Bombing in Puri: ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଶ୍ରୀମନ୍ଦିର ନିକଟରେ ଫୁଟିଲା ବୋମା, ଜଟିଆ ମହାନ୍ତି ଗିରଫ
Advertisement
Article Detail0/zeeodisha/odisha1432269

Bombing in Puri: ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଶ୍ରୀମନ୍ଦିର ନିକଟରେ ଫୁଟିଲା ବୋମା, ଜଟିଆ ମହାନ୍ତି ଗିରଫ

Bombing in Puri: ମଙ୍ଗଳବାର ସନ୍ଧ୍ୟାରେ ପୁରୀ ଟାଉନଥାନା ଅର୍ନ୍ତଗତ ମାଟିମଣ୍ଡପ ସାହିର ଅଙ୍ଗାରୁଆ ଗଳିରେ ଵୋମାମାଡ କରାଯାଇଛି। ମାମଲାରେ ପୁରୀ ଟାଉନଥାନା ପୋଲିସ, ଜଟିଆ ମହାନ୍ତି ନାମକ ଯୁବକକୁ ଗିରଫ କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୂରୀ ଗସ୍ତର ଦିନକ ପୂର୍ବରୁ ଶ୍ରୀମନ୍ଦିର ନିକଟରେ ଵୋମାମାଡ ହୋଇଛି। 

Bombing in Puri: ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଶ୍ରୀମନ୍ଦିର ନିକଟରେ ଫୁଟିଲା ବୋମା, ଜଟିଆ ମହାନ୍ତି ଗିରଫ

Bombing in Puri, ପୁରୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୂରୀ ଗସ୍ତର ଦିନକ ପୂର୍ବରୁ ଶ୍ରୀମନ୍ଦିର ନିକଟରେ ଵୋମାମାଡ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ପୁରୀ ଟାଉନଥାନା ଅର୍ନ୍ତଗତ ମାଟିମଣ୍ଡପ ସାହିର ଅଙ୍ଗାରୁଆ ଗଳିରେ ଵୋମାମାଡ କରାଯାଇଛି। ଲଗାତାର ଦୁଇଟି ଵୋମାମାଡ କରାଯାଇଥିଲା। ବୋମାମାଡର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ କରାଯାଇଥିଲା। ମାମଲାରେ ପୁରୀ ଟାଉନଥାନା ପୋଲିସ, ଜଟିଆ ମହାନ୍ତି ନାମକ ଯୁବକକୁ ଗିରଫ କରିଛି।

ଶ୍ରୀମନ୍ଦିର ନିକଟ ମାଟିମଣ୍ଡପ ସାହି ଅଙ୍ଗାରୁଆ ଗଳିରେ ଵୋମାମାଡ ହୋଇଛି। ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ ହୋଇଛି। ଏନେଇ ପୁରୀ ଟାଉନଥାନାରେ ସୁଭାଶିଷ ମହାନ୍ତି ଏତଲା ଦେଇଛନ୍ତି। ଜଣେ ଯୁବକ ବୋମାମାଡ କରୁଥିବା ସିସିଟିଭି ଫୁଟେଜରୁ ଜଣାପଡିବା ପରେ ଅଭିଯୁକ୍ତକୁ ପୁରୀ ଟାଉନଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ମାଟିମଣ୍ଡପ ସାହିର ଜଟିଆ ମହାନ୍ତି ବୋଲି ଚିହ୍ନଟ କରାଯାଇଛି। ଜଟିଆ, ଅଭିଯୋଗକାରୀ ସୁଭାଶିଷ ମହାନ୍ତିଙ୍କ ନିକଟ ସମ୍ପର୍କୀୟ ହେବ ବୋଲି ଜଣାପଡିଛି। 

Also Read: Lunar Eclipse 2022: କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ, ଶ୍ରୀମନ୍ଦିରରେ ବଦଳିଛି ନୀତି 

ସୂଚନାନୁସାରେ, ଘରର ମଝି କାନ୍ଥର ଝରକା ବସାଇବାକୁ ନେଇ ଜଟିଆ ଓ ଶୁଭାଶିଷଙ୍କ ପରିବାର ମଧ୍ୟରେ ବିବାଦ ଲାଗିରହିଥିଲା। ଏହାକୁ ନେଇ ମଙ୍ଗଳବାର ରାତିରେ ସୁଭାଶିଷଙ୍କ ଘର ଉପରକୁ ଜଟିଆ ବୋମାମାଡ କରି ଫେରାର ହୋଇଯାଇଥିଲା। ଏତଲା ପାଇବା ପରେ ଟାଉନଥାନା ପୋଲିସ କେଶ୍ ନମ୍ବର ୩୩୧ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଜଟିଆକୁ ଗିରଫ କରିଛି। କେବଳ କାନ୍ଥ ବସାଇବାକୁ ନେଇ କି ଅନ୍ଯ କେଉଁ କାରଣରୁ ବୋମାମାଡ ହୋଇଛି ପୋଲିସ ତାହାର ଛାନଭିନ କରୁଛି। ତେବେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତର ଦିନକୁ ପୂର୍ବରୁ ଏହି ବୋମାମାଡ ହୋଇଛି। 

ସୂଚନାଯୋଗ୍ୟ, ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପୁରୀ ଗସ୍ତରେ ଆସୁଛନ୍ତି। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୁରୀ ଗସ୍ତରେ ଆସି ରାଷ୍ଟ୍ରପତି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମହାପ୍ରସାଦ ସେବନ କରିବେ। ମଙ୍ଗଳବାର ପୁରୀ ହେଲିପ୍ୟାଡରେ ସ୍ଥିତି ଅନୁଧ୍ୟାନ କରାଯାଇଛି। ବୁଧବାର ଦୁଇ ଥର ରାଷ୍ଟ୍ରପତିଙ୍କ କାରକେଡର ରିହାଲସଲ ହେବ। ସକାଳ ୧୦ଟା ଓ ଅପରାହ୍ନ ପ୍ରାୟ ୪ଟା ବେଳେ ବଡଦାଣ୍ଡରେ ସୁରକ୍ଷାକର୍ମୀଙ୍କ ଗାଡି ଦୌଡିବ, ଫୁଲ ଡ୍ରେସ ରିହଲସଲ କରାଯିବ। ରାଷ୍ଟ୍ରପତିଙ୍କ କାରକେଡରେ ପ୍ରାୟ ୩୦ଟି ଅତ୍ୟାଧୁନିକ ଗାଡି ସାମିଲ ହେବ ବୋଲି ସୂଚନା ମିଳିଛି। 

Also Read: Gyanvapi Masjid Case: ଭକ୍ତ-ଭଗବାନ ମଧ୍ୟରେ କଣ୍ଟା କିଏ? ସସ୍ପେନ୍ସ ବଢ଼ାଉଛି କୋର୍ଟଙ୍କ ରାୟ

ଅନ୍ୟପଟେ ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ଵିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଅପରାହ୍ନ ୫ଟାରୁ  ରାତି ୯ଟା ପର୍ଯ୍ୟନ୍ତ ଚାରିଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବନକଲାଗି ନୀତି ପରେ ଠାକୁରଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର ଦର୍ଶନ ଆରମ୍ଭ ହେବ।