ଗୁପ୍ତଧନ ଲୋଭରେ ବାପାଙ୍କୁ ବଳି ଉଦ୍ୟମ; ପୋଲିସକୁ ଆକ୍ରମଣ, ପୁଅ ଓ ପୂଜକ ଗିରଫ
Advertisement
Article Detail0/zeeodisha/odisha1169277

ଗୁପ୍ତଧନ ଲୋଭରେ ବାପାଙ୍କୁ ବଳି ଉଦ୍ୟମ; ପୋଲିସକୁ ଆକ୍ରମଣ, ପୁଅ ଓ ପୂଜକ ଗିରଫ

ବେଲପଡା ଗାଁର ଲିଙ୍ଗରାଜ ଭୋଇ ନାମକ ଜଣେ ଯୁବକ ନିଜର ୭୦ ବର୍ଷୀୟ ବାପା ବଳଦେବ ଭୋଇଙ୍କୁ ବଳିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗୁପ୍ତଧନ ପାଇବା ମୋହରେ ଜଣେ ପୂଜକଙ୍କ ସହ ମିଶି ବଳଦେବଙ୍କୁ ବଳି ଦେବାକୁ ଲିଙ୍ଗରାଜ ଉଦ୍ୟମ କରିଥିଲା।

ପ୍ରତିକାତ୍ମକ ଫଟୋ

କଳାହାଣ୍ଡି: ସୀମା ଟପିଲା ବିକୃତ ମାନସିକତା ଓ ଅନ୍ଧବିଶ୍ୱାସ। ଲୋଭର ବଶବର୍ତ୍ତୀ ହୋଇ ନିଜ ବାପାକୁ ବଳି ଦେବା ଉଦ୍ୟମରେ ପୁଅ ଗିରଫ। ଏଭଳି ଏକ ଅଭାବନୀ ଘଟଣା କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ବେଳପଡା ଗାଁରେ ଘଟିଛି। ଶୁକ୍ରବାର ଅଭିଯୁକ୍ତ ପୁଅ ଓ କଥାକଥିତ ପୂଜକକୁ ପୋଲିସ ଗିରଫ କରିଛି। ଏହି ସମୟରେ ପୋଲିସ ଉପରେ ଆକ୍ରମଣ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି।

ବେଲପଡା ଗାଁର ଲିଙ୍ଗରାଜ ଭୋଇ ନାମକ ଜଣେ ଯୁବକ ନିଜର ୭୦ ବର୍ଷୀୟ ବାପା ବଳଦେବ ଭୋଇଙ୍କୁ ବଳିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗୁପ୍ତଧନ ପାଇବା ମୋହରେ ଜଣେ ପୂଜକଙ୍କ ସହ ମିଶି ବଳଦେବଙ୍କୁ ବଳି ଦେବାକୁ ଲିଙ୍ଗରାଜ ଉଦ୍ୟମ କରିଥିଲା। କୌଣସି ସୂତ୍ରରୁ ଖବର ପାଇ ପୋଲିସ ବଳଦେବଙ୍କୁ ଉଦ୍ଧାର କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ସମୟରେ ପୋଲିସ ଉପରକୁ ଲିଙ୍ଗରାଜ ଆକ୍ରମଣ ମଧ୍ୟ କରିଥିଲା।

Also Read: ଚନ୍ଦନିଆଁମୁଣ୍ଡା ନାବାଳକର ହାତ ଆଙ୍ଗୁଠି କଟା ମାମଲା: ଗୁଲଠୁକୁ ଛଅ ବର୍ଷ କାରାଦଣ୍ଡ, ମାଆ-ଭଉଣୀ ଓ ବଡ଼ ମାଆ ନିର୍ଦ୍ଦୋଷ

ସୂଚନା ମୁତାବକ, ଶୁକ୍ରବାର ସକାଳେ ଲିଙ୍ଗରାଜ ନିଜ ବୃଦ୍ଧ ବାପା ବଳଦେବଙ୍କୁ ଗାଧୋଇ ଦେଇଥିଲେ। ଏହା ପରେ ସେ ତାଙ୍କୁ ନୂଆ ବସ୍ତ୍ର ପିନ୍ଧାଇ, ବେକରେ ଫୁଲ ମାଳ ପକାଇ ଘର ଭିତରକୁ ନେଇଥିଲା। ଗ୍ରାମବାସୀ ଏହି ଦୃଶ୍ୟ ଦେଖି ସନ୍ଦେହ କରି କଲମପୁର ଫାଣ୍ଡିକୁ ସୂଚନା ଦେଇଥିଲେ। ଖବର ପାଇ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବଳଦେବଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଲିଙ୍ଗରାଜ ଟାଙ୍ଗିଆରେ ପୋଲିସକୁ ଆକ୍ରମଣ କରିଥିଲା। ଲିଙ୍ଗରାଜର ଟାଙ୍ଗିଆ ଚୋଟରେ ଜଣେ ଗ୍ରାମରକ୍ଷୀ ଆହତ ହୋଇଛନ୍ତି। 

ପରେ କଲମପୁର ପୋଲିସ ସହାୟତାରେ ବୃଦ୍ଧଙ୍କୁ ଉଦ୍ଧାର କରାଯିବା ସହ ଅଭିଯୁକ୍ତ ଲିଙ୍ଗରାଜକୁ କାବୁ କରାଯାଇଥିଲା। ଲିଙ୍ଗରାଜଙ୍କ ଘର ଭିତରୁ ଜୁନାଗଡ଼ ଥାନା ଅନ୍ତର୍ଗତ ରାଜପୁର ଗାଁର ପୂଜକ ଚିତ୍ରସେନ ରଣାଙ୍କୁ ମଧ୍ୟ ଗିରଫ କରାଯାଇଛି। ଚିତ୍ରସେନ ସେଠାରେ ପୁଜାପାଠ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉଭୟ ପୂଜକ ଚିତ୍ରସେନ ଓ ଲିଙ୍ଗରାଜକୁ ଗିରଫ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଆହତ ଗ୍ରାମରକ୍ଷୀ ଗଙ୍ଗାରାମଙ୍କୁ କଲମପୂର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି।