Rewari Honey Trap Case: ପ୍ରଥମେ ପ୍ରେମ ଜାଲରେ ଛାତ୍ରଙ୍କୁ ଫସାଇଲା, ରୁମକୁ ଡାକି କଲା ନିବସ୍ତ୍ର, ତା’ପରେ ଲୁଟିଲେ...
Advertisement

Rewari Honey Trap Case: ପ୍ରଥମେ ପ୍ରେମ ଜାଲରେ ଛାତ୍ରଙ୍କୁ ଫସାଇଲା, ରୁମକୁ ଡାକି କଲା ନିବସ୍ତ୍ର, ତା’ପରେ ଲୁଟିଲେ...

Rewari Honey Trap Case: ବିଗତ ଦିନରେ ଗୁଜୁରାଟରେ ଏପରି ଏକ ମାମଲା ଦେଖିବାକୁ ମିଳିଥିଲା । ଯେଉଁଠି ଜଣେ ମହିଳା ଅହମଦାବାଦର ଜଣେ ବ୍ୟବସାୟୀଙ୍କୁ ହନିଟ୍ରାପର ଜାଲରେ ଫସାଇ କୋଟି କୋଟି ଟଙ୍କା ଲୁଟିଥିଲା । ବର୍ତ୍ତମାନ ଏପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ହରିୟାଣା ର ରେୱାରୀରେ ଘଟିଛି ।

Rewari Honey Trap Case: ପ୍ରଥମେ ପ୍ରେମ ଜାଲରେ ଛାତ୍ରଙ୍କୁ ଫସାଇଲା, ରୁମକୁ ଡାକି କଲା ନିବସ୍ତ୍ର, ତା’ପରେ ଲୁଟିଲେ...

Rewari Honey Trap Case: ବିଗତ କିଛି ସମୟ ଧରି ଆମ ଦେଶରେ ହନିଟ୍ରାପର ମାମଲା (Honey Trap Case) ଲଗାତର ବଢ଼ିଚାଲିଛି । ବିଗତ ଦିନରେ ଗୁଜୁରାଟରେ ଏପରି ଏକ ମାମଲା ଦେଖିବାକୁ ମିଳିଥିଲା । ଯେଉଁଠି ଜଣେ ମହିଳା ଅହମଦାବାଦର ଜଣେ ବ୍ୟବସାୟୀଙ୍କୁ ହନିଟ୍ରାପର ଜାଲରେ ଫସାଇ କୋଟି କୋଟି ଟଙ୍କା ଲୁଟିଥିଲା । ବର୍ତ୍ତମାନ ଏପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ହରିୟାଣା (Haryana) ର ରେୱାରୀ (Rewari) ରେ ଘଟିଛି । ଏଠାରେ ଜଣେ ମହିଳା ଛାତ୍ରଙ୍କୁ ହନିଟ୍ରାପରେ ଫସାଇ ତାଙ୍କ ଠାରୁ ୧.୭୯ ଲକ୍ଷ ଟଙ୍କା ଲୁଟିଛି । ମହିଳା ଜଣକ କିଛି କାମର ବାହାନା କରି ପ୍ରଥମେ ଛାତ୍ରଙ୍କୁ ନିଜ ଘରକୁ ଡାକିଥିଲେ । ଛାତ୍ର ଜଣଙ୍କ ମହିଳାଙ୍କ ଡାକିବାରେ ରୁମକୁ ଯାଇଥିଲେ । ଛାତ୍ର ରୁମରେ ପହଞ୍ଚିବା ମାତ୍ରେ ମହିଳା ଜଣକ ତାଙ୍କୁ ନିବସ୍ତ୍ର କରିଦେଇଥିଲା । ଯୋଜନା ମୁତାବକ ମହିଳା ଜଣକ ଘଟଣାସ୍ଥଳରେ ଆହୁରି ୩ ଜଣ ସାଙ୍ଗଙ୍କୁ ଡାକିଥିଲେ ।

ମହିଳାଙ୍କ ସମେତ ତିନି ଅଭିଯୁକ୍ତ ଛାତ୍ରଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଥିଲେ । ମହେନ୍ଦ୍ରଗଡର ଜଣେ ଯୁବକ ରେୱାରୀର ଏକ ସେଣ୍ଟାରରେ କୋଚିଂ ନିଅନ୍ତି । ଏଠାରେ ଏହି ଛାତ୍ର ଜଣକ ହ୍ୱାଟସ୍ ଆପରେ ଜଣେ ମହିଳାଙ୍କ ସହ ବନ୍ଧୁତା କରିଥିଲେ । ପ୍ରେମ ବାହାନା କରି ମହିଳା ଜଣକ ତାଙ୍କୁ ରୁମକୁ ଡାକିଥିଲେ । ସେ ରୁମରେ ପହଞ୍ଚିବା ମାତ୍ରେ ମହିଳା ଜଣକ ତାଙ୍କୁ ନିବସ୍ତ୍ର କରିଥିଲା ଓ ପରେ ଯୁବକଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରି ବ୍ଲାକମେଲ କରିଥିଲେ । ସେଠାରେ ଏହି ମହିଳା ଜଣକଙ୍କ ଆହୁରି ୩ ଜଣ ସାଥୀ ଲୁଚି ରହିଥିଲା । 

ଅଧିକ ପଢ଼ନ୍ତୁ:-ଦୁନିଆକୁ ପ୍ରଥମେ କୁକୁଡ଼ା ଆସିଲା ନା ଅଣ୍ଡା? ପ୍ରମାଣ ସହ ମିଳିଯାଇଛି ସଠିକ୍ ଜବାବ

ଅଧିକ ପଢ଼ନ୍ତୁ:-ସାଥୀ ଖେଳାଳିଙ୍କ ଗର୍ଲଫ୍ରେଣ୍ଡ ସହ ମର୍ଯ୍ୟାଦାର ସମସ୍ତ ସୀମା ଲଙ୍ଘିଲେ ବାବର ଆଜମ, ଅଶ୍ଳୀଳ MMS ଭାଇରାଲ

ଅଧିକ ପଢ଼ନ୍ତୁ:-ବିରାଟ କୋହଲିଙ୍କ ପାଇଁ ୧୫ ଜାନୁଆରୀ ହେଉଛି ଖାସ୍, ଶ୍ରୀଲଙ୍କା ଏ ବିଷୟରେ ଜାଣିଥାନ୍ତେ ତ ମ୍ୟାଚର ତାରିଖ ବଦଳାଇଥାନ୍ତା!

ଏହି ଚାରି ଅଭିଯୁକ୍ତ ଯୁବକଙ୍କୁ ପୋଲିସରେ ମାମଲା ରୁଜୁ କରିବା ଓ ବଦନାମ କରିବାର ଧମକ ଦେଇଥିଲେ । ଏହାସହ ଆକାଉଣ୍ଟକୁ ଅନଲାଇନରେ ୧.୭୯ ଲକ୍ଷ ଟଙ୍କା ମଧ୍ୟ ଟ୍ରାନ୍ସଫର କରାଇ ନେଇଥିଲା । ଏ ବିଷୟରେ କହିବାକୁ କହିଲେ ତାଙ୍କୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଏହା ପରେ ଯୁବକ ଜଣକ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ମହିଳା ଓ ତାଙ୍କ ତିନି ସହଯୋଗୀଙ୍କୁ ଗିରଫ କରି ଜେଲକୁ ପଠାଇ ଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ, ଯୁବକଙ୍କୁ ଜାଣିଥିବା ବ୍ୟକ୍ତି ଶତ୍ରୁତା ହେତୁ ମହିଳାଙ୍କୁ ତାଙ୍କ ନମ୍ବର ଦେଇଥିଲା ଓ ଏହି ଷଡଯନ୍ତ୍ର ରଚାଯାଇଥିଲା ।