ବନ ବିଭାଗ ଅଧିକାରୀ କହିଛନ୍ତି l

ତେବେ ଅର୍ଥ ଉପାର୍ଜନ ପାଇଁ ଛତିଶଗଡ଼ରୁ ଓଡିଶା ଆସିଥିବା ବେଳେ ଏଇଠି ନିଜର ସନ୍ତାନକୁ ହରାଇବା ବଡ଼ ଦୁଃଖ ଦାୟକ। କିନ୍ତୁ ପ୍ରଶାସନ ଏ ଦିଗରେ ଶୀଘ୍ର ଯଥା ସମ୍ଭବ କ୍ଷତିପୂରଣ ରାଶି ପ୍ରଦାନ କଲେ ଶୋକାନ୍ତକ ପରିବାରଙ୍କର ଆର୍ଥିକ ସହାୟତା ମିଳି ପାରନ୍ତା ।

ଅଧିକ ପଢନ୍ତୁ: Elon Muskଙ୍କ ନିଷ୍ପତ୍ତି ପରେ ଅନେକ ଭାରତୀୟ ବେରୋଜଗାର, ଅନେକଙ୍କ ଆଖିରେ ବିଷାଦର ଲୁହ

ଅଧିକ ପଢନ୍ତୁ: T20 World Cup: ଜାଣନ୍ତୁ ସେହି ୪ ଟି ସଂଯୋଗ, ଯାହା ଆଧାରରେ ଭାରତୀୟ ଫ୍ୟାନ୍ସ କହୁଛନ୍ତି- ଏଥର ବିଶ୍ୱକପ୍ ଆମର

ଅଧିକ ପଢନ୍ତୁ: Twitter ପରେ Facebookକୁ ଝଟକା! ଚାକିରି ଛାଡ଼ିବା ପରେ ଏହି ପଦକ୍ଷେପ ନେଲେ ଅଜିତ ମୋହନ