Aadesh Khamra: ଚଣ୍ଡାଶୋକରୁ ଧର୍ମାଶୋକ; ୩୪ ହତ୍ୟା କରିଥିବା ଅଭିଯୁକ୍ତର ବଦଳୁଛି ହୃଦୟ
Advertisement
Article Detail0/zeeodisha/odisha1347568

Aadesh Khamra: ଚଣ୍ଡାଶୋକରୁ ଧର୍ମାଶୋକ; ୩୪ ହତ୍ୟା କରିଥିବା ଅଭିଯୁକ୍ତର ବଦଳୁଛି ହୃଦୟ

Aadesh Khamra: ବଦଳିବାରେ ଲାଗିଛି ନରହନ୍ତାର ହୃଦୟ । ଦିନରେ  ନମ୍ର ସ୍ୱଭାବର ଜଣେ ସାଧାରଣ ଦରଜୀ ଯେ, ରାତିରେ ପାଲଟି ଯାଉଥିଲା ଭୟାନକ ହତ୍ୟାକାରୀ (Killer) । ହତ୍ୟାକାରୀ ଆଦେଶ ଖାମ୍ରା ୨୦୧୮ରେ ଗିରଫ ହେବାପରେ ଖୁଲାସା କରିଥିଲା ନିଜର ଅପରାଧ ସାମ୍ରାଜ୍ୟର ଗୁମର । ସମୟ ପରିବର୍ତ୍ତନ ଅନୁସାରେ ବଦଳୁଛି ତାର ହୃଦୟ (Heart) ଆଉ ଜେଲ (Jail)ର ଚାରିକାନ୍ଥ ଭିତରେ ପଢୁଛି ଧାର୍ମିକ ପୁସ୍ତିକା ।

ପ୍ରତୀକାତ୍ମକ

Aadesh Khamra: ଧିରେ ଧିରେ ଦେଖିବାକୁ ମିଳୁଛି ନରହନ୍ତାର ପରିବର୍ତ୍ତନ । ଦିନରେ ଛୁଞ୍ଚିରେ ସୂତା ପୂରାଇବା, କପଡ଼ା ସିଲେଇ କରିବା ଓ କପଡ଼ା କାଟିବା ଭଳି କାର୍ଯ୍ୟ କରି ସ୍ଥାନୀୟ ଲୋକମାନଙ୍କ ସହିତ ସୁସମ୍ପର୍କ ରଖିଥିବା ଆଦେଶ ଖାମ୍ରା(Aadesh Khamra)ରାତିରେ ବିଛଣାକୁ ଯିବା କ୍ଷଣି ସଂପୂର୍ଣ୍ଣ ବଦଳିଯାଉଥିଲା । ହାତରେ ଛୁଞ୍ଚି ବଦଳରେ ଧରୁଥିଲା ଛୁରି ଏବଂ ଓ ଅନ୍ୟ ହତିଆର । ଛୁଞ୍ଚିରେ ସୂତା ପୂରାଇବା ପରିବର୍ତ୍ତେ ହତିଆରକୁ ଶାଣିତ କରି ବାହାରିପଡ଼ୁଥିଲା ନିଜର ଶିକାର ସନ୍ଧାନରେ । ମଧ୍ୟପ୍ରଦେଶ(Madhya Pradesh), ଉତ୍ତରପ୍ରଦେଶ(Uttar Pradesh) ଏବଂ ଛତିଶଗଡ(Chhattisgarh) ସମେତ ଅନ୍ୟ କେତେକ ରାଜ୍ୟରେ ଏକ ଦଶନ୍ଧିରେ ୩୪ ହତ୍ୟାକାଣ୍ଡ ଘଟାଇଥିବା 'ସିରିଏଲ କିଲର'(serial killer) ଆଦେଶ ଖାମ୍ରା ବର୍ତ୍ତମାନ ଜେଲରେ ଧାର୍ମିକ ଏବଂ ପ୍ରେରଣାଦାୟକ ପୁସ୍ତକ ପଢ଼ୁଛି । ତାକୁ ୨୦୧୮ ରେ ଉତ୍ତରପ୍ରଦେଶର ସୁଲତାନପୁର ଅଞ୍ଚଳ(Sultanpur area)ରୁ ଭୋପାଳ ପୋଲିସ ଗିରଫ କରିଥିଲା ଏବଂ ସେ ନିଜ ଦୋଷ ସ୍ୱୀକାର କରିଥିଲା । ସେବେଠାରୁ ସେ ଭୋପାଳର ସେଣ୍ଟ୍ରାଲ ଜେଲରେ ସଜା କାଟୁଛି । ଭୋପାଳର ସେଣ୍ଟ୍ରାଲ ଜେଲର ଅଧିକାରୀଙ୍କ କହିବାନୁସାରେ, ହତ୍ୟାକାରୀ ଖାମ୍ରା  ଜେଲ ଭିତରେ ଧାର୍ମିକ ଗ୍ରନ୍ଥଗୁଡ଼ିକୁ ବାରମ୍ବାର ପଢ଼ୁଛି । ଆଦେଶ ଖାମ୍ରା ବିରୋଧରେ ୩୪ ଟି ହତ୍ୟା ମାମଲା ରୁଜୁ ହୋଇଛି ବୋଲି ପୋଲିସ ଦାବି କରିଛି। ୨୦୧୮ ରେ ଗିରଫ ହେବା ପରେ ସେ କରିଥିବା ଅଧିକାଂଶ ହତ୍ୟା ଟ୍ରକ ଡ୍ରାଇଭର ଏବଂ ଅପରେଟର ଥିବା ସ୍ୱୀକାର କରିଥିଲା ।

ଭୟଙ୍କର ଅପରାଧୀର ଆଚରଣରେ ପରିବର୍ତ୍ତନ...

ଜେଲରେ ତାଙ୍କ ଆଚରଣର ପରିବର୍ତ୍ତନ ବିଷୟରେ କଥାବାର୍ତ୍ତା କରି ଜେଲର ଜଣେ ବରିଷ୍ଠ ଅଧିକାରୀ ଗୋଟିଏ ନ୍ୟୁଜ୍ ସରବରାହ ସଂସ୍ଥାକୁ କହିଛନ୍ତି ଯେ ସେ ଶିକ୍ଷିତ। ସେ ଅଧିକାଂଶ ସମୟ ଜେଲରେ ଧାର୍ମିକ ଏବଂ ପ୍ରେରଣାଦାୟକ ପୁସ୍ତକ ପଢିଥାଏ । ତେବେ ସେ ଜଣେ ଭୟଙ୍କର ଅପରାଧୀ। ଜେଲ ଅଧିକାରୀ କହିଛନ୍ତି ଯେ ଖାମ୍ରା ଜେଲର ସମସ୍ତ ନିୟମକୁ ବିଶ୍ୱସ୍ତ ଭାବରେ ପାଳନ କରୁଛନ୍ତି। ଅଧିକାରୀ କହିଛନ୍ତି ଯେ ପ୍ରମାଣ ଅଭାବରୁ ସେ ନିକଟରେ ଏକ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ତେବେ ଅଭିଯୁକ୍ତ ସିରିଏଲ କିଲରର ପତ୍ନୀ ଏବଂ ପୁଅ ତାକୁ ବେଳେବେଳେ ଜେଲରେ ଦେଖା କରିବାକୁ ଆସୁଥିଲେ ।

୨୦୧୮ ରେ ଖାମ୍ରାକୁ ଗିରଫ କରାଯାଇଥିଲା...

ଏଥି ସହ ସହକାରୀ ପୋଲିସ କମିଶନର (କ୍ରାଇମ) ବିଟୁ ଶର୍ମା(Assistant Commissioner of Police (Crime) Bittu Sharma)କହିଛନ୍ତି ଯେ ଏକ ଦଶନ୍ଧି(34 murders in a decade) ମଧ୍ୟରେ ୩୪ ଟି ଟ୍ରକ ଡ୍ରାଇଭର ଏବଂ ଅପରେଟରଙ୍କ ହତ୍ୟା ମାମଲାରେ ପୋଲିସ ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାର ମାଣ୍ଡିଦୀପ ନିବାସୀ ଆଦେଶ ଖାମ୍ରାକୁ ଗିରଫ କରିଥିଲା । ସହକାରୀ ପୋଲିସ କମିଶନର ବିଟୁ ଶର୍ମା କହିଛନ୍ତି ଯେ ତାକୁ ଗିରଫ କରିବା ଏତେ ସହଜ କାମ ନଥିଲା । ୨୦୧୮ ମସିହାରେ, ଭୋପାଳ ଉପକଣ୍ଠରେ ଥିବା ବିଲଖରିଆରେ ଟ୍ରକ ଡ୍ରାଇଭରକୁ ହତ୍ୟା କରିବା ସହ ଗାଡି ଚୋରି ଅଭିଯୋଗରେ ଖାମ୍ରା ଗ୍ୟାଙ୍ଗର ଜଣେ ସହଯୋଗୀକୁ ଗିରଫ କରାଯାଇଥିଲା। ତେବେ ସୂଚନା ପାଇବା ପରେ ଏହି ମାମଲାରେ ଖାମ୍ରା ସମେତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ବେଶ୍‌ ନମ୍ର ସ୍ୱଭାବର ବ୍ୟକ୍ତି ଥିଲା ନରହନ୍ତା ଆଦେଶ ଖାମ୍ରା । କାହା ସହିତ ଝଗଡ଼ା ଝାଣ୍ଟି କରୁନଥିଲା କି କାହାକୁ ମାର୍‌ଧର କରୁନଥିଲା। ଭୋପାଳରେ ଏକ ଛୋଟ ଟେଲର ଦୋକାନ କରି ଲୋକଙ୍କ ଚିରାଫଟା ପୋଷାକ ସିଲେଇ କରୁଥିଲା। କିନ୍ତୁ ଆଜି କେବଳ ଭୋପାଳ କାହିଁକି, ସାରା ଦେଶ ତାର କର୍ମକୁ ନେଇ ଚକିତ। ଦିନରେ ଲୋକଙ୍କ କପଡ଼ା ସିଲେଇ କରୁଥିବା ଏହି ବ୍ୟକ୍ତି ଜଣକ ରାତିରେ ସଇତାନ ସାଜି ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରୁଥିଲା । ଗୋଟିଏ କି ଦୁଇଟି ନୁହେଁ, ୮ ବର୍ଷ ମଧ୍ୟରେ ୩୪ ଜଣଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଥିଲା । ଦିନରେ ଯେତିକି ନମ୍ର ଜଣାପଡୁଥିଲା ରାତିରେ ତାହାର ଢେର ଗୁଣ ଅଧିକ ହିଂସ୍ର ପାଲଟି ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟାଇ ଚାଲିଥିଲା ସୈତାନ ଖାମ୍ରା । ତେବେ ପୁଲିସକୁ ଏହାର କାଣିଚାଏ ସୁରାକ୍ ବି ମିଳିନଥିଲା । ଭୋପାଳର ଏହି ଚର୍ଚ୍ଚିତ ହତ୍ୟାକାରୀ ହେଉଛି ଆଦେଶ ଖାମ୍‌ରା। ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଏବଂ ବିହାରରେ  ଜଣକ ପରେ ଜଣକୁ ହତ୍ୟା କରିଥିଲା ଖାମ୍ରା । ହତ୍ୟାର ଶିକାର ହୋଇଥିବା ଲୋକଙ୍କ ମଧ୍ୟରେ କେବଳ ଟ୍ରକ୍‌ ଡ୍ରାଇଭର ଏବଂ ସେମାନଙ୍କ ହେଲ୍‌ପର ଥିଲେ । ପ୍ରଥମେ ସେ ଡ୍ରାଇଭର୍‌ଙ୍କୁ ମଦ ପିଆଇ ନିଶାସକ୍ତ କରିବାପରେ ଧାରୁଆ ଛୁରି ସାହାହ୍ୟରେ ସେମାନଙ୍କୁ ହତ୍ୟା କରୁଥିଲା। ଏମିତି କି ବିଷପାନ କରାଇ ଏବଂ ଦଉଡ଼ି ସାହାଯ୍ୟରେ ତଣ୍ଟି ଚିପି ମଧ୍ୟ ସେ ହତ୍ୟା କରିଥିବା ସ୍ୱୀକାର କରିଛି । ଡ୍ରାଇଭର ଓ ହେଲ୍‌ପରଙ୍କୁ ଟାର୍ଗେଟ୍‌ କରି ସେମାନଙ୍କୁ ହତ୍ୟା କରିବାର କାରଣ ସଂପର୍କରେ ଖାମ୍‌ରା ଯେଉଁ ବୟାନ ଦେଇଛି, ତାହା ମଧ୍ୟ ବିସ୍ମୟ କଲାଭଳି। ଏ ନେଇ ଖାମ୍ରା କହିଛି ଯେ ଟ୍ରକ୍‌ ଡ୍ରାଇଭର ଓ ହେଲ୍‌ପରମାନେ ଅତ୍ୟନ୍ତ ଦୟନୀୟ ଭାବେ ବଂଚନ୍ତି। ଏଭଳି ବଂଚିବା ଅପେକ୍ଷା ମରିଯିବା ଭଲ। ତେଣୁ ସେମାନଙ୍କୁ ମୋକ୍ଷ ଦେବା ପାଇଁ ସେ ଏଭଳି କରୁଥିଲା । ଯାହାଦ୍ୱାରା ସେମାନେ ଜୀବନ ଯନ୍ତ୍ରଣାରୁ ମୁକ୍ତି ପାଉଥିଲେ ,ଯାହାକି ଖାମ୍ରାର ସହଯୋଗୀ ଜୟକରନ୍‌ ମଧ୍ୟ ଅନୁରୂପ ବୟାନ ଦେଇଥିଲା ।

ତେବେ ରାତିରେ ସେ ଡ୍ରାଇଭର ଓ ହେଲ୍‌ପରଙ୍କୁ ହତ୍ୟା କରୁଥିବା ବେଳେ ତା’ର ସହଯୋଗୀମାନେ ଲୁଟ୍‌ପାଟ କରୁଥିଲେ। ହତ୍ୟା କରିବା ପରେ ମୃତଦେହକୁ ଅନ୍ୟ ଟ୍ରକ୍‌ ଡାଲାରେ ଫିଙ୍ଗିଦେଉଥିଲେ କାରଣ  ମୃତଦେହ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହୋଇଯାଉଥିଲା । ଯାହାଫଳରେ ପୁଲିସକୁ କୌଣସି ସୁରାକ୍‌ ମିଳୁନଥିଲା । ଖାମ୍ରା ସଂପର୍କରେ ଏଭଳି ଲୋମଟାଙ୍କୁରା ଘଟଣା ଶୁଣିବା ପରେ ତା’ର ଘର ଲୋକ, ସାହିପଡ଼ିଶା ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏତେ ଭୟଙ୍କର ଲୋକ ସହିତ ସେମାନେ କିଭଳି ରହୁଥିଲେ ବୋଲି ସେମାନେ ବିସ୍ମୟ ପ୍ରକାଶ କରିଥିଲେ । ଖାମ୍‌ରା ତା’ ଜୀବନରେ ଯେଉଁସବୁ ହତ୍ୟା କରିଥିଲା, କେବେ କେଉଁଠି ଏବଂ କେମିତି ସେ ହତ୍ୟା କଲା, ହତ୍ୟା ପରେ ମୃତଦେହକୁ କିଭଳି ଲୁଚାଇଥିଲା ସେ ନେଇ ସମସ୍ତ ଘଟଣା ତା’ର ମନେଥିବା ପୋଲିସ ପାଖରେ ସ୍ୱୀକାର କରିଥିଲା ।