Bengaluru: ରାସ୍ତାରେ ବୁଲୁଛି ସିରିଏଲ କିଲର! ମହିଳାଙ୍କୁ ହତ୍ୟା କରିବା ପରେ ଡ୍ରମରେ ଭର୍ତ୍ତି କରୁଛି ମୃତଦେହ
Advertisement

Bengaluru: ରାସ୍ତାରେ ବୁଲୁଛି ସିରିଏଲ କିଲର! ମହିଳାଙ୍କୁ ହତ୍ୟା କରିବା ପରେ ଡ୍ରମରେ ଭର୍ତ୍ତି କରୁଛି ମୃତଦେହ

Bengaluru Serial Killing: ଗତ ବର୍ଷ ଡିସେମ୍ବର ପର ଠାରୁ ବେଙ୍ଗାଲୁରୁ ସହରରେ ଏହା ହେଉଛି ତୃତୀୟ ଘଟଣା। କେତେବେଳେ ମହିଳାଙ୍କ ଶବ ପ୍ଲାଷ୍ଟିକ ଡ୍ରମ ଏବଂ ଆଉ କେତେବେଳେ ରେଳ ଷ୍ଟେସନ ଠାରେ ମିଳିଥିଲା। 

Bengaluru: ରାସ୍ତାରେ ବୁଲୁଛି ସିରିଏଲ କିଲର! ମହିଳାଙ୍କୁ ହତ୍ୟା କରିବା ପରେ ଡ୍ରମରେ ଭର୍ତ୍ତି କରୁଛି ମୃତଦେହ

Bengaluru Serial Killer: ଗତ ସୋମବାର ବେଙ୍ଗାଲୁରୁସ୍ଥିତ ରେଳ ଷ୍ଟେସନ ଠାରେ ପ୍ଲାଷ୍ଟିକ ଡ୍ରମ ମଧ୍ୟରେ ରହିଥିବା ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ଏହି ଘଟଣାକୁ ନେଇ ସହରରେ ଖେଳିଯାଇଥିଲା ଚାଞ୍ଚଲ୍ୟ। ରାଜଧାନୀ ବେଙ୍ଗାଲୁରୁ ଠାରେ ମୃତଦେହ ମିଳିବା ଘଟଣାକୁ ନେଇ ସରଗରମ ହୋଇଉଠିଛି କର୍ଣ୍ଣାଟକ ରାଜନୀତି। କାରଣ ଚଳିତ ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ, ଏହି ଘଟଣାକୁ ନେଇ ବିରୋଧୀ କଂଗ୍ରେସ ରାଜ୍ୟରେ କ୍ଷମତାସୀନ ବିଜେପି ସରକାରକୁ ଟାର୍ଗେଟ କରିଛି। କଂଗ୍ରେସ ଅଭିଯୋଗ କରିଛି ଯେ ସହରରେ ସିରିୟଲ କିଲିଂ ଭଳି ଘଟଣା ଘଟୁଛି।

ଗତ ବର୍ଷ ଡିସେମ୍ବର ପର ଠାରୁ ବେଙ୍ଗାଲୁରୁ ସହରରେ ଏହା ହେଉଛି ତୃତୀୟ ଘଟଣା। କେତେବେଳେ ମହିଳାଙ୍କ ଶବ ପ୍ଲାଷ୍ଟିକ ଡ୍ରମ ଏବଂ ଆଉ କେତେବେଳେ ରେଳ ଷ୍ଟେସନ ଠାରେ ମିଳିଥିଲା। ଅନ୍ୟପକ୍ଷରେ ଯଦି ସଦ୍ୟତମ ଘଟଣା ବିଷୟରେ କୁହାଯାଏ, ତାହେଲେ ସୋମବାର ବେଙ୍ଗାଲୁରୁସ୍ଥିତ ବୈୟପ୍ପନହଲ୍ଲୀ ରେଳ ଷ୍ଟେସନ ପ୍ରବେଶ ଦ୍ୱାର ନିକଟରେ ଜଣେ ମହିଳାଙ୍କ ମୃତଦେହ ଏକ ଡ୍ରମ ମଧ୍ୟରେ ପଡ଼ି ରହିଥିବାର ଦେଖିବାକୁ ମିଳିଥିଲା। ଏହି ଘଟଣା ଦିନ ପ୍ରାୟ ୧୦-୧୧ ସମୟରେ ଘଟିଥିଲା। ​​ଯେତେବେଳେ ମହିଳାଙ୍କ ମୃତଦେହ ଡ୍ରମ ମଧ୍ୟରେ ମିଳିଥିଲା, ସେତେବେଳେ ଡ୍ରମ୍ ପୋଷାକରେ ଆଚ୍ଛାଦିତ ହୋଇଥିଲା।

ଏହି ଘଟଣାର ପର୍ଦ୍ଦାଫାଶ କରାଯାଇଥିବା ପୋଲିସ ଦାବି କରିଛି। ଯେଉଁ ମହିଳାଙ୍କ ମୃତଦେହ ଡ୍ରମ ମଧ୍ୟରୁ ମିଳିଥିଲା ତାଙ୍କ ନାଁ ହେଉଛି ତମନ୍ନା। ଭାଉଜ ତମନ୍ନାଙ୍କୁ ତାଙ୍କ ଦିଅର ହତ୍ୟା କରିଥିଲେ। ମୃତକ ତମନ୍ନାଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ, ସେ ତାଙ୍କ ସ୍ୱାମୀ ଆଫରୋଜଙ୍କୁ ବିହାର ଅରାରିଆ ଠାରେ ଛାଡି ବେଙ୍ଗାଲୁରୁରେ ଅନ୍ୟ ଜଣଙ୍କ ସହ ରହୁଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ତାଙ୍କ ଗ୍ରାମରେ ତାଙ୍କ ସ୍ୱାମୀଙ୍କୁ ବଦନାମ କରାଯାଉଥିଲା। ଏହା ପରେ ଆଫରୋଜଙ୍କ ଭାଇ କମାଲ ଏବଂ ତାଙ୍କ ସହଯୋଗୀ ୧୨ ମାର୍ଚ୍ଚରେ ତମନ୍ନାଙ୍କୁ ହତ୍ୟା କରିଥିଲେ। ହତ୍ୟାକାଣ୍ଡର ଗୋଟିଏ ଦିନ ପରେ କମଲ ଏବଂ ତାଙ୍କ ସହଯୋଗୀ ମୃତଦେହକୁ ଏକ ଡ୍ରମ ମଧ୍ୟରେ ଭର୍ତ୍ତି କରି ରେଳ ଷ୍ଟେସନ ଠାରେ ଛାଡି ଦେଇଥିଲେ।

ବେଙ୍ଗାଲୁରୁ ସହରରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଗତ ବର୍ଷ ୬ ଡିସେମ୍ବରରେ ଘଟିଥିଲା। ଏହି ସମୟରେ ଟ୍ରେନ ଭିତରେ ଜଣେ ମହିଳାଙ୍କ ମୃତ ଦେହ ଏକ ଡ୍ରମ ମଧ୍ୟରୁ ମିଳିଥିଲା। ଏହା ପରେ ଗତ ୪  ଜାନୁଆରୀରେ ମଧ୍ୟ ସମାନ ଧରଣର ଘଟଣା ଘଟିଥିଲା। ବାଙ୍ଗାଲୋରସ୍ଥିତ ଯଶୋୱନ୍ତପୁର ରେଳ ଷ୍ଟେସନ ଠାରେ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ତାଙ୍କ ଶରୀରରେ ଆଘାତ ଚିହ୍ନ ରହିଥିଲା।

ଏଥି ସହିତ ପୂର୍ବ ଡ୍ରମ୍ ହତ୍ୟା ଘଟଣାର କୌଣସି ସିରିଏଲ କିଲର ସମ୍ପୃକ୍ତିଙ୍କୁ ପୋଲିସ ଅସ୍ୱୀକାର କରିଛି। ରେଳ ପୋଲିସ ଅଧିକାରୀ ସୋମଲତା କହିଛନ୍ତି ଯେ, ପୂର୍ବ ଦୁଇଟି ମାମଲା ସହିତ ଏହି ମାମଲାର କୌଣସି ସମ୍ପର୍କ ନାହିଁ। ଏ ପର୍ଯ୍ୟନ୍ତ ଆମେ ଏପରି କିଛି  ପ୍ରମାଣ ପାଇଲୁ ନାହିଁ ଯାହା ଏହା ସୂଚାଏ ଯେ ଏହି ଘଟଣାରେ କୌଣସି ସିରିଏଲ କିଲର ଜଡିତ ରହିଛି।