Jajpur News: ଲଜ୍ଜା! ବାପାକୁ ହତ୍ୟା କରି ମାଆକୁ ଦୁଷ୍କର୍ମ କଲା ପୁଅ
Advertisement

Jajpur News: ଲଜ୍ଜା! ବାପାକୁ ହତ୍ୟା କରି ମାଆକୁ ଦୁଷ୍କର୍ମ କଲା ପୁଅ

Jajpur News: ପୁଣି ଲଜ୍ଜା, ପୁଅ ଭୁଲିଗଲା ମାଆର ସ୍ନେହ ମମତା । ପବିତ୍ର ସମ୍ପର୍କର ସୀମା ପାର କଲା ପୁଅ। ମଦ ନିଶାରେ ଚୁର ହୋଇ ଭିଆଇଲା ଅଭାବନୀୟକାଣ୍ତ । ବାପାକୁ ହାଣି (Youth kills father) ମାକୁ କଲା ଦୁଷ୍କର୍ମ (rapes stepmother)। ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର (jajpur) ଟମକା ଥାନା ଅନ୍ତର୍ଗତ ଚମ୍ପାଝର ଗାଁରେ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Jajpur News: ପୁଣି ଲଜ୍ଜା, ପୁଅ ଭୁଲିଗଲା ମାଆର ସ୍ନେହ ମମତା । ପବିତ୍ର ସମ୍ପର୍କର ସୀମା ପାର କଲା ପୁଅ। ମଦ ନିଶାରେ ଚୁର ହୋଇ ଭିଆଇଲା ଅଭାବନୀୟକାଣ୍ତ । ବାପାକୁ ହାଣି (Youth kills father) ମାକୁ କଲା ଦୁଷ୍କର୍ମ (rapes stepmother)। ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର (jajpur)  ଟମକା ଥାନା ଅନ୍ତର୍ଗତ ଚମ୍ପାଝର ଗାଁରେ । ପାରିବାରିକ କଳହକୁ କେନ୍ଦ୍ର କରି ଏପରି ସାଂଘାତିକ ଘଟଣା ଘଟିଥିବା ଚର୍ଚ୍ଚା ହେଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ପରିସ୍ଥିତିରେ ଏଭଳି ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି ପୋଲିସ । 

କ'ଣ ଥିଲା ପୁରା ଘଟଣାକ୍ରମ?
ଯାଜପୁର ଜିଲ୍ଲାର (jajpur) ଟମକା ଥାନା ଅନ୍ତର୍ଗତ ଚମ୍ପାଝର ଗାଁରେ ରୁହନ୍ତି (Sadhai Hembram) ସଦାଇ ହେମ୍ବ୍ରମ୍ । ସଦାଇଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ଦ୍ବୀତିୟ ଥର ବିବାହ କରିଥିଲ। ସେବେଠାରୁ ଘରେ ଆରମ୍ଭ ହୋଇଥିଲା ଅଶାନ୍ତି । ଦ୍ବୀତିୟ ମାଆଙ୍କୁ ପସନ୍ଦ କରୁ ନଥିଲା ପୁଅ (Lugu Hembram) ଲୁଗୁ ହେମ୍ବ୍ରମ୍ । ଏପରିକି ଜମିଜମା ବିବାଦକୁ ନେଇ ମଧ୍ୟ ବାପ-ପୁଅଙ୍କ ମଧ୍ୟରେ ଅଧିକାଂଶ ସମୟରେ କଳି ଝଗଡା ହୁଏ । ଘର ଓ ଜମିରୁ ଭାଗ ନେବା ପାଇଁ ଅଧିକାଂଶ ସମୟରେ ଜିଦ୍ କରେ  କଳି ଝଗଡା କରେ ପୁଅ ଲୁଗୁ । ହେଲେ ଗତକାଲି ବିଳମ୍ବିତ ରାତିରେ(ସୋମବାର) ପୁଅ ଅତ୍ୟାଧିକ ମଦ୍ୟପାନ କରି ଘରକୁ ଫେରିବାରୁ ବାପା ଆକଟ କରିଥିଲେ । 

Also Read :  Shocking News: ବାପା ନା ସେ ନର୍କର କୀଟ, ନିଜ ଜନ୍ମକଲା ଝିଅକୁ ବର୍ଷେ ହେବ କରୁଥିଲା ଦୁଷ୍କର୍ମ

Also Read :  Naba Das Murder Case: 'ଗୋପାଳ ନୁହେଁ ପାଗଳ'

ଯାହାକୁ ନେଇ ଉଭୟଙ୍କ ମଧ୍ୟ ଆରମ୍ଭ ହୋଇଥିଲା ଝଗଡା । ଏହା ଏତେ ଉଗ୍ର ରୂପ ନେଇଥିଲା ଯେ, ଘରେ ଥିବା ଏକ ଟାଙ୍କିଆ ଆଣି ବାପାକୁ ହାଣି ଦେଇଥିଲା ପୁଅ । ପରେ ଘଟଣାସ୍ଥଳରେ ସଦାଏଙ୍କ ମୃତ୍ୟୁ ଘଟିଥିଲା । ନିଶାସକ୍ତ ଅବସ୍ଥାରେ ଚୁର ଥିବା ପୁଅ ଭୁଲି ଯାଇଥିଲା ନିଜର ହିତାହିତ ଜ୍ଞାନ । ଘରେ ଥିବା ସାବତ ମାଆ ସହ କରିଥିଲା ଦୁଷ୍କର୍ମ । ମହିଳା ଜଣକ ଚିକ୍କାର କରିବାକୁ ଧାଇଁ ଆସିଥିଲେ ଗାଁଲୋକେ । ପରେ ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ପଠାଇବା ସହ ଅଭିଯୁକ୍ତ ପୁଅ ଓ ସାବତ ମାଆକୁ ଡାକ୍ତରୀମାଇନା ପାଇଁ ସ୍ଥାନୀୟ ମେଡିକାଲକୁ ପଠାଇଛି । ଏବଂ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ସେହିପରି ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା । ନିଜ ଝିଅ ସହ ଦୁଷ୍କର୍ମ କରୁଥିଲା ବାପା।  ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ(mayurbhanj) । ଉଦଳା ଥାନା ଅଂଚଳରେ ଜଣେ ନାବାଳିକାକୁ ତାହାର ସାବତ ବାପା ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ନାବାଳିକା ଜଣକ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛି। ନାବାଳିକାର ସାବତ ବାପା ସତ୍ୟବାନ ନାଏକ ବାରମ୍ବାର ଘରେ ଆସି ନାବାଳିକା ଝିଅକୁ ଦୁଷ୍କର୍ମ କରୁଥିଲା। ଏଭଳି ଘଟଣାରେ ମାଆ ଚୁମକି ନାଏକ ବାରମ୍ବାର ସହଯୋଗ କରି ଆସୁଥିଲା। ଶେଷରେ ନାବାଳିକା ଜଣକ ଘରୁ ଲୁଚି ଆସି ଏ ନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ଅଭିଯୁକ୍ତ ସାବତ ବାପା ଏବଂ ମାଆକୁ ଗିରଫ କରି କୋର୍ଟଚାଲାଣ କରିଛି। ସାବତ ବାପା ନାବାଳିକା ଝିଅକୁ ଏକ ବର୍ଷ ହେବ ଦୁଷ୍କର୍ମ କରି ଆସୁଥିବା ବେଳେ ଏ ବାବଦରେ କାହାକୁ ଜଣାଇଲେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇ ଆସୁଥିଲା । ପୋଲିସ୍ ନାବାଳିକା ଝିଅକୁ ଉଦ୍ଧାର କରି ସୁଧାର ଗୃହକୁ ପଠାଇଛି। ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।