ସୁନା ଚେନ୍ ଲୁଟ୍ କରିବା ପାଇଁ ଘର ମାଲିକଙ୍କୁ ୯୧ ଥର ଛୁରୀ ଭୁସିଲା ସେଲ୍ସ ଏକଜିକ୍ୟୁଟିଭ
Advertisement
Article Detail0/zeeodisha/odisha1273258

ସୁନା ଚେନ୍ ଲୁଟ୍ କରିବା ପାଇଁ ଘର ମାଲିକଙ୍କୁ ୯୧ ଥର ଛୁରୀ ଭୁସିଲା ସେଲ୍ସ ଏକଜିକ୍ୟୁଟିଭ

Bengaluru: ପୋଲିସର ସୂଚନାନୁସାରେ ଅଭିଯୁକ୍ତ ଜୟକିଶାନ ଷ୍ଟକ ମାର୍କେଟ (Stock market) ମାଧ୍ୟମରେ କମ୍ ସମୟ ମଧ୍ୟରେ ଟଙ୍କା ରୋଜଗାର କରିବାକୁ ଚେଷ୍ଟା କରିଥିଲେ । ଏଥିପାଇଁ ସେ ଅନଲାଇନ୍ ଟ୍ରେଡିଂ ପ୍ଲାଟଫର୍ମରେ ନିବେଶ କରିଥିଲେ । ଏଠାରେ ସେ ନିଜର ଲକ୍ଷ ଲକ୍ଷ ଟଙ୍କା ହରାଇ ଦେଇଥିଲେ ।

ସାଙ୍କେତିକ ଫଟୋ

ବେଙ୍ଗାଲୁରୁରେ (Bengaluru) ଜଣେ ୨୯ ବର୍ଷୀୟ ବ୍ୟକ୍ତି ନିଜର ୭୫ ବର୍ଷୀୟା ମାଲିକାଣୀକୁ ହତ୍ୟା କରାଯାଇଥିବା ଅଭିଯୋଗରେ ଗିରଫ କରାଯାଇଛି । ପୋଷ୍ଟମର୍ଟମ ରିପୋର୍ଟରୁ (Post Mortem Report) ଜଣାପଡିଛି ଯେ ଅଭିଯୁକ୍ତ ମହିଳାଙ୍କୁ ୯୧ ଥର ଛୁରୀ ଭୁସି ହତ୍ୟା କରିଛି । ଅଭିଯୁକ୍ତ ଏକ ଘରୋଇ ସଂସ୍ଥାରେ ସେଲ୍ସ ଏକଜିକ୍ୟୁଟିଭ ଭାବରେ କାମ କରନ୍ତି, ଯିଏକି ନିକଟରେ ଷ୍ଟକ୍ ମାର୍କେଟରେ (Stock market) ନିଜର ଲକ୍ଷ ଲକ୍ଷ ଟଙ୍କା ହରାଇଥିଲେ ।

ପୋଲିସ ଜୟକିଶାନ ବିଏସ ନାମକ ଜଣେ ବ୍ୟକ୍ତିଙ୍କୁ ଜୁଲାଇ ୨ ତାରିଖରେ ଯଶୋଦମ୍ମା ହତ୍ୟାକାଣ୍ଡ ପାଇଁ ଗିରଫ କରିଛି । ଜୟକିଶାନ ଯଶୋଦମ୍ମାଙ୍କ ପୁଅ ରାଜୁଙ୍କ ମାଲିକାନାରେ ଥିବା ଆବାସିକ କୋଠାର ଦ୍ୱିତୀୟ ମହଲାରେ ରହୁଥିଲେ । ଏହି କୋଠାଟି ବିନାୟକନଗର ଅଞ୍ଚଳରେ ଅବସ୍ଥିତ ।

ପୋଲିସର ସୂଚନାନୁସାରେ ଅଭିଯୁକ୍ତ ଜୟକିଶାନ ଷ୍ଟକ ମାର୍କେଟ ମାଧ୍ୟମରେ କମ୍ ସମୟ ମଧ୍ୟରେ ଟଙ୍କା ରୋଜଗାର କରିବାକୁ ଚେଷ୍ଟା କରିଥିଲେ । ଏଥିପାଇଁ ସେ ଅନଲାଇନ୍ ଟ୍ରେଡିଂ ପ୍ଲାଟଫର୍ମରେ ନିବେଶ କରିଥିଲେ । ଏଠାରେ ସେ ନିଜର ଲକ୍ଷ ଲକ୍ଷ ଟଙ୍କା ହରାଇ ଦେଇଥିଲେ । ଏହା ପରେ ସେ ତାଙ୍କ ସାଙ୍ଗମାନଙ୍କଠାରୁ ୧୨ ଲକ୍ଷ ଟଙ୍କା ଋଣକରିବାକୁ ବାଧ୍ୟ ହୋଇଥିଲେ ।

ପୋଲିସ ଅଧିକାରୀ କହିଛନ୍ତି, "ଜୟକିଶାନ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ । ସେ ଯେଉଁମାନଙ୍କଠାରୁ ଟଙ୍କା ଧାର ନେଇଥିଲେ, ସେମାନେ ତାଙ୍କୁ ଫେରସ୍ତ କରିବା ପାଇଁ ଚାପ ପକାଉଥିଲେ । ସେ ଯଶୋଦମ୍ମାଙ୍କ ଠାରୁ ମଧ୍ୟ ୫୦,୦୦୦ ଟଙ୍କା ଧାର ମଧ୍ୟ ନେଇଥିଲେ । ସେ ଜାଣିଥିଲେ ଯେ ସେ ଏକ ସୁନା ଚେନ୍ ଓ ଚୁଡ଼ି ପିନ୍ଧିଛନ୍ତି, ଯାହାକୁ ସେ ଲୁଟ କରିବାକୁ ଯୋଜନା କରିଥିଲେ । ୨ ଜୁଲାଇରେ, ସେ ଯଶୋଦମ୍ମାଙ୍କ କୋଠରୀରେ ପ୍ରବେଶ କରି ତାଙ୍କୁ ଛୁରୀରେ ହତ୍ୟା କରିଥିଲେ ।"

ଏହା ବି ପଢ଼ନ୍ତୁ: Vicky Katrina Death Threat: କ୍ୟାଟ୍ରିନା-ବିକିଙ୍କୁ ମିଳିଲା ହତ୍ୟା ଧମକ; ଜାଣନ୍ତୁ ପୂରା ଘଟଣା

ଏହା ବି ପଢ଼ନ୍ତୁ: ରାମନାଥ କୋବିନ୍ଦଙ୍କ ଉପରେ ଜୋରଦାର ଟାର୍ଗେଟ କଲେ ମେହବୁବା; କହିଲେ- ସମ୍ବିଧାନକୁ ଭାଙ୍ଗି ...