Crime News: ନୃଶଂସ ମାଆ! ପ୍ରେମିକ ସହାୟତାରେ ଦୁଇ ଛୁଆଙ୍କୁ ହତ୍ୟା କରି କେନାଲରେ ଫିଙ୍ଗିଲା
Advertisement

Crime News: ନୃଶଂସ ମାଆ! ପ୍ରେମିକ ସହାୟତାରେ ଦୁଇ ଛୁଆଙ୍କୁ ହତ୍ୟା କରି କେନାଲରେ ଫିଙ୍ଗିଲା

Crime News:  ଉତ୍ତରପ୍ରଦେଶ ମିରଟରେ ଏକ ଛାତି ଥରାଇବା ଭଳି ଘଟଣା ସାମ୍ନାକୁ ଆସିଛି । ପ୍ରେମିକ ସହାୟତାରେ ନିଜର ଦୁଇ ଛୁଆଙ୍କୁ ହତ୍ୟା କରିଛି ମାଆ । ମୃତ ପୁଅର ବୟସ ୧୦ ବର୍ଷ ହୋଇଥିବା ବେଳେ ଝିଅର ବୟସ ୬ ବର୍ଷ ଅଟେ ।

ସୌ(ସୋସିଆଲ ମିଡିଆ)

Crime News:  ମାଆ ଶଦ୍ଦଟି କେତେ ମଧୁର । ଏ ଦୁନିଆରେ ମାଆ ଠାରୁ ବଡ଼ ଆଉ କେହି ନାହିଁ । ୧୦ ମାସ ଗର୍ଭରେ ଧରି ପିଲାକୁ ଜନ୍ମ ଦେଇଥାଏ ମମତାମୟୀ ମାଆ । ମାଆ ଡ଼ାକ ଯେତିକି ମଧୁର ସେତିକି ସୁନ୍ଦର ବି । କିନ୍ତୁ ନିକଟରେ ଏକ ଏମିତି ଘଟଣା ସାମ୍ନାକୁ ଆସିଛି ଯେଉଁଠି ମାଆ ନାଁରେ ଏଠି କଳଙ୍କ ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶ ମିରଟରେ ଏକ ଛାତି ଥରାଇବା ଭଳି ଘଟଣା ସାମ୍ନାକୁ ଆସିଛି । ପ୍ରେମିକ ସହାୟତାରେ ନିଜର ଦୁଇ ଛୁଆଙ୍କୁ ହତ୍ୟା କରିଛି ମାଆ । ମୃତ ପୁଅର ବୟସ ୧୦ ବର୍ଷ ହୋଇଥିବା ବେଳେ ଝିଅର ବୟସ ୬ ବର୍ଷ ଅଟେ ।

ସୂଚନା ଅନୁଯାୟୀ, ମାର୍ଚ୍ଚ ୨୨ ତାରିଖରେ ଏହି ଘଟଣାଟି ଘଟିଥିଲା । ପିଲାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଏକ ନାଳରେ ଫିଙ୍ଗି ଦେଇଥିଲେ ମହିଳା । ତେବେ ଏହି ହତ୍ୟାକାଣ୍ତରେ ମହିଳାଙ୍କର କିଛି ପଡ଼ୋଶୀ ସାମିଲ ଥିବା କହିଛି ପୋଲିସ । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କୁ ଗିରଫ କରାଯାଇଛି । କିନ୍ତୁ ଏଯାତ୍ ମୃତ ଦୁଇ ପିଲାଙ୍କ ମୃତଦେହ ଉଦ୍ଧାର କରାଯାଇପାରିନାହିଁ । ମାର୍ଚ୍ଚ ୨୨ ତାରିଖ ଦିନ ଦୁଇ ଭାଇ ଭଉଣୀ ହତ୍ୟା କରି ନିଜ ମାଆ ତାର ପ୍ରେମିକ ଓ କିଛି ପଡ଼ୋଶୀଙ୍କ ସହାୟତାରେ ମୃତଦେହକୁ କେନାଲକୁ ଫିଙ୍ଗି ଦେଇଥିଲା । ପିଲା ନିଖୋଜ ରହିଥିବା ପରେ ଏନେଇ ଏକ ମାମଲା ରୁଜୁ କରାଯାଇଥିଲା । ତଦନ୍ତ ବେଳେ ନିଜ ମାଆ ଉଭୟ ପିଲାକୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଥିଲା । ଏହି ହତ୍ୟାକାଣ୍ଡରେ ୩ ଜଣ ମହିଳା ଓ ତିନି ପୁରୁଷ ସମ୍ପୃକ୍ତ ଥିବା ସୂଚନା ରହିଛି। ଝିଅକୁ ନିଜ ଘରେ ଓ ପୁଅକୁ ପଡ଼ୋଶୀ ଘରେ ହତ୍ୟା କରାଯାଇଥିବା ପୋଲିସ କହିଛି । ଏଯାବତ୍ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇପାରି ନାହିଁ। ତେବେ ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଏହି ଜଘନ୍ୟ ହତ୍ୟାକାଣ୍ତ ପଛରେ କ’ଣ କାରଣ ଥିଲେ ଏନେଇ ଖୋଲତାଡ଼ କରୁଛି ପୋଲିସ ।

ପ୍ରକାଶ ଥାଉକି, ଗତବର୍ଷ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା । ଅନୈତିକ ସଂପର୍କ ଲୁଚାଇବାକୁ ଯାଇ ନିଜର ୫ ଦିନର ନବଜାତ ଶିଶୁକୁ ହତ୍ୟା କରିଥିଲା ଜନ୍ମ କଲା ମାଆ । ନୟାଗଡ଼ ଜିଲ୍ଲା ବେଗୁନିଆ ପାଟଣା ଗାଁରୁ  ଏଭଳି ଘଟଣା ସାମ୍ନାକୁ ଆସିଥିଲା । ସୂଚନା ଅନୁଯାୟୀ,ଏହି ଗାଁର ବିଧବା ମହିଳାଙ୍କର ଏକ ପୁରୁଷ ସହ ସଂପର୍କ ଥିଲା । ଫଳରେ ସେ ଗର୍ଭବତୀ ହୋଇଥିଲେ । ଏହାକୁ ଲୁଚାଇବାକୁ ଯାଇ ସେ ଅନ୍ୟ ଏକ ଗାଁରେ ଆସି ରହୁଥିଲେ । ଏଠାରେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଏହି ଅନୈତିକ ସଂପର୍କକୁ ଲୁଚାବାକୁ ଯାଇ ନିଜର ୫ ଦିନର ନବଜାତ ଶିଶୁକୁ ହତ୍ୟା କରିଥିଲା ଏହି ରାକ୍ଷସୀ ମାଆ ।

Also Read-Delhi Minor Gang Rape: ଦିଲ୍ଲୀରେ ଲଜ୍ଜା! ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ସ୍କୁଲ ପିଅନ ଗିରଫ