Delhi Terror Plan: ହତ୍ୟା ପରେ ମୃତଦେହକୁ କରିଥିଲା ୮ ଖଣ୍ତ ,ଭିଡିଓ କରି ପାକିସ୍ତାନକୁ ପଠାଇଥିଲା ସନ୍ଦିଗ୍ଧ ଆତଙ୍କୀ
Advertisement

Delhi Terror Plan: ହତ୍ୟା ପରେ ମୃତଦେହକୁ କରିଥିଲା ୮ ଖଣ୍ତ ,ଭିଡିଓ କରି ପାକିସ୍ତାନକୁ ପଠାଇଥିଲା ସନ୍ଦିଗ୍ଧ ଆତଙ୍କୀ

Delhi Terror Plan: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସକୁ ବଡ ସଫଳତା । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ରବିବାର (ଜାନୁୟାରୀ ୧୫)ରେ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି । ୨ ସନ୍ଦିଗ୍ଧ ଆତଙ୍କୀବାଦୀ ପୋଲିସ ଆଗରେ ସତ ଓଗାଳିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଆଇଏସଆଇଏସ(ISIS) ଦ୍ୱାରା ଅନୁପ୍ରାଣିତ ହୋଇ ଦୁଇ ଆତଙ୍କବାଦୀ ଗତ ମାସରେ ଜଣେ ୨୧ ବର୍ଷିୟ ଯୁବକଙ୍କୁ ଗଳାକାଟି ହତ୍ୟା କରିଥିଲେ।

Delhi Terror Plan: ହତ୍ୟା ପରେ ମୃତଦେହକୁ କରିଥିଲା ୮ ଖଣ୍ତ ,ଭିଡିଓ କରି ପାକିସ୍ତାନକୁ ପଠାଇଥିଲା ସନ୍ଦିଗ୍ଧ ଆତଙ୍କୀ

Delhi Terror Plan: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସକୁ ବଡ ସଫଳତା ।  ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ରବିବାର (ଜାନୁୟାରୀ ୧୫)ରେ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି । ୨ ସନ୍ଦିଗ୍ଧ ଆତଙ୍କୀବାଦୀ ପୋଲିସ ଆଗରେ ସତ ଓଗାଳିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଆଇଏସଆଇଏସ(ISIS) ଦ୍ୱାରା ଅନୁପ୍ରାଣିତ ହୋଇ ଦୁଇ ଆତଙ୍କବାଦୀ ଗତ ମାସରେ ଜଣେ ୨୧ ବର୍ଷିୟ ଯୁବକଙ୍କୁ ଗଳାକାଟି ହତ୍ୟା କରିଥିଲେ। ହତ୍ୟା ପରେ ମୃତଦେହକୁ ପ୍ରଥମେ ମୁଣ୍ତରୁ ଶରୀରକୁ କାଟି ଅଲଗା କରିଥିଲେ । ଏହି ହତ୍ୟାକାଣ୍ଡର ୩୭ ସେକେଣ୍ଡର ଭିଡିଓ  ପ୍ରସ୍ତୁତ କରି ଏହାକୁ ପାକିସ୍ତାନର ଲସ୍କର ଆତଙ୍କବାଦୀ ସୋହେଲ ନିକଟକୁ ପଠାଇଥିଲେ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୧ ବର୍ଷୀୟ ଯୁବକଙ୍କ ଶରୀରର ଅନେକ ଅଂଶକୁ ଉଦ୍ଧାର କରାଯାଇଛି।  ମୃତ ଯୁବକଙ୍କ ହାତରେ ଏକ ତ୍ରିଶୁଳର ଟାଟୁ ଥିବା ମଧ୍ୟ ପୋଲିସ କହିଛି । କିନ୍ତୁ ଯୁବକଙ୍କ ପରିଚୟ  ଏପର୍ଯ୍ୟନ୍ତ ମିଳି ନାହିଁ। କିନ୍ତୁ ଯୁବକ ଜଣକ ନିଶା ସେବନରେ ଅଭ୍ୟସ୍ତ ଥିଲେ ।ସେଥିପାଇଁ ସେ ଆତଙ୍କବାଦୀଙ୍କ ସହ ବନ୍ଧୁତା କରିଥିଲେ । 

ପ୍ରଥମେ ଗଳା କାଟି ... ତା’ପରେ ମୁଣ୍ଡ କାଟି ଦେଇଥିଲେ ଆତଙ୍କବଦୀ:

ଗିରଫ ହୋଇଥିବା ଆତଙ୍କବାଦୀ ନୌସାଦ(Naushad)ଙ୍କ କହିବା ଅନୁସାରେ, ସେ ଆତଙ୍କବାଦୀ ଦ୍ବାରା ପ୍ରେରିତ ହୋଇ ଥିଲେ । ଏବଂ ହିନ୍ଦୁଙ୍କୁ ହତ୍ୟା କରିବାର ଦାୟିତ୍ବ ତାଙ୍କୁ ଦିଆଯାଇଥିଲା । ପାକିସ୍ତାନର ସୋହେଲ ତାଙ୍କୁ ଏହି ଦାୟିତ୍ବ ଦେଇଥିଲେ। ସୋହେଲ ହେଉଛି ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ଗୋଷ୍ଠୀ ହରକାଟ-ଉଲ ଅନସରର ଅପରେଟର(operator of Pakistan based terrorist group Harkat-ul Ansar)। ତେବେ ଗିରଫ ହୋଇଥିବା ଦୁଇ ଆତଙ୍କୀ ଏହା ପୋଲିସ ଆଗରେ ସ୍ବୀକାର କରିଛନ୍ତି ଯେ,ସେମାନେ ଯୁବକଙ୍କୁ ଡିସେମ୍ବର ୧୫ରେ ଦିଲ୍ଲୀର ଭାଲ୍ସୱା ଡେୟାରରେ ଥିବା ନୌଶାଦଙ୍କ ଘରକୁ ନେଇ ଯାଇଥିଲେ ଏବଂ ସେଠାରେ ତାଙ୍କୁ ଗଳା କାଟି ହତ୍ୟା କରିଥିଲେ। ଏବଂ ମୃତଦେହକୁ ୮ ଖଣ୍ତ କରି ଭିଡିଓ ମଧ୍ୟ କରିଥିଲେ।  ଏବଂ ପରେ ପାକିସ୍ତାନରେ ଥିବା ସୋହେଲ ପାଖକୁ ପଠାଇଥିଲେ।

ଜେଲରେ ସୋହେଲଙ୍କୁ ଭେଟିଥିଲେ :
ପୋଲିସର ପଚରା ଉଚରା ସମୟରେ ଦୁଇ ଆତଙ୍କବାଦୀ କହିଥିଲେ ଯେ,ସୋହେଲ ସହ ତାଙ୍କର ସାକ୍ଷାତ ଜେଲରେ ଥିବା ସମୟରେ ହୋଇଥିଲା । ତେବେ,ଏ-ହି ଆତଙ୍କବାଦୀଙ୍କ   ନିକଟରୁ ପୋଲିସ ଜାଣିବାକୁ ଚେଷ୍ଟା କରୁଛି ଯେ, ଏହି ଦୁଇ ଆତଙ୍କବାଦୀଙ୍କ ଟାର୍ଗେଟରେ ଅନ୍ୟ କେହି ଅଛନ୍ତି କି? ଯାହାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । 

Also Read : Faridabad Rape Case: ୭ ବର୍ଷର ଝିଅକୁ ଅପହରଣ ପରେ ଦୁଷ୍କର୍ମ ,ଆଉ ପରେ ହତ୍ୟା

Also Read : Acid Attack: ପଡୋଶୀଙ୍କ ଘର ଆଗରେ କୁକୁର ବୁଲାଇବାରୁ ହେଲା ଏସିଡ ଆକ୍ରମଣ, ଜାଣନ୍ତୁ କ'ଣ ରହିଛି ପୁରା ଘଟଣାକ୍ରମ?

Also Read : Crime News: ଭିଆଇପି ହୋଟେଲରେ ରହିଲେ, ମଉଜ କଲେ କିନ୍ତୁ ଟଙ୍କା ନ ଦେଇ ଖସିଯିବାକୁ ଉଦ୍ୟମ କଲେ; ବାନ୍ଧିନେଲା ପୋଲିସ