H1. ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ
ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ। ୧୮୮୬ ମସିହା ଆଜିର ଦିନରେ କର୍ମ ସ୍ଥାନରେ ଭଲ ପରିବେଶ ଏବଂ ୮ ଘଣ୍ଟା କାର୍ଯ୍ୟ ସମୟ ଦାବି କରି ହଜାର ହଜାର ଶ୍ରମିକ ଏହିଦିନ ଆମେରିକାରେ ବିଦ୍ରୋହ ପ୍ରଦର୍ଶନ କରିଥିଲେ। ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଥିଲା। କିନ୍ତୁ ୪ ତାରିଖ ଦିନ ଏକ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ଅନେକ ମୃତାହତ ହୋଇଥିଲେ। କିନ୍ତୁ ଶ୍ରମିକମାନେ ନିଜର ଏକତା ବଜାୟ ରଖିଥିଲେ। ସେହିଏକତାର ପରିଚୟ ହେଉଛି ଶ୍ରମିକ ଦିବସ। ଆମ ଅର୍ଥନୀତି, ସମାଜ ପ୍ରତି ବିଭିନ୍ନ ଶ୍ରେଣୀର ଶ୍ରମିକଙ୍କ ଅବଦାନକୁ ସ୍ବୀକାର କରିବା ତଥା ସେମାନଙ୍କ ଅଧିକାରକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି ଦିବସ ଉତ୍ସର୍ଗୀକୃତ। ଏହିଦିନଟିକୁ ଭାରତ ସମେତ ବିଭିନ୍ନ ଦେଶରେ ଛୁଟିଦିନ ଭାବେ ଘୋଷଣା କରାଯାଇଛି।
H2. ୬ରେ ଓଡ଼ିଶା ଆସିବେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତଥା ବିଜେପିର ପ୍ରମୁଖ ପ୍ରଭାବଶାଳୀ ନେତା ଓଡ଼ିଶାରେ ନିର୍ବାଚନ ପ୍ରଚାର ଲାଗି ଆସିବେ। ଆସନ୍ତା ୬ ତାରିଖରେ ସେ ପହଞ୍ଚିବେ। ନବରଙ୍ଗପୁର ଓ ବ୍ରହ୍ମପୁରରେ ସେ ପ୍ରଚାର କରିବେ । ଏଥିଲାଗି ରୋଡ୍ ଶୋ’ ଏବଂ ନିର୍ବାଚନ ପ୍ରଚାର ସଭା ଆୟୋଜନ ହେବ। ଏହା ମୋଦୀଙ୍କ ପ୍ରଥମ ନିର୍ବାଚନ ପ୍ରଚାର ହୋଇଥିବାରୁ ବିଜେପିର ଆଭିମୁଖ୍ୟ ଆହୁରି ତୀକ୍ଷ୍ଣ ହେବ ବୋଲି ଆଶା କରାଯାଇଛି।
H3. ପାଣ୍ଡିଆନଙ୍କ ବିରୋଧରେ ମାମଲା ରୁଜୁ
ନବରଙ୍ଗପୁର ପ୍ରଚାର ସଭାରେ ଗୃହମନ୍ତ୍ରୀଙ୍କ ଫେକ୍ ଭିଡିଓ ପ୍ରସାର ମାମଲାକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ସାଇବର ଥାନାରେ ଏତଲା ଦାଏର କରାଯାଇଛି। ଏହି ଫେକ୍ ଭିଡିଓ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝି ପ୍ରସାର କରିଛନ୍ତି କିନ୍ତୁ ବିଜେଡିର ଦ୍ୱିତୀୟ ସର୍ବୋଚ୍ଚ ନେତା ଭିକେ ପାଣ୍ଡିଆନ୍ଙ୍କ ନିର୍ଦ୍ଦେଶରେ ଏହାର ପ୍ରସାର ହୋଇଛି ବୋଲି କହିଛି ବିଜେପି। ଏଣୁ ତାହାଙ୍କୁ ଗିରଫ କରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରାଯାଇଛି।
H4. ୧୩ ନାମାଙ୍କନ ନାକଚ
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ୧୩ ଜଣ ଆଶାୟୀ ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ହୋଇଛି। ଏହାଦ୍ୱାରା ୨୮ ବିଧାନସଭା ଲାଗି ୨୪୩ ପ୍ରାର୍ଥୀ ଅବତୀର୍ଣ୍ଣ ହେବ। ଏମାନଙ୍କ ନାଁ ଓ ଚିହ୍ନକୁ ଇଭିଏମ୍ରେ ସୂଚୀତ କରାଯିବ। ପ୍ରାର୍ଥୀପତ୍ର ଯାଞ୍ଚ ପରେ ଏହା ସ୍ପଷ୍ଟ ହୋଇଛି।
H5. ବଦଳିବ ପାଣିପାଗର ମିଜାଜ
ଆସନ୍ତା ୭ ତାରିଖରେ ରାଜ୍ୟ ପାଣିପାଗରେ ବିରାଟ ପରିବର୍ତ୍ତନ ହେବ। ଦୀର୍ଘଦିନ ଧରି ଚାଲିଥିବା ଗ୍ରୀଷ୍ମ ପ୍ରବାହ ଥମିବ। ବର୍ଷା ହୋଇ ପରିବେଶ ଶୀତଳ ହେବ ବୋଲି ଆଶା କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଉ ଦୁଇଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ ରହିଛି। ୪୮ ଘଣ୍ଟା ପରେ ତାପମାତ୍ରାରେ ୨ଡିଗ୍ରୀ ପାଖାପାଖି ହ୍ରାସ ପାଇବ। କିନ୍ତୁ ଗ୍ରୀଷ୍ମ ପ୍ରବାହ ଜାରି ରହିବ।
H6. ବିଳମ୍ବରେ ଆସିବ ମାଟ୍ରିକ ପରୀକ୍ଷା ଫଳ
ବିଳମ୍ବିତ ହୋଇପାରେ ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶନ ତାରିଖ। ମୂଲ୍ୟା୍ରନ ସରିଥିଲେ ମଧ୍ୟ ଡିଜିଟାଲ୍ ପ୍ରମାଣପତ୍ର ତିଆରିରେ ବିଳମ୍ବ ହେବା କାରଣରୁ ଏପରି ହୋଇପାରେ। ପୂର୍ବରୁ ମେ’ ପ୍ରଥମ ସପ୍ତାହରେ ପରୀକ୍ଷାଫଳ ପ୍ରକାଶ ହେବା କଥା। କିନ୍ତୁ ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଡିଜିଟାଲ୍ ପ୍ରମାଣପତ୍ର ପ୍ରସ୍ତୁତି ଲାଗି ଆହୁରି ଏକ ସପ୍ତାହ ଅଧିକ ସମୟ ଲାଗିପାରେ।
H7. ୧୦ ମାଓବାଦୀ ସଫା
ଛତିଶଗଡ଼- ମହାରାଷ୍ଟ୍ର ଜିଲ୍ଲାର ନାରାୟଣପୁର ଅବୁଝମାଦଜଙ୍ଗଲରେ ଗୁଳି ବିନିମୟରେ ୧୦ ମାଓବାଦୀଙ୍କ ପ୍ରାଣହାନୀ ହୋଇଛି। ସେମାନଙ୍କ ମଧ୍ୟ ୩ ଜଣ ମହିଳା ରହିଛନ୍ତି। ଅପରେସନ ସ୍ତାନରେ ୪୭ ରାଇଫଲ ସମେତ ଅନେକ ବିସ୍ଫୋରକ ଜବତ କରାଯାଇଛି।
H8. ନାମାଙ୍କନ ଦାଖଲ କଲେ ନବୀନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରଥମେ ତାରାତାରିଣୀଙ୍କୁ ଦର୍ଶନ କରି ହେଲିକପ୍ଟର ଯୋଗେ ଛତ୍ରପୁର ପହଞ୍ଚିଥିଲେ। ସେଠାରୁ ସର୍କିଟ୍ ହାଉସରେ କିଛି ସମୟ ରହିବା ପରେ ନାମାଙ୍କ ନ ଦାଖଲ ପାଇ; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଏହି ସମୟରେ ରାସ୍ତା କଡ଼ରେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଅନେକ ଲୋକଙ୍କୁ ଦେଖିବାକୁ ମିଳିଥିଲା।
H9. ରାହୁଲ ଓ ପ୍ରିୟଙ୍କା ଅମଙ୍ଗ
ଉତ୍ତର ପ୍ରଦେଶର ଆମେଠି ଏବଂ ରାୟବରେଲିରୁ କିଏ ପ୍ରାର୍ଥୀ ହେବ? ଦୀର୍ଘଦିନ ଧରି ଏହି ଦୁଇ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପରିବାର ଅଧୀନରେ ରହି ଆସିଥିଲା। ହେଲେ ଉଭୟ ରାହୁଲ ଏବଂ ପ୍ରିୟଙ୍କା ଏନେଇ ଅମଙ୍ଗ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
H10. ସେନା ବାହିନୀ କବଳରୁ ମୁକୁଳିଲେ ବନ୍ଦୀ
ମଣିପୁରର ବିଷ୍ଣୁପୁରରେ ଏକ ବିଶାଳ ମହିଳା ବାହିନୀ ସେନା କବଳରୁ କିଛି ସଶସ୍ତ୍ର ଲୋକଙ୍କୁ ମୁକୁଳାଇବାରେ ସମର୍ଥ ହୋଇଛନ୍ତି। ସେମାନେ ସେନାକୁ ରୋକି କିଛି ସମୟ ପୂର୍ବରୁ ଗିରଫ ହୋଇଥିବା ଲୋକଙ୍କୁ ଛଡ଼ାଇ ନେଇଛନ୍ତି। ଦୁଇଟି ଗାଡ଼ିରେ ଯାଉଥିବା ଏହି ଅଧିବାସୀଙ୍କୁ ସେନାର କିଛି ଯବାନ ଗିରଫ କାବୁ କରିଥିଲେ।