ପଞ୍ଜାବୀ ପର୍ଯ୍ୟଟକଙ୍କ ଜୋରଦାର ଗୁଣ୍ଡାଗର୍ଦ୍ଦି, ଦେଖନ୍ତୁ ଭିଡ଼ିଓ
Advertisement

ପଞ୍ଜାବୀ ପର୍ଯ୍ୟଟକଙ୍କ ଜୋରଦାର ଗୁଣ୍ଡାଗର୍ଦ୍ଦି, ଦେଖନ୍ତୁ ଭିଡ଼ିଓ

Punjabi tourist hooliganism: ନିକଟରେ ହିମାଚଳ ପ୍ରଦେଶର ସରକାରୀ ବସର କର୍ମଚାରୀଙ୍କୁ ଜଣେ ମହିଳା ଲାତ ଗୋଇଠା ମାରୁଥିବାର ଭିଡ଼ିଓ ଭାଇରାଲ ହୋଇଥିଲା। ପରେ ଉକ୍ତ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ପୋଲିସ। 

ପଞ୍ଜାବୀ ପର୍ଯ୍ୟଟକଙ୍କ ଜୋରଦାର ଗୁଣ୍ଡାଗର୍ଦ୍ଦି, ଦେଖନ୍ତୁ ଭିଡ଼ିଓ

Punjabi tourist hooliganism: ନୂଆଦିଲ୍ଲୀ: ମନାଲି (Manali) ପରେ ମଣିକର୍ଣ୍ଣରେ (Manikarna) ପଞ୍ଜାବୀ ପର୍ଯ୍ୟଟକଙ୍କ (Punjabi Tourist) ଗୁଣ୍ଡାଗର୍ଦ୍ଦି ସାମ୍ନାକୁ ଆସିଛି। କିଛି ପଞ୍ଜାବୀ ପର୍ଯ୍ୟଟକ (Punjabi Tourism) ହାତରେ ଢେଲା, ପଥର, ଠେଙ୍ଗା ଆଦି ଧରି ଆକ୍ରମଣ କରୁଥିବା ନେଇ ଦେଖିବାକୁ ମିଳିଛି। ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାରେ ସିଖମାନେ ଗୁଣ୍ଡାଗର୍ଦ୍ଦି କରୁଥିବା ଦେଖିବାକୁ ମିଳିଛି। ଧାର୍ମିକ ପର୍ଯ୍ୟଟନ ନଗରୀ ମଣିକର୍ଣ୍ଣରେ ଗତ ରାତିରେ ମଣିକର୍ଣ୍ଣରେ ପର୍ଯ୍ୟଟକଙ୍କ ଗୁଣ୍ଡାଗର୍ଦ୍ଦି ଦେଖିବାକୁ ମିଳିଛି। ପର୍ଯ୍ୟଟକମାନେ ହାତରେ ଖଣ୍ଡା, ଭୁଜାଲି, ପଥର, ଢେଲା ଆଦିରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଏହାର ଏକ ଭିଡ଼ିଓ ବେଶ ଭାଇରାଲ ହେବାରେ ଲାଗିଛି। 

ମିଳିଥିବା ସୂଚନା ମୁତାବକ ୧୨ରୁ ଅଧିକ ପଞ୍ଜାବୀ ପର୍ଯ୍ୟଟକ ମଣିକର୍ଣ୍ଣ ଗୁରୁଦ୍ୱାରା ପରିସର ଠାରୁ ଆରମ୍ଭ କରି ସେଠାରେ ଥିବା ଏକ ରାମମନ୍ଦିର ଦେଇ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଆତଙ୍କ ସୃଷ୍ଟି କରିଥିଲେ। କେବଳ ଏତିକି ନୁହେଁ, ରାସ୍ତାରେ ଯାହାକୁ ଦେଖୁଥିଲେ ତାଙ୍କୁ ମଧ୍ୟ ମାଡ ମାରୁଥିଲେ। ଫଳରେ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଚି ହୋଇଥିଲା। ତେବେ ଏନେଇ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ପଞ୍ଜାବରୁ ବାଇକ ଯୋଗେ ଏହି ପର୍ଯ୍ୟଟକମାନେ ମଣିକରନକୁ ଆସିଥିଲେ। 

ରବିବାର ରାତି ପ୍ରାୟ ୧୨ଟାରେ ଏହି ଗୁଣ୍ଡାଗର୍ଦ୍ଦି ଆରମ୍ଭ କରିଦେଇଥିଲେ ପଞ୍ଜାବୀ ପର୍ଯ୍ୟଟକ। ଏହି ଘଟଣା ଜାଣିବା ପରେ ପୋଲିସ ଏହି ପର୍ଯ୍ୟଟକମାନଙ୍କୁ ଖୋଜି ବାହାରି ଥିଲା। ତେବେ ସଦ୍ୟ ପ୍ରାପ୍ତ ସୂଚନା ମୁତାବକ ଉକ୍ତ ପର୍ଯ୍ୟଟକମାନଙ୍କ ମଧ୍ୟରୁ କାହାର ବି ଟେର ପାଇନଥିବା ନେଇ ସୂଚନା ରହିଛି। ତେବେ ଭାଇରାଲ ହୋଇଥିବା ଭିଡ଼ିଓରେ ୧୨ରୁ ଅଧିକ ପଞ୍ଜାବୀ ପର୍ଯ୍ୟଟକ ହାତରେ ଖଣ୍ଡା, ଠେଙ୍ଗା ଓ ପଥର ଆଦି ଧରି ଦୌଡ଼ୁଛନ୍ତି। ଏହି ସମୟରେ ଲୋକମାନଙ୍କ ଘରକୁ ପଥର ମାଡ଼ କରୁଥିବା ଦେଖିବାକୁ ମିଳିଛି। ଏହା ସହିତ ଭଙ୍ଗାରୁଜା କରୁଥିବା ମଧ୍ୟ ଦେଖିବାକୁ ମିଳିଛି। 

ଏଠାରେ କହି ରଖୁକି କୁଲ୍ଲୁରେ ଲଗାତାର ଭାବେ ପର୍ଯ୍ୟଟକମାନଙ୍କର ଗୁଣ୍ଡାଗର୍ଦ୍ଦି ସାମ୍ନାକୁ ଆସିବାରେ ଲାଗିଛି। ଏହା ଫଳରେ ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଚି। ଏଭଳି ସ୍ଥିତିରେ ରାତ୍ରୀକାଳୀନ ପାଟ୍ରୋଲିଂକୁ ବଢାଇବା ପାଇଁ ଦାବି ହେଉଛି। କେବଳ ଏତିକି ନୁହେଁ ଗ୍ରୀନ ଟ୍ୟାକ୍ସ କରିଡରରେ ମଧ୍ୟ ପର୍ଯ୍ୟଟକମାନଙ୍କ ଗୁଣ୍ଡାଗର୍ଦ୍ଦି ଦେଖିବାକୁ ମିଳିଥିଲା। ସେପଟେ ହିମାଚଳ ପ୍ରଦେଶର ଡିଜିପି ପଞ୍ଜାବର ଡିଜିପି ସହିତ ଆଲୋଚନା କରିଛନ୍ତି। ହିମାଚଳ ପ୍ରଦେଶର ଡିଜିପି ସଞ୍ଜୟ କୁଣ୍ଡୁ କହିଛନ୍ତି କି ମଣିକର୍ଣ୍ଣରେ ଘଟିଥିବା ଘଟଣାକୁ ନେଇ ହେଉଥିବା ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ଏଠାରେ ସମସ୍ତ ତୀର୍ଥଯାତ୍ରୀଙ୍କୁ ସ୍ୱାଗତ ରାଜ୍ୟ ସ୍ୱାଗତ କରୁଛି। ପଞ୍ଜାବ ଡିଜିପି ଗୌରବ ଯାଦବ ସ୍ପଷ୍ଟ କରିଛନ୍ତି ଯେ ମଣିକର୍ଣ୍ଣ ସାହିବରେ ଉପୁଜିଥିବା ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧିନ ରହିଛି। ରାଜ୍ୟବାସୀ ଶାନ୍ତି ବଜାୟ ରଖନ୍ତୁ ବୋଲି ସେ କହିଥିଲେ।