Fake TTE: ଗର୍ଲଫ୍ରେଣ୍ଡଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ନକଲି TTE ହୋଇଥିଲେ ପ୍ରଶାନ୍ତ, ୧୦୦ ରୁ ଅଧିକ ଲୋକଙ୍କୁ କରିଥିଲେ ଲୁଟ୍, ବର୍ତ୍ତମାନ ଗିରଫ୍
Advertisement
Article Detail0/zeeodisha/odisha1574634

Fake TTE: ଗର୍ଲଫ୍ରେଣ୍ଡଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ନକଲି TTE ହୋଇଥିଲେ ପ୍ରଶାନ୍ତ, ୧୦୦ ରୁ ଅଧିକ ଲୋକଙ୍କୁ କରିଥିଲେ ଲୁଟ୍, ବର୍ତ୍ତମାନ ଗିରଫ୍

Fake TTE: ଇନ୍ଦୋର ରେଲୱେ ପୋଲିସ ଜଣେ ଏପରି ଅଭିଯୁକ୍ତକୁ ଧରିଛି ଯିଏ ତାଙ୍କ ପ୍ରେମିକାଙ୍କ ଇଛା ପୂରା କରିବାକୁ ଲୋକଙ୍କୁ ଠକେଇ କରୁଥିଲେ । ତାଙ୍କ ଗର୍ଲଫ୍ରେଣ୍ଡରେ ଟଙ୍କା ଖର୍ଚ୍ଚ କରିବାକୁ ସେ ଟ୍ରେନରେ ଏକ ନକଲି TTE ହୋଇ ଯାତ୍ରୀମାନଙ୍କଠାରୁ ଟଙ୍କା ଆଦାୟ କରୁଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଶହ ଶହ ଘଟଣା କରି ସାରିଛନ୍ତି । ତାଙ୍କ ନିକଟରୁ ଲକ୍ଷ ଲକ୍ଷ ଟଙ୍କା ସହିତ ଅନେକ ମୂଲ୍ୟବାନ ସାମଗ୍ରୀ ପୋଲିସ ଜବତ କରିଛି ।

ସାଙ୍କେତିକ ଛବି

Fake TTE Arrested: ଇନ୍ଦୋରର GRP ପୋଲିସ ପ୍ରଶାନ୍ତ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି । ସେ ନିଜକୁ ରେଳବାଇରେ ଟିଟିଇ (TTE) ବୋଲି କହୁଥିଲେ । ସେ ପ୍ରତିଦନ ରେଳ ଷ୍ଟେସନ (Railway station) ଚାରିପାଖରେ ନିଜର ଶିକାର ଖୋଜୁଥିଲେ । ଟିକେଟ୍ ଓ ରିଜରଭେସନ କରି ଦେବା ନାମରେ ସେ ଯାତ୍ରୀଙ୍କ ଠାରୁ ଏଟିଏମ୍ କାର୍ଡ ଓ ମୋବାଇଲ୍ ନେଇ ଯାଉଥିଲେ ଓ ଏଟିଏମ୍, ପେଟିଏମ୍, ଗୁଗୁଲ୍ ପେ ଓ ଅନ୍ୟାନ୍ୟ ପେମେଣ୍ଟ ଆପ୍ ମାଧ୍ୟମରେ ଟଙ୍କା ନେବା ପରେ ଫେରାର ହୋଇ ଯାଇଥିଲେ । ପରେ, ସେ OLX ଇତ୍ୟାଦି ପ୍ଲାଟଫର୍ମରେ ଲୋକଙ୍କଠାରୁ ନିଆଯାଇଥିବା ମୋବାଇଲ୍ ଫୋନ୍ ବିକ୍ରି କରୁଥିଲେ । ଠକିଥିବା ମହିଳାଙ୍କ ଅଭିଯୋଗ ଉପରେ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା । ଯେତେବେଳେ ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରିଥିଲା, ସେ ଏପର୍ଯ୍ୟନ୍ତ ଅନେକ ରାଜ୍ୟରେ ଶହେରୁ ଅଧିକ ଘଟଣା ଘଟାଇଥିବା ସ୍ୱୀକାର କରିଛି ।

ଗିରଫ ଅଭିଯୁକ୍ତ ପ୍ରଶାନ୍ତ ପଣ୍ଡା ମୂଳତଃ ପୁଣେର ଅଧିବାସୀ । ସେ ଦେଶର ବିଭିନ୍ନ ରେଳ ଷ୍ଟେସନରେ ବୁଲାବୁଲି କରୁଥିଲେ ଓ ଏପରି ଟିଟିଇ ହୋଇ ଲୋକଙ୍କୁ ଲୁଟୁଥିଲେ । ଠକେଇର ଏହି ଉପାୟ ହୁଏତ ନୂଆ ହୋଇପାରେ, କିନ୍ତୁ ସେ ସ୍ୱୀକାର କରିଛନ୍ତି ଯେ ଦିନେ ସେ ନିଜେ ଏହି ପ୍ରକାରର ଠକାମୀର ଶିକାର ହୋଇଥିଲେ । ଏହି କାରଣରୁ ସେ ମଧ୍ୟ ଅପରାଧ ଜଗତରେ ସମାନ ଢଙ୍ଗରେ କାମ କରିବା ଆରମ୍ଭ କରିଥିଲେ । କିନ୍ତୁ ସେ ଭୁଲିଯାଇଥିଲେ ଯେ ଏକ ଭୁଲ କାମ କଲେ ଦିନେ ନା ଦିନେ ଧରାପଡିବେ ଓ ଶେଷରେ ସେ  ଗିରଫ ହୋଇଛନ୍ତି ।

ଅଭିଯୁକ୍ତ ପ୍ରଶାନ୍ତ ତାଙ୍କ ଗର୍ଲଫ୍ରେଣ୍ଡ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଏସବୁ କରୁଥିଲେ । ଦୁହେଁ ପୂର୍ବରୁ ବାଙ୍ଗାଲୋରର ଏକ ମଲରେ ଏକାଠି କାମ କରୁଥିଲେ । ସେଠାରେ ବନ୍ଧୁତା ଦ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା । ଏହାପରେ ଉଭୟ ଏକାଠି ରହିବାକୁ ସ୍ଥିର କରିଥିଲେ । ଥରେ ପ୍ରଶାନ୍ତ କୌଣସି କାମ ପାଇଁ ମୁମ୍ବାଇ ରେଳ ଷ୍ଟେସନରେ ପହଞ୍ଚିଥିଲେ, ଏଠାରେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ଟିଟିଇ ବୋଲି କହି ତାଙ୍କ ଠାରୁ ଟଙ୍କା ଠକେଇ କରି ନେଇଥିଲା । ପ୍ରଶାନ୍ତଙ୍କ ପାଖରେ ରିଜର୍ଭେସନ୍ ଟିକେଟ୍ ନଥିଲା, ଏହାପରେ ଠକ ଜଣକ ତାଙ୍କ ପାଖରେ ପହଞ୍ଚି ଟିକେଟ୍ କନଫର୍ମ କରିବାକୁ କହିଥିଲେ । ପେମେଣ୍ଟ ପାଇଁ ATM ଓ ମୋବାଇ OTP ନେଇଥିଲେ । ଏହାପରେ ସେ ପ୍ରଶାନ୍ତଙ୍କୁ ଗୋଟିଏ ସ୍ଥାନରେ ରହିବାକୁ କହିଥିଲେ ଓ ପରେ ଘଟଣାସ୍ଥଳରୁ ସେ ଫେରାର ହୋଇ ଯାଇଥିଲେ । ଯେତେବେଳେ ପ୍ରଶାନ୍ତ ଅନୁଭବ କଲେ ଯେ ସେ ଠକାମିର ଶିକାର ହୋଇଛନ୍ତି, ସେତେବେଳେ ସେ ମଧ୍ୟ ଏହି ଦୁନିଆରେ ପାଦ ଦେବାକୁ ଚିନ୍ତା କରିଥିଲେ ।

ବର୍ତ୍ତମାନ ଦିଲ୍ଲୀ ପୋଲିସ ପ୍ରଶାନ୍ତଙ୍କୁ ରିମାଣ୍ଡରେ ନେବ । ଏହି ଘଟଣାରେ ପୋଲିସ ଅନେକ ମୋବାଇଲକୁ ପ୍ରଶାନ୍ତ ଠାରୁ ଉଦ୍ଧାର କରିଛି । ଅଭିଯୁକ୍ତ କେବଳ ତାଙ୍କ ଗର୍ଲଫ୍ରେଣ୍ଡ ପାଇଁ ଠକିନେଉଥିବା ଟଙ୍କା ଖର୍ଚ୍ଚ କରୁଥିଲେ । ପୋଲିସ ତାଙ୍କ ପ୍ରେମିକାଙ୍କୁ ମଧ୍ୟ ଅଭିଯୁକ୍ତ କରିଛି । ଏହା ସହ ରେଳବାଇ ଏସପି ଯାତ୍ରୀମାନଙ୍କୁ ସତର୍କ କରାଇ ଦେଇଛନ୍ତି ଯେ ଯଦି କୌଣସି ଅଜ୍ଞାତ ବ୍ୟକ୍ତି ନିଜକୁ ରେଳ ଅଧିକାରୀ ବୋଲି କୁହନ୍ତି, ତେବେ ସତର୍କ ରୁହନ୍ତୁ, ଠକାମୀର ଶିକାର ହୁଅନ୍ତୁ ନାହିଁ ।

ଏହା ବି ପଢ଼ନ୍ତୁ: Agniveer: 'ଆଗାମୀ ଜନ୍ମରେ ମୁଁ ନିଶ୍ଚିତ ସୈନିକ ହେବି' ଅଗ୍ନିବୀର ପରୀକ୍ଷାରେ ବିଫଳ ହେବାରୁ ଜୀବନ ହାରିଦେଲେ ଦୀପୁ